ରାଜ୍ୟ ସ୍ୱାସ୍ଥ୍ୟ

ଆସିଲା ଓମିସିୟୋର ଷ୍ଟଡି ରିପୋର୍ଟ, ରାଜ୍ୟରେ ୩୩ % ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର ୦୩।୦୨: ଆସିଲା ଓମିସିୟୋର ଷ୍ଟଡି ରିପୋର୍ଟ । ରାଜ୍ୟରେ ହାରାହାରି ୩୩ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସଂକ୍ରମଣ ତଳ ଉପର ହେଉଛି। କିନ୍ତୁ ଯେଉଁ ଟ୍ରେଣ୍ଡ ଦେଖାଯାଉଛି ସଂକ୍ରମଣ କମୁଛି ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓମି ସିୟର କିଟରେ ହାରାହାରି ୩୧୬୬୬ ଜଣଙ୍କର ସାମ୍ପୁଲ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୧୭୨୯ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୭୬ ଜଣ ଓମିକ୍ରନ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ହାରାହାରି ୩୩ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଓମି କ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କେତେ ତାହା ଜିନମ ସିକ୍ୟୁନସିଂ ଡାଟା ଏବଂ ଓମିସିୟର କିଟର ଡାଟାକୁ ମିଳିତ ଭାବରେ ଅନୁଧ୍ୟାନ କରିବା ପରେ ଜଣାପଡିବ।

ସେହିପରି ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି। ସାମଗ୍ରିକ ଭାବରେ ପରିସ୍ଥିତିକୁ ଦେଖି ନିଷ୍ପତି ନିଆଯିବ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଯାହା ନିର୍ଦେଶ ଦେଇଛନ୍ତି ସେହି ଅନୁସାରେ ସରକାର ହାତକୁ ନେବେ। ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ବର୍ତ୍ତମାନ ଡେଲ୍‌ଟା ଉପସ୍ଥିତି ରହିଛି, ସେହି କାରଣରୁ ମୃତ୍ୟୁ ହେଉଛି। ବର୍ତ୍ତମାନ ଡେଲ୍‌ଟା ଆଧିପତ୍ୟ ବିସ୍ତାର କରି ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ