ଅପରାଧ ରାଜ୍ୟ

ଆସିଲାଣି ମୌସୁମୀ: ପ୍ରାଚୀବିହାରରେ ସଫା ହେଉନି ଡ୍ରେନ୍‌

ଭୁବନେଶ୍ବର: ଆଗକୁ ବର୍ଷାଦିନ ଆସୁଛି। କିନ୍ତୁ ଏପର୍ଯନ୍ତ ଭୁବନେଶ୍ବରର ଅଧିକାଂଶ ୱାର୍ଡରେ ଡ୍ରେନ୍‌ ଗୁଡ଼ିକ ସଫା ହୋଇନାହିଁ। ଅନେକ ସ୍ଥାନରେ ଡ୍ରେନ୍‌ ଉପରେ ଆବରଣ ନାହିଁ। ମୁକୁଳା ପଡ଼ିଥିବା ‌ଡ୍ରେନ୍‌ ପାଣି ରାସ୍ତାରେ ଭାସୁଛି। ୧୮ ନମ୍ବର ୱାର୍ଡରେ ଥିବା ପ୍ରାଚୀବିହାରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରାଚୀବିହାର ସାଂସ୍କୃତିକ ଓ ଉନ୍ନୟନ ପରିଷଦ ପକ୍ଷରୁ ଏନେଇ ବିଏମ୍‌ସି କମିସନରଙ୍କୁ ଚିଠି ଯୋଗେ ଅଭିଯୋଗ କରାଯାଇଛି।

ପଳାସୁଣି ପ୍ରାଚୀବିହାରରେ ୫୦୦ରୁ ଅଧିକ ପରିବାର ବାସ କରୁଛନ୍ତି। କିନ୍ତୁ କଂକ୍ରିଟ୍‌ ରାସ୍ତା, ଡ୍ରେନ୍‌ର ସୁବ୍ୟବସ୍ଥା ସବୁଥିରେ ଅବହେଳା କରାଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି। ଦୟାୱେଷ୍ଟ କେନାଲଠାରୁ ପୁରୀ ବାଇପାସ୍‌ ଜାତୀୟ ରାଜପଥ ପର୍ଯ୍ୟନ୍ତ ଥିବା ଡ୍ରେନ୍‌ ଭାଙ୍ଗି ରୁଜି ଗଲାଣି। ଅଧିକାଂଶ ସ୍ଥାନରେ ଡ୍ରେନ୍‌ ଉପରେ ସ୍ଲାବ୍‌ ନାହିଁ। ଡ୍ରେନ୍‌ ବର୍ଷ ବର୍ଷ ଧରି ସଫା ନହେବା ଯୋଗୁଁ ମଇଳା ପାଣି ରାସ୍ତା ଉପରେ ଭାସୁଛି। ପ୍ରାଚୀବିହାରରେ ଥିବା ସବୁ ଗଳିର ଡ୍ରେନ୍‌ର ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗତ ବର୍ଷା ଦିନେ ସାମାନ୍ୟ ବର୍ଷାରେ ମଇଳା ପାଣି ଲୋକଙ୍କ ଘ‌ରେ ପଶିଥିଲା। ଏବର୍ଷ ବର୍ଷା ହେଲେ ପୁଣି ସମସ୍ୟା ଭୋଗିବେ ଶତାଧିକ ଲୋକ। ତୁରନ୍ତ ଏହି ସବୁ ଡ୍ରେନ୍‌କୁ ସଫା କରାଯିବା ସହ ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍ ପକାଇବା ପାଇଁ ଦାବି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।