ଧର୍ମ ରାଜ୍ୟ

ଆସନ୍ତା ୮ରୁ ନବମ ଅନୁଗୁଳ ମହୋତ୍ସବ, ଆରମ୍ଭ ହୋଇଛି ମଶାଲ ଶୋଭାଯାତ୍ରା

ଅନୁଗୁଳ ୦୩।୦୪: ଆସନ୍ତା ୮ତାରିଖରୁ ଆରମ୍ଭ ହେବ ଅନୁଗୁଳ ମହୋତ୍ସବ । ନବମ ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ଆରମ୍ଭ ହୋଇଛି ମଶାଲ ଶୋଭାଯାତ୍ରା । ଏହି ମଶାଲ ଶୋଭାଯାତ୍ରା ଆଠମଲ୍ଲିକର ବିନିକେଇ, ସାତକୋଶିଆ ଟିକରପଡା ଥିବା ଶିବମନ୍ଦିର, ପାଲଲହଡାର ଖୁଲୁଡି ଏବଂ ଛେଣ୍ଡିପଦାରୁ ବାହାରି ତାଳଚେର ହିଙ୍ଗୁଳା ମନ୍ଦିରରେ ପହଁଚିଛି। ବାଟରେ ମଶାଲ ଶୋଭାଯାତ୍ରାରେ ଶହ ଶହ ଲୋକ ମଶାଲକୁ ବନ୍ଦାପନା କରିଥିଲେ।

ତେବେ ଏହି ମଶାଲ ଗୁଡିକୁ ମା ହିଙ୍ଗୁଳାଙ୍କ ଠାରେ ପୂଜାର୍ଚ୍ଚନା କରାଯାଇ କିଭଳି ଭାବେ ସୁରୁଖୁରୁରେ ଅନୁଗୁଳ ମହୋତ୍ସବ ସୂଚାରୁ ରୂପେ ପାଳନ ହେବ କାମନା କରାଯାଇଛି। ଏହି ମହୋତ୍ସବ ଆସନ୍ତା ୮,୯, ୧୦ ତାରିଖରେ ଅନୁଷ୍ଠିତ ହେବ। ଏହି ମହୋତ୍ସବରେ ସ୍ଥାନୀୟ କଳାକାରଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଷ୍ଠିତ କଳାକାର ସେମାନଙ୍କର ନୃତ୍ୟକଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହିତ ଲୋକେ ୫ ଦିନ ବ୍ୟାପି ପଲ୍ଲୀଶ୍ରୀ ମେଳାରୁ ଘରକରଣା ସାମଗ୍ରୀ କିଣିବାର ସୁଯୋଗ ପାଇପାରିବେ ବୋଲି ମହୋତ୍ସବର ଆୟୋଜକ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ