ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆସନ୍ତା ୬ ମାସ ଭିତରେ ଭାରତକୁ ଆସିବ ଓମିକ୍ରନ ଭ୍ୟାକ୍ସିନ: ଆଦର ପୁନାୱାଲା

ନୂଆଦିଲ୍ଲୀ: ଓମିକ୍ରନ ଭ୍ୟାରିଏଣ୍ଟ ପାଇଁ ପ୍ରଥମ ଦେଶ ଭାବେ ବ୍ରିଟେନ୍ ଟିକା ବାହାର କରିଛି। ଆଉ ଏହାର କ୍ଲିନିକାଲି ପରୀକ୍ଷଣ ପରେ ଭିଭାଲେଣ୍ଟ ଭ୍ୟାକ୍ସିନକୁ ବୁଷ୍ଟର ଡୋଜ ଭାବରେ ବ୍ୟବହାର କରିବାକୁ ଅନୁମତି ଦେଇଛି। ଏପରି ଅନୁମତି ଦେବାରେ ବ୍ରିଟେନ୍ ବିଶ୍ୱରେ ପ୍ରଥମ। ତେବେ ଖୁବ୍‌ଶୀଘ୍ର ଭାରତକୁ ମଧ୍ୟକ ଓମିକ୍ରନ ନିରୋଧୀ ଟିକା ଆସିବ ବୋଲି ଭ୍ୟାକ୍ସିନ ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟ ଆଦର ପୁନାୱାଲା କହିଛନ୍ତି। ଆସନ୍ତା ୬ ମାସ ଭିତରେ ଓମିକ୍ରନର ସବ୍‌ ଭ୍ୟାରିଏଣ୍ଟ ବିଏ୫ ପାଇଁ ଟିକା ଆସିବ ବୋଲି ସୋମବାର ଏନ୍‌ଡିଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ଆଦର ପୁନାୱାଲା।

ତେବେ ଭାରତରେ ଏହି ଭ୍ୟାକ୍ସିନ୍‌ରେ ଅଲଗା ଭାବେ ପରୀକ୍ଷଣ କରାଯିବ। ଏଥିପାଇଁ ଆମେ ଭାରତ ସରକାରଙ୍କ ସହ ଆଲୋଚନା ଚଳାଇଛୁ। ତେଣୁ ଚଳିତ ବର୍ଷ ଶେଷ ସୁଧା ଆମ ପାଖରେ ଭ୍ୟାକ୍ସିନ ପହଞ୍ଚିବ ଆମର ଆଶା ବୋଲି ପୁନାୱାଲା କହିଛନ୍ତି। ତା ସହ ଓମିକ୍ରନର ସବ ଭ୍ୟାରିଏଣ୍ଟ ଏବେ ବି ଦିଲ୍ଲୀରେ ପ୍ରଭାବ ଜାରି ରଖିଛି । ଯଦିଓ ଡାକ୍ତରଖାନାରେ ଭର୍ତ୍ତି ହେବା ମାମାଲ କମ୍ ଦେଖାଯାଉଛି ତେବେ ଏହାକୁ ହାଲୁକା ଭାବରେ ନେବା କଥା ନୁହେଁ ବୋଲି ପୁନାୱାଲା କହିଛନ୍ତି।

ସୂଚନା ଥାଉକି ଆଜି(ଅଗଷ୍ଟ ୧୫) ଓମିକ୍ରନ ଭ୍ୟାରିଏଣ୍ଟ ବିରୋଧରେ ପ୍ରଥମ ଟିକାକୁ ଅନୁମତି ଦେଇଛି ଗ୍ରେଟ ବ୍ରିଟେନ। ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ୍ ଓମିକ୍ରନ ସଂକ୍ରମଣ ରୋକିବାକୁ ମଡର୍ଣ୍ଣା କମ୍ପାନୀ ତିଆରି କରିଥିବା ‘ଭିଭାଲେଣ୍ଟ ଭ୍ୟାକ୍ସିନ’କୁ ପ୍ରୟୋଗ ପାଇଁ ଅନୁମତି ଦେଇଛି। ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଭାବେ ଏହି ଟିକା ଦିଆଯିବ ବୋଲି ୟୁକେ ମେଡିସିନ ରେଗୁଲେଟୋରୀ(MHRA) ଅନୁମତି ଦେଇଥିବା ସୂଚନା ମିଳିଛି।

ଭିଭାଲେଣ୍ଟ ଭ୍ୟାକ୍ସିନର ଗବେଷଣାତ୍ମକ ପରୀକ୍ଷଣ ରିପୋର୍ଟ ଦେଖିବା ପରେ MHRA ଏହାର ବ୍ୟବହାର ପାଇଁ ଅନୁମତି ଦେଇଛି। ଏହି ଭ୍ୟାକ୍ସିନ ଉଭୟ ବିଏ.୧ ଓ ଓମିକ୍ରନ ଓ ୨୦୨୦ରେ ବାହାରିଥିବା ମୂଳ ଭାଇରସ ବିରୋଧରେ ଯଥେଷ୍ଟ ରୋଗପ୍ରତିରୋଧକ ଶକ୍ତି ବଢ଼ାଉଛି ବୋଲି ଗବେଷଣାରୁ ଜଣାପଡ଼ିଛି। କେବେଳ ଏତିକି ନୁହେଁ ଓମିକ୍ରନର ସବ ଭ୍ୟାରିଏଣ୍ଟ ବିଏ.୪ ଏବଂ ବିଏ.୫ ବିରୋଧରେ ମଧ୍ୟ ଏହି ଟିକା ଭଲ ପ୍ରଦର୍ଶନ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ