ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆସନ୍ତା ସପ୍ତାହରେ ସମେଟିଭ୍‌-୧ ପରୀକ୍ଷା ଫଳ, ୧୫ ସୁଦ୍ଧା ସରିବ ଫର୍ମେଟିଭ୍‌-୪ ପରୀକ୍ଷା

କଟକ ୦୬।୦୨ : ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ହୋଇଥିବା ୧୦ମ ଶ୍ରେଣୀର ସମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା ଜାନୁଆରୀରେ ଶେଷ ହୋଇଥିଲେ ହେଁ ଏ ଯାଏ ପରୀକ୍ଷା ଫଳ ଜଣାପଡ଼ିନାହିଁ । ଏହିି ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ବୋର୍ଡ ୱେବସାଇଟ୍‌ରେ ଅପଲୋଡ୍‌ କରାଯିବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି । ୫୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷା ଅବଜେକ୍ଟିଭ୍‌ରେ ହୋଇଥିଲା । ଓଏମ୍‌ଆର୍‌ ସିଟ୍‌ରେ ହୋଇଥିବା ଉକ୍ତ ପରୀକ୍ଷାକୁ ରାଜ୍ୟର ୩ ହଜାର ୮୫ଟି କେନ୍ଦ୍ରରେ ୫ଲକ୍ଷ ୭୧ ହଜାର ୯୭୪ ପରୀକ୍ଷାର୍ଥୀ ଦେଇଥିଲେ । ଉତ୍ତର ଖାତାଗୁଡ଼ିକ ବୋର୍ଡ ପକ୍ଷରୁ ମୂଲ୍ୟାୟନ ଲାଗି ଏକ ଫାର୍ମକୁ ପଠାଯାଇଥିଲା ।

ଅନ୍ୟପକ୍ଷରେ ସମେଟିଭ୍‌-୨ ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ଶିକ୍ଷାବିତ୍‌ମାନଙ୍କ ସହ ଆଲୋଚନା ଶେଷ ହୋଇଛି । ଏହାପୂର୍ବରୁ ଗତ ୨୭ ତାରିଖରେ ରାଜ୍ୟର ବିଭିନ୍ନ ଶିକ୍ଷକ ସଂଘ, ଅଭିଭାବକ, ଶିକ୍ଷକ, ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହ ବୋର୍ଡ କର୍ତ୍ତୃପକ୍ଷ ଭିଡିଓ କନଫରେନ୍‌ସିଂରେ ଆଲୋଚନା କରି ନୂତନ ପରୀକ୍ଷା ବ୍ୟବସ୍ଥା ସମ୍ପର୍କରେ ମତାମତ ଲୋଡ଼ିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସରକାର ତାରିଖ ଧାର୍ଯ୍ୟ କଲେ ପରୀକ୍ଷା ହେବ ବୋଲିି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ସମେଟିଭ୍‌-୨ ପରୀକ୍ଷା ପୂର୍ବରୁ ଚଳିତ ମାସର ଦ୍ୱିତୀୟ ସପ୍ତାହ ମଧ୍ୟରେ ଫର୍ମେଟିଭ୍‌ ଆସେସମେଣ୍ଟ୍‌ (ଏଫ୍‌ଏ)-୪ ପରୀକ୍ଷା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି