ଦେଶ ବିଦେଶ ମନୋରଞ୍ଜନ

ଆସନ୍ତାକାଲି ବକ୍ସଅଫିସ୍‌ରେ ଟକ୍କର ଦେବ ‘PS1’-‘ବିକ୍ରମ ବେଧା’, ଉଭୟ ଫିଲ୍ମ ଦେଖିବାକୁ ଅନୁରୋଧ କଲେ ନିର୍ମାତା

ମୁମ୍ଵାଇ ୨୯।୦୯: ଆସନ୍ତାକାଲି ବିକ୍ରମ ବେଧା-ପୋନିୟିନ୍ ସେଲଭାନ୍ ବକ୍ସ ଅଫିସ୍ ଟକ୍କର ଦେବାକୁ ଯାଉଛି। ଏହି ଦିନ ଦୁଇଟି ବଡ ଚଳଚ୍ଚିତ୍ର ଏକାଠି ପ୍ରେକ୍ଷାଳୟରେ ଧମାଲ କରିବ। ଏଥିପାଇଁ ପ୍ରଶଂସକମାନେ ଉତ୍ସାହିତ ସହ ସେମାନଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍ ଅଛି । କେଉଁ ଫିଲ୍ମ କାହା ଉପରେ ଭାରୀ ପଡିବ ତାହା କେବଳ ସମୟ କହିବ।

କ୍ଲାସିକ୍ ତାମିଲ୍ ଉପନ୍ୟାସ ପୋନିୟିନ୍ ସେଲଭାନ୍ ମଣି ରତ୍ନମଙ୍କ ଡ୍ରିମ୍‌ ପ୍ରୋଜେକ୍ଟ । ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ବିକ୍ରମ ବେଧାଙ୍କ ଟିମ୍‌କୁ ପୋନିୟିନ ସେଲଭାନଙ୍କ ସହ ସଂଘର୍ଷ ବିଷୟରେ ପଚରାଯାଇଥିଲା, ହ୍ରିତିକ ରୋଶନ କହିଛନ୍ତି ଯେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ କେବଳ ତାଙ୍କ ଫିଲ୍ମ ଉପରେ ରହିଛି। ଏଥିସହିତ ସୈଫ୍‌ ଅଲି ଖାନ ପ୍ରଶଂସକମାନଙ୍କୁ ଉଭୟ ଫିଲ୍ମ ଦେଖିବା ପାଇଁ ଅନୁରୋଧ କରିଥିଲେ। ‘ବିକ୍ରମ ବେଧା’କୁ ପୁଷ୍କର-ଗାୟତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି। ସେ କହିଛନ୍ତି – ପୋନିୟିନ୍ ସେଲଭାନ୍ ଏକ କ୍ଲାସିକ୍ ଫିଲ୍ମ। ଆମେ ଆମର କାର୍ଯ୍ୟ କରିଛୁ ଏବଂ ସେମାନେ ସେମାନଙ୍କର କାର୍ଯ୍ୟ କରିଛନ୍ତି। ଆଶା କରେ ଲୋକମାନେ ଉଭୟ ଚଳଚ୍ଚିତ୍ର ଦେଖିବେ।

ଉଭୟ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ‘ବିକ୍ରମ ବେଧା’ ହେଉଛି ତାମିଲ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍। ତାମିଲ ଭର୍ସନ ୨୦୧୭ ରେ ମୁକ୍ତିଲାଭ କରିଥିଲା । ଏହା ଏକ ଆକ୍ସନ୍-ଥ୍ରୀଲର୍ । ଅନ୍ୟ ପଟେ ପୋନିୟିନ୍ ସେଲଭାନ୍ ହେଉଛି ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର। ଯାହା ଚୋଳ ସାମ୍ରାଜ୍ୟର ସୁବର୍ଣ୍ଣ ଇତିହାସ ଦର୍ଶାଉଛି । ବହୁ ରିସର୍ଚ ପରେ ଚଳଚ୍ଚିତ୍ରଟି ଏକ ବଡ ବଜେଟରେ ପ୍ରସ୍ତୁତ କରାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ