କଳା ଓ ସଂସ୍କୃତି ଧର୍ମ

ଆସନ୍ତାକାଲି ପୌଷ ଅମାବାସ୍ୟା: ଏହି ଦିନ ପିତୃଙ୍କୁ ତର୍ପଣ କଲେ ପିତୃ ଦୋଷରୁ ମିଳିଥାଏ ମୁକ୍ତି, ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ପୂଜା ବିଧି

ଭୁବନେଶ୍ୱର ୧୨/୦୧ : ଚଳିତ ବର୍ଷ ଜାନୁଆରୀ ୧୩ ତାରିଖରେ ପୌଷ ଅମାବାସ୍ୟା ପଡୁଛି । ହିନ୍ଦୁ ପାଞ୍ଜି ଅନୁସାରେ ପୌଷ ମାସ କୃଷ୍ଣପକ୍ଷ ଅନ୍ତିମ ତିଥିରେ ପୌଷ ଅମାବାସ୍ୟା ପଡେ। ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିକୋଣରୁ ଏହି ତିଥିକୁ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଏହି ଦିନ ଦାନ-ସ୍ନାନର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଦାନଧର୍ମ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଅମାବାସ୍ୟା ତିଥିରେ ଖରାପ କର୍ମ ଓ ନକାରାତ୍ମକ ବିଚାରଧାରାରୁ ଦୁରେଇ ରହିବା ଉଚିତ ବୋଲି କୁହାଯାଏ।

ପୌଷ ଅମାବାସ୍ୟା ଶୁଭ ମୁହୂର୍ତ୍ତ :

ଅମାବାସ୍ୟା ତିଥି ଆରମ୍ଭ – ଜାନୁଆରୀ ୧୨ ତାରିଖ ଅପରାହ୍ନ ୧୨ଟା ୨୨ ମିନିଟରୁ

ଅମାବାସ୍ୟା ତିଥି ସମାପ୍ତ – ଜାନୁଆରୀ ୧୩ ତାରିଖ ସକାଳ ୧୦ଟା ୨୯ ମିନିଟ

ଶାସ୍ତ୍ରରେ ପୌଷ ଅମାବାସ୍ୟାର ଅନେକ ମହତ୍ତ୍ୱ ରହିଛି। ଏହି ଦିନ ଅନେକ ଶୁଭ କାର୍ଯ୍ୟ କରାଯାଇଥାଏ। ଅମାବାସ୍ୟା ତିଥିରେ ଲୋକେ ପିତୃଙ୍କୁ ପ୍ରସନ୍ନ କରିବାକୁ ଶ୍ରାଦ୍ଧ କର୍ମ କରିଥାନ୍ତି। ଏହି ଦିନ ପିତୃ ତର୍ପଣ, ଗଙ୍ଗା ସ୍ନାନ, ଦାନ-ପୁଣ୍ୟ ଫଳଦାୟୀ ବୋଲି ବିଶ୍ୱାସ ରହିଛି। ଏହି ତିଥି ପିତୃ ଦୋଷରୁ ମଧ୍ୟ ମୁକ୍ତି ଦେଇଥାଏ।


ଅମାବାସ୍ୟା ତିଥିରେ ପୂଜା ବିଧି :

* ଅମାବାସ୍ୟା ଦିନ ପବିତ୍ର ନଦୀ ବା ଜଳାଶ୍ରୟରେ ସ୍ନାନ କରନ୍ତୁ

* ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାପରେ ପିତୃପୁରୁଷଙ୍କୁ ତର୍ପଣ କରନ୍ତୁ

* ତମ୍ବା ପାତ୍ରରେ ଶୁଦ୍ଧ ଜଳରେ ଲାଲ ଚନ୍ଦନ ଓ ଲାଲ ଫୁଲ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ

* ପିତୃପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ବ୍ରତ ପାଳନ କରନ୍ତୁ ଏବଂ ଗରିବଙ୍କୁ ଦାନ ଦିଅନ୍ତୁ

* ପିତୃ ଦୋଷରେ ପୀଡିତ ବ୍ୟକ୍ତି ଅମାବାସ୍ୟାରେ ଉପବାସ କରି ପିତୃଙ୍କୁ ତର୍ପଣ କରିବା ଉଚିତ


ଜ୍ୟୋତିଷଶାସ୍ତ୍ର ଅନୁସାରେ ଅମାବାସ୍ୟା ତିଥିକୁ ଧାର୍ମିକ ଓ ଆଧ୍ୟତ୍ମିକା ଚିନ୍ତନ ଓ ଧ୍ୟାନ ପାଇଁ ଶ୍ରେଷ୍ଠ ମାସ ବୋଲି କୁହାଯାଇଛି। ଏହି ଦିନ ସୂର୍ଯ୍ୟ ଓ ଚନ୍ଦ୍ରମା ଗୋଟିଏ ରାଶିରେ ଥାଆନ୍ତି। ଯେପରି ଅମାବାସ୍ୟା ତିଥିରେ ଚନ୍ଦ୍ରମା ନଜର ଆସନ୍ତିନି ଏବଂ ଚନ୍ଦ୍ରମାଙ୍କ ପ୍ରଭାବ କ୍ଷଣସ୍ଥାୟୀ ହୋଇଥାଏ ସେହିଭଳି ପ୍ରଭାବ ମଣିଷ ଜୀବନରେ ମଧ୍ୟ ପଡିଥାଏ। ଅମାବାସ୍ୟାରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ କୁଣ୍ଡଳୀରେ ଚନ୍ଦ୍ର ଦୋଷ ରହିଥାଏ। ସେଥିପାଇଁ ସେହି ବ୍ୟକ୍ତିଙ୍କ ଚନ୍ଦ୍ରମା ପ୍ରଭାବଶାଳୀ ହୋଇନଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ