ଖେଳ

ଆଷ୍ଟନ ମାର୍ଟିନ ରେସିଂ ଏକାଡେମି ଲାଗି ରବୀନ୍ଦ୍ର ମନୋନୀତ

ବେଙ୍ଗାଲୁରୁ: ଭାରତୀୟ ଜିଟି-୪ କାର୍ ରେସର୍‌ ଅଖିଳ ରବୀନ୍ଦ୍ର ଲଗାତାର ତୃତୀୟବର୍ଷ ପାଇଁ ପ୍ରତିଷ୍ଠିତ ଆଷ୍ଟନ ମାର୍ଟିନ୍ ରେସିଂ ଏକାଡେମି (ଏଏମ୍ଆର୍‌) ଲାଗି ମନୋନୀତ ହୋଇଛି। ଆଷ୍ଟନ ମାର୍ଟିନର କ୍ଲାସ୍ ଅଫ୍ ୨୦୨୧ରେ ତୃତୀୟ ଥର ପାଇଁ ସ୍ଥା‌ନ ପାଇବା ପରେ ତାଙ୍କ ପାଇଁ ଏହି ଦଳର ମୁଖ୍ୟ ରେସିଂ ଦଳରେ ସ୍ଥାନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ୨୪ ବର୍ଷୀୟ ରବୀନ୍ଦ୍ର ସଂପ୍ରତି ୟୁରୋପୀୟ ଜିଟି-୪ ଚାମ୍ପିଅନସିପ୍‌ରେ ଏଜିଏସ୍ ଇଭେଣ୍ଟ୍ସ ରେସିଂ ଦଳର ପ୍ରତିନିଧିତ୍ବ କରୁଛନ୍ତି। ଏଏମ୍‌ଆର ପାଇଁ ମନୋନୀତ ହୋଇଥିବା ସାରା ବିଶ୍ବର ୧୪ ଜଣ ରେସର୍‌ଙ୍କ ମଧ୍ୟରୁ ସେ ହେଉଛନ୍ତି ଏକମାତ୍ର ଏସୀୟ।

ଏହି ଏକାଡେମି ଆଷ୍ଟନ ମାର୍ଟିନ ଦଳ ପାଇଁ ପରବର୍ତ୍ତୀ ପିଢ଼ିର ରେସର୍‌ ଚିହ୍ନଟ କରିବା ପାଇଁ ସ୍ଥାପିତ ହୋଇଛି। ବିଳାଶପୂର୍ଣ୍ଣ କାର୍ ନିର୍ମାଣ କରୁଥିବା ବ୍ରିଟିସ୍ କଂପାନି ଆଷ୍ଟନ ମାର୍ଟିନ ଏହି ଏକାଡେମିରୁ ଆସନ୍ତା ସମୟ ପାଇଁ ନିଜ କନିଷ୍ଠ ରେସିଂ ଦଳ ପାଇଁ ଚାଳକ ବାଛିବାର ଅଛି। କଂପାନି ସେହି ଭାଗ୍ୟଶାଳୀ ରେସର୍‌ଙ୍କ ସହ ଗୋଟିଏ ବର୍ଷ ପାଇଁ ଚୁକ୍ତି କରିବ। ୟୁରୋପୀୟ ଜିଟି-୪ ଚାମ୍ପିଅନସିପ୍‌ରେ ଆଷ୍ଟନ ମାର୍ଟିନ କାର୍ ଚାଳନା କରୁଥିବାରୁ ମୁଖ୍ୟ ଦଳକୁ ସେ ପଦୋନ୍ନତି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡ ଫ୍ରାନ୍ସର ଲି କ୍ୟାସେଲେଟ୍‌ ଠାରେ ଥିବା ପଲ୍ ରିକାର୍ଡ ସର୍କିଟ୍‌ରେ ଚଳିତମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାର ଅଛି। ଏଥିରେ ରବୀନ୍ଦ୍ର ଶ୍ରେଷ୍ଠ ୩ ରେସର୍‌ଙ୍କ ମଧ୍ୟ‌ରେ ସ୍ଥାନ ପାଇବାକୁ ଚେଷ୍ଟା କରିବେ। ଏଥିନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି। ୟୁରୋପୀୟ ଜିଟି-୪ ରେସ୍‌ର ଚଳିତ ଋତୁରେ ପ୍ରତିଦ୍ବନ୍ଦ୍ବିତା କରିବାରେ ସେ ହେଉଛନ୍ତି ଏକମାତ୍ର ଭାରତୀୟ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ