ଖେଳ ଦେଶ ବିଦେଶ

ଆଶଙ୍କାରେ ଭାରତ-ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟ ! ଦୁଇ ଦିନ ଭିତରେ ନିଷ୍ପତ୍ତି

ମେଲବୋର୍ଣ୍ଣ ୨୭।୧୨: ସିଡନୀରେ କୋଭିଡ୍-୧୯ର ନୂତନ ମାମଲା କାରଣରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ତୃତୀୟ ଟେଷ୍ଟ ମ୍ୟାଚ୍‌ର ଆୟୋଜନ ସମ୍ଭାବନା କମ ରହିଛି। ଏହା ଉପରେ ଆଗାମୀ ଦୁଇ ଦିନରେ ନିଷ୍ପତ୍ତି ନିଆଯିବ। ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ(ଏମସିଜି)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଷ୍ଟୁଆର୍ଟ ଫକ୍ସ ରବିବାର କହିଛନ୍ତି ଆମେ ଚାହୁଁଛୁ ସିଡନୀରେ ମ୍ୟାଚ୍ ହେଉ, ହେଲେ ସ୍ଥିତି ବହୁତ ଜଟିଳ ହୋଇ ପଡିଛି।

ଫକ୍ସ ‘ସିଡନୀ ମର୍ଣ୍ଣିଂ ହେରାଲ୍ଡ’କୁ କହିଛନ୍ତି, ସେ ନ୍ୟୁସାଉଥ ଓ୍ଵେଲ୍ସର ସ୍ଵାସ୍ଥ୍ୟ ବିଭାଗ ସହିତ ମିଶି କାମ କରୁଛନ୍ତି। ହେଲେ ସ୍ଥିତି ଏବେ ଜଟିଳ ହେବାରେ ଲାଗିଛି। ମ୍ୟାଚ୍‌ ଆୟୋଜନ ପାଇଁ ସିଡନୀକୁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି। କାରଣ ଯେତିକି ଅଧିକ ସମୟ ମିଳିବ ସିଡନୀରେ ମ୍ୟାଚ୍‌ ଆୟୋଜନ ସମ୍ଭାବନା ବଢିବ। ଆଗାମୀ ଦୁଇ ଦିନରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଫକ୍ସ କହିଛନ୍ତି।

ଆଗାମୀ ଦୁଇ ଦିନରେ ମ୍ୟାଚ୍‌ ଆୟୋଜନ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ସିଡନୀର ଉତ୍ତର ସମୁଦ୍ର କୂଳିଆ ଅଞ୍ଚଳରେ କୋଭିଡ୍-୧୯ ମାମଲା ଚିହ୍ନଟ ହେବା ପରେ ତୃତୀୟ ଟେଷ୍ଟ ସିଡନୀରେ ଖେଳାଯିବା ନେଇ ଅନିଶ୍ଚିତତା ଜାରି ରହିଛି। ତୃତୀୟ ଟେଷ୍ଟ ଜାନୁଆରୀ ୭ରେ ଖେଳାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ