ନୂଆଦିଲ୍ଳୀ ୧୮।୧୧ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତାରା ସୁତାରିଆ ଇଣ୍ଡଷ୍ଟ୍ରୀରେ ବେଶ୍ ଜଣାଶୁଣା । ହେଲେ ବର୍ତ୍ତମାନ ସେ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଯାହାକୁ ନେଇ ଖବରରେ ଜୋର ଧରିଛି । ତେବେ ରିପୋର୍ଟରେ କୁହାଯାଇଛି ଯେ ତାଙ୍କର ଆସନ୍ତା ବର୍ଷ ବିବାହ ହୋଇପାରେ । ତାଙ୍କ ପ୍ରେମିକ ଆଦର ଜୈନଙ୍କ ସହ ବିବାହ ବନ୍ଧନରେ ବାନ୍ଧି । ଯଦି ଏହି ଗୁଜବ ସତ ବୋଲି ପ୍ରମାଣିତ ହୁଏ, ତେବେ ବଲିଉଡର ବଡ ବିବାହରେ ଆଉ ଏକ ବିବାହର ଯୋଡି ଏଥିରେ ସାମିଲ ହେବ। ରଣବୀର ଓ ଆଦର ଦୁହେଁ କେବଳ ଭାଇ ନୁହଁନ୍ତି ବରଂ ବହୁତ ଭଲ ବନ୍ଧୁ ମଧ୍ୟ ଅଟନ୍ତି । ଆଦର ରଣବୀର କପୁରଙ୍କ ପିଇସିଙ୍କ ପୁଅ । ସ୍ୱର୍ଗତ ଅଭିନେତା ଋଷି କପୁରଙ୍କ ଭଉଣୀ ରିମା ଜୈନ ଆଦରଙ୍କ ମାଆ ।
ରିପୋର୍ଟ ଅନୁଯାୟୀ, ରଣବୀର-ଆଲିଆ ଆସନ୍ତା ବର୍ଷ ମେ କିମ୍ବା ଜୁନ୍ ମାସରେ ବିବାହରେ ବାନ୍ଧିବା ହେବାକୁ ପ୍ରସ୍ତୁତ ଥିବାବେଳେ ଆଦର ଆସନ୍ତା ବର୍ଷ ଆରମ୍ଭରେ ତାଙ୍କ ସମ୍ପର୍କକୁ ଆଗକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ତାରା-ଆଦର ମଧ୍ୟ ରାଜସ୍ଥାନରେ ବିବାହ କରିବାକୁ ଚାହୁଁଛନ୍ତି । ଅନ୍ୟପଟେ ଆଦର ଜୈନ ଏବଂ ତାରା ସୁତାରିଆ ଦୀର୍ଘ ସମୟ ଧରି ଡେଟିଂ କରୁଛନ୍ତି । ତାରା ଏବଂ ଆଦର ଦୁହେଁ ଗୋଆରେ ଛୁଟି କାଟୁଥିବା ବେଳେ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ ଭାବେ ଘୋଷଣା କରିଥିଲେ । ବର୍ତ୍ତମାନ ତାରା ସୁତାରିଆ -ଆଦର ଜୈନ ଏବଂ ପୂର୍ବରୁ ଭିକି କୌଶଲ-କ୍ୟାଟ୍ରିନା କୈଫ, ଆଲିଆ ଭଟ୍ଟ-ରଣବୀର କପୁରଙ୍କ ବିବାହ ବିଷୟରେ ମଧ୍ୟ ଆଲୋଚନା ଚାଲିଛି। ଏବେ ଏହା ଦେଖିବାକୁ ପଡ଼ିବ ଯେ ପ୍ରଥମେ କିଏ ବିବାହ କରିବେ । ଏ ବିଷୟରେ କେବେ ଅଫିସିଆଲି ଭାବେ ଘୋଷଣା ହେବ। ତାହା ଏ ଯାଏଁ ଜଣା ପଡି ନାହିଁ । ହେଲେ ଆଲୋଚନା ହେଉଛି ଯେ ଆଲିଆ ଭଟ୍ଟଙ୍କ ପୂର୍ବରୁ ତାରା କନିଆ ସାଜିବେ ।
ଯଦି ଆଦରଙ୍କ ଫିଲ୍ମରେ କ୍ୟାରିୟର ବିଷୟରେ କହିବା ତେବେ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ହାପି ନିୟୁ ଇୟର ଏବଂ ଏ ଦିଲ୍ ହେ ମୁସ୍କିଲ୍ରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ୨୦୧୭ରେ ୟଶ ରାଜଙ୍କ ଫିଲ୍ମରୁ ଆଦର ତାଙ୍କର ବଲିଉଡରେ ଡେବ୍ୟୁ କରିଥିଲେ । ତାରା ମଧ୍ୟ ବହୁ ଫିଲ୍ମରେ କାମ କରିଛନ୍ତି ତାଙ୍କର ପ୍ରଥମ ଡେବ୍ୟୁ କରଣଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦିୟର ।

