ନୂଆଦିଲ୍ଲୀ ୨୦।୦୨ : ବଲିଉଡ୍ର କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ୍ । ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସବୁଠାରେ ଚର୍ଚ୍ଚାରେ ଥାନ୍ତି। ଏହାକୁ ନେଇ ବଲିଉଡକୁ ମଧ୍ୟ କରନ୍ତି ଟାର୍ଗେଟ। ବର୍ତ୍ତମାନ ଏଥିରୁ ବାଦ ପଡି ନାହାନ୍ତି ଚୁଲ୍ବୁଲି ଅଭିନେତ୍ରି ଆଲିଆ ଭଟ୍ଟ । ତାଙ୍କ ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡିଙ୍କୁ ନେଇ କରିଛନ୍ତି ଟାର୍ଗେଟ । ହେଲେ ଏହାକୁ କଙ୍ଗନା ସିଧାସଳଖ ଆଲିଆଙ୍କ ନାମ ନେଇ ନାହାନ୍ତି । କିନ୍ତୁ ତାଙ୍କ ପୋଷ୍ଟ ପଢିବା ପରେ ସ୍ପଷ୍ଟ ଭାବେ ଜଣାପଡୁଛି କି ସେ ଏଥିରେ କାହାକୁ କହିଛନ୍ତି ।
ନିକଟରେ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ସେ ଆଲିଆଙ୍କ ଫିଲ୍ମ ଏବଂ ତାଙ୍କୁ ନେଇ ଟାର୍ଗେଟ କରିଛନ୍ତି। ସେଥିରେ କଙ୍ଗନା ଲେଖିଛନ୍ତି, ଏହି ଶୁକ୍ରବାର ଦିନ ୨୦୦ କୋଟି ଟଙ୍କା ବକ୍ସ ଅଫିସରେ ବର୍ବାଦ ହେବାକୁ ଯାଉଛି । ପାପାଙ୍କ (ଫିଲ୍ନ ମାଫିଆ ବାପା) କି ପ୍ୟାରୀ (ଯାହାର ବ୍ରିଟିଶ ପାସପୋର୍ଟ ଅଛି) କାରଣ ପାପା ରୋମ କମ ବିମ୍ବୋ ଅଭିନୟ କରିପାରନ୍ତି ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି। ଏହି ଚଳଚ୍ଚିତ୍ରର ସବୁଠାରୁ ବଡ ଅସୁବିଧା ହେଉଛି ଫିଲ୍ମର କାଷ୍ଟିଂ କାଉଚ।
ବର୍ତ୍ତମାନ ଯଦିଓ କଙ୍ଗନା ଏହି ପୂରା ପୋଷ୍ଟରେ କାହାର ନାମ ରଖି ନାହାଁନ୍ତି, କିନ୍ତୁ ସମସ୍ତଙ୍କୁ ଜଣା ଯେ ଏହି ସପ୍ତାହରେ ରିଲିଜ୍ ହେବାକୁ ଥିବା ବଡ ଫିଲ୍ମ ହେଉଛି ଆଲିଆ ଭଟ୍ଟଙ୍କ ଫିଲ୍ମ ଗାଙ୍ଗୁବାଇ କାଠିଆୱାଡି । ଯାହା ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ।

