ରାଜ୍ୟ

‘ଆର୍‌ଏସ୍‌ପିକୁ ବିକିଦେବେ ମୋଦୀ’: ବିଜେପି ଓ ବିଜେଡ଼ି ମଧ୍ୟରେ କିଛି ଫରକ ନାହିଁ

ରାଜଗାଙ୍ଗପୁର: ୨୦୨୪ରେ ଯଦି ବିଜେପି ପୁଣିଥରେ କ୍ଷମତାକୁ ଫେରେ, ତେବେ ନରେନ୍ଦ୍ର ମୋଦୀ ସରକାର ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ସମେତ ବହୁ ରାଷ୍ଟ୍ରାୟତ୍ତ କମ୍ପାନିକୁ ବିକ୍ରି କରିଦେବେ। ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହା କହିଛନ୍ତି।

ଶ୍ରୀ ରମେଶ କହିଥିଲେ, କଂଗ୍ରେସ ସରକାର ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ ସହିତ ବୋକାରୋ, ଦୁର୍ଗାପୁରରେ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିଥିଲେ। ଓଡ଼ିଶାରେ ଆଲୁମିନିୟମ କାରଖାନା, ସାର କାରଖାନା ଆଦି ଅଧିକାଂଶ ବୃହତ୍‌ଶିଳ୍ପ କଂ‌ଗ୍ରେସ ସରକାର ସମୟରେ ହିଁ ପ୍ରତିଷ୍ଠା ଲାଭ କରିଥିଲା। ମାତ୍ର, ମୋଦୀ ସରକାର ପୁଣିଥରେ କ୍ଷମତାକୁ ଆସିଲେ ଏହିସବୁ ରାଷ୍ଟ୍ରାୟତ୍ତ କମ୍ପାନିକୁ ପୁଞ୍ଜିପତିଙ୍କ ହାତରେ ଟେକିଦେବେ। ଏଥିସହିତ ସେ କହିଥିଲେ, ଓଡ଼ିଶାରେ ବିଜେପି ଓ ବିଜେଡ଼ି ମଧ୍ୟରେ କିଛି ଫରକ ନାହିଁ। କେବଳ ‘ପି’ର ଫରକ ରହିଛି। ଓଡ଼ିଶାରେ ‘ପି-ପି’ ଶାସନ କରୁଛନ୍ତି। ‘ପି’ କିଏ ବୋଲି ପଚାରିବାରୁ ଶ୍ରୀ ରମେଶ ତା’ର ଉତ୍ତର ଦେଇନଥିଲେ। ମାତ୍ର କହିଥିଲେ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଓଡ଼ିଶା ଗସ୍ତ ସମୟରେ ‘ପି’କୁ ଭେଟିଥିଲେ। ଏହି ଘଟଣାରୁ ସ୍ପଷ୍ଟ ଯେ ଓଡ଼ିଶାରେ ବିଜେଡି-ବିଜେପି ଏକହୋଇ ସରକାର ଚଳାଇଛନ୍ତି। ସାମ୍ବାଦିକ ସମ୍ମିଳନୀ‌ରେ ଉପସ୍ଥିତ ଥିବା ଯୁବନେତା କହ୍ନେୟା କୁମାର ‘ଭାରତ ଯୋଡ଼ୋ’ ଯାତ୍ରା ସମ୍ପର୍କରେ କହିଥିଲେ, ଦେଶର ୧୪୦ କୋଟି ‌ଲୋକଙ୍କୁ ନ୍ୟାୟଦେବା ପାଇଁ ଏହି ଯାତ୍ରା ଆରମ୍ଭ ହୋଇଛି। ଯୁବକ, ମହିଳା, କୃଷକ, ଶ୍ରମିକଙ୍କୁ ନ୍ୟାୟଦେବା ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଦେଶ ଓ ରାଜ୍ୟରେ ବେକାରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ସାମ୍ବାଦିକ ସମ୍ମିଳନୀରେ ଜୟରାମ ରମେଶଙ୍କ ଟାର୍ଗେଟ୍‌

ବିଜେପି ଓ ବିଜେଡ଼ି ମଧ୍ୟରେ କିଛି ଫରକ ନାହିଁ
ଓଡ଼ିଶାରେ ‘ପି-ପି’ ଶାସନ କରୁଛନ୍ତି

କେନ୍ଦ୍ର ସରକାର ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ଦେବାରେ ବିଫଳ ହୋଇଥିବାବେଳେ ଗୃହମନ୍ତ୍ରୀଙ୍କ ପୁଅ ବିସିସିଆଇ ସଭାପତି ହୋଇଛନ୍ତି। ପ୍ରତିଦିନ ହାରାହାରି ୨ ଜଣ କୃଷକ ଆତ୍ମହତ୍ୟା କରୁଛନ୍ତି ବୋଲି ଶ୍ରୀ କୁମାର ବର୍ଷିଥିଲେ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଓଡ଼ିଶାରେ ବିଜେପି-ବିଜେଡି ମିଶି ୨୪ ବର୍ଷ ଧରି ଜଙ୍ଗଲ ଓ ଖଣି ଲୁଟ୍‌ କରୁଥିବା ଅଭିଯୋଗ କରିଥିଲେ। ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର ‘ପି’ କିଏ ସହିତ ରାଜ୍ୟରେ ଖଣି ଦୁର୍ନୀତି ଓ ଚିଟ୍‌ଫଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ଇଡି ଏବଂ ସିବିଆଇ କାହିକିଁ ତଦନ୍ତ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। କୋରାପୁଟ ସାଂସଦ ସପ୍ତଗିରି ଉଲାକା ଏହି ସରକାର ଆଦିବାସୀଙ୍କ ହକ୍ ଛଡ଼ାଇ ନେଇଛି ବୋଲି ଅଭିଯୋଗ କରିଥିଲେ। ଗତ ଲୋକସଭା ଅଧିବେଶନ କାଳରେ ୧୪୭ ଜଣ ସାଂସଦକୁ ନିଲମ୍ବନ କରି ଜଙ୍ଗଲ ଆଇନକୁ ପାସ୍‌ କରିଦେଇଛି। ଏଣୁ ଆଗାମୀ ନିର୍ବାଚନରେ ବିଜେଡି ଓ ବିଜେପିକୁ କ୍ଷମତାକୁ ନ ଆଣିବା ପାଇଁ ସେ ନିବେଦନ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।