ରାଜ୍ୟ ସ୍ପେଶାଲ ରିପୋର୍ଟ

ଆର୍‌ଏମ୍‌ସି ପ୍ଲାନିଂ ନିୟମକୁ ଫୁଃ: ନିର୍ମାଣ ଚାଲିଛି ବହୁତଳ କୋଠା, ବନ୍ଦ ନୋଟିସ୍‌ ସତ୍ବେ ଚାଲିଛି କାମ

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପ୍ଲାନିଂ ନିୟମକୁ ଫୁଃ କରି ଦେଉଛନ୍ତି ସହରର କିଛି କୋଠା ମାଲିକ। ମନଇଚ୍ଛା ତିଆରି କରିଚାଲିଛନ୍ତି ବହୁତଳ କୋଠା। ଆର୍‌ଏମ୍‌ସି ପ୍ଲାନିଂ ବିଭାଗର ଅଧିକାରୀଙ୍କ ତାଗିଦ୍‌ ସତ୍ବେ ନିର୍ମାଣ କାମ ବନ୍ଦ କରୁନାହାନ୍ତି। ରାଉରକେଲା ଡେଲିମାର୍କେଟର ବେଆଇନ ନିର୍ମାଣକାରୀ ଦିଲୀପ କୁମାର ସାହୁ ଓ ଦୀନବନ୍ଧୁ କୁଣ୍ଡୁଙ୍କୁ ଆର୍‌ଏମ୍‌ସି କର୍ତ୍ତୃପକ୍ଷ କାମ ବନ୍ଦ କରିବାକୁ ନୋଟିସ୍‌ ଜାରି କରିଛନ୍ତି। ଦିଲୀପ କୁମାର ସାହୁଙ୍କୁ ନିର୍ମାଣ କାମ ବନ୍ଦ କରିବା ସହ ୫ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେବାକୁ ନୋଟିସ୍‌ର କୁହାଯାଇଛି।

ସେମିତି ଦୀନବନ୍ଧୁ କୁଣ୍ଡୁଙ୍କୁ ତୁରନ୍ତ କାମ ବନ୍ଦ କରିବାକୁ ନୋଟିସ୍‌ରେ ତାଗିଦ୍‌ କରାଯାଇଛି। ଏହା ସତ୍ବେ ଦୁହେଁ ବହୁତଳ କୋଠା ନିର୍ମାଣ କରୁଛନ୍ତି। ଗତ ତିନି ଦିନ ତଳେ ଆର୍‌ଏମ୍‌ସି ଏନ୍‌ଫୋର୍ସମେଣ୍ଟ ବିଭାଗର କର୍ମଚାରୀ ପହଞ୍ଚି ନିର୍ମାଣ କାମ ବନ୍ଦ କରିଥିଲେ। ଦିନେ ଦୁଇ ଦିନ କାମ ବନ୍ଦ ରଖିବା ପରେ ଦୁହେଁ ପୁଣି କାମ କରୁଥିବା ଦେଖିବାକୁ ମିଳିଛି। ତେବେ ଆର୍‌ଏମ୍‌ସିର ବନ୍ଦ ନୋଟିସ୍‌ ସତ୍ବେ କାହା ବଳରେ ଏମିତି ବେଆଇନ କାମ ଚାଲିଛି, ତା’ର ତଦନ୍ତ ହେବାର ଆବଶ୍ୟକତା ରହିଛି। ଆର୍‌ଏମ୍‌ସି କମିସନର ଡାକ୍ତର ଶୁଭଙ୍କର ମହାପାତ୍ର କହିଛନ୍ତି, ଦୁହେଁ ଆର୍‌ଏମ୍‌ସିର ବିନା ପ୍ଲାନିଂରେ ବହୁତଳ କୋଠା ନିର୍ମାଣ କରୁଛନ୍ତି। ଏମାନଙ୍କୁ ଏନ୍‌ଫୋର୍ସମେଣ୍ଟ କର୍ମଚାରୀ କାମ ନ କରିବାକୁ ବାରଣ କରିଥିଲେ। ତଥାପି କାମ କରୁଥିବା ଶୁଣିବାକୁ ମିଳୁଛି। ଆସନ୍ତାକାଲି (ଗୁରୁବାର) ପୁଣି ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଘଟଣାସ୍ଥଳକୁ ପଠାଯିବ। ଯଦି ନିୟମବିରୋଧୀ କାମ କରୁଥିବେ, ସେମାନଙ୍କ ବିରୋଧରେ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। କେବଳ ଡେଲିମାର୍କେଟରେ ନୁହେଁ, ସିଭିଲଟାଉନସିପ୍‌, ବାସନ୍ତୀକଲୋନି, ଛେଣ୍ଡ ଓ ସହରର ଅନ୍ୟାନ୍ୟ ସ୍ଥାନରେ କିଛି କୋଠା ବିନା ପ୍ଲାନିଂ ନିର୍ମାଣ ହେଉଥିବା ଅଭି‌ଯୋଗ ହେଉଛି। ଆର୍‌ଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏସବୁ ନିର୍ମାଣଧୀନ କୋଠାଗୁଡ଼ିକୁ ଚିହ୍ନଟ କରି, ଆଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।