ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆର୍‌ଏମ୍‌ସିରେ ଅଫିସର ରାଜ: ଭାଙ୍ଗିଗଲାଣି ଗେଟ୍‌, ଅଧପନ୍ତରିଆ ଡ୍ରେନ୍‌

ରାଉରକେଲା: ଜନପ୍ରତିନିଧି ନଥିବାରୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ ଚାଲିଛି ଅଫିସର ରାଜ୍‌। ରାଜନୈତିକ ଦଳର ଉଦାସୀନତାରୁ ପାଣ୍ଠିର ସଠିକ୍‌ ବିନିଯୋଗ ହୋଇପାରୁ ନଥିବା ଅଭିଯୋଗ ହେଉଛି। ଡ୍ରେନ୍‌, ପାର୍କ ପୁନରୁଦ୍ଧାର କାର୍ଯ୍ୟରୁ ଆରମ୍ଭ କରି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଓ ମେଟେରିଆଲ ରିକଭରି ପ୍ୟାସିଲିଟି (ଏମ୍‌ଆର୍‌ଏଫ୍‌) ଆଦି କାମରେ ଅନିୟମିତତା ହେଉଥିବା ମିଳିଥିବା ତଥ୍ୟରୁ ଜଣାପଡିଛି। ସହରର ବାହାରୁଥିବା ଅଳିଆ ଆବର୍ଜନାରୁ ଖତ ପ୍ରସ୍ତୁତି ପାଇଁ ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଛି ଏମ୍‌ସିସି /ଏମ୍‌ଆର୍‌ଏଫ୍‌। ଏ ବାବଦରେ ମୋଟ ୪ କୋଟି ୫୬ ଲକ୍ଷ ୪୭ ହଜାର ୮୪୩ ଟଙ୍କା ଖର୍ଚ୍ଚ ହୋଇଛି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ବାସନ୍ତୀକଲୋନି ଆଇସି ବସ୍ତି ଓ କଳିଙ୍ଗବିହାର ତୁଳସୀଟୋଲା ବସ୍ତିକୁ ଉଦାହରଣ ଭାବେ ନିଆଯାଇପାରେ।
ତୁଳସୀଟୋଲାରେ ନିର୍ମାଣ ହୋଇଥିବା ଏମ୍‌ଏମ୍‌ସି ସେଣ୍ଟର ସମ୍ପୂର୍ଣ୍ଣ ବନ୍ଦ ପଡିଛି। ଏଠାରେ ଲାଗିଥିବା ଲକ୍ଷ ଲକ୍ଷ ଟଙ୍କା ଯନ୍ତ୍ର ଖତ ଖାଉଛି। କିଛି ଜିନିଷ ଚୋରି ମଧ୍ୟ ହୋଇଗଲାଣି। ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କର ନଜର ନାହିଁ। ସେମିତି ବାସନ୍ତୀକଲୋନି ଆଇସି ବସ୍ତିରେ ସ୍ଥାପନ ଏମ୍‌ଏସ୍‌ସି ସେଣ୍ଟର ନିର୍ମାଣ ବାବଦରେ ପ୍ରଥମେ ୧୩ ଲକ୍ଷ ୭୭ ହଜାର ୯୮୯ ଟଙ୍କା, ଦ୍ବିତୀୟ ପର୍ଯ୍ୟାୟରେ ୩ ଲକ୍ଷ ୮୫ ହଜାର ଖର୍ଚ୍ଚ ହୋଇଛି। ସେଣ୍ଟରର ବାସ୍ତବ ଚିତ୍ର କିନ୍ତୁ ଓଲଟା। ନିମ୍ନମାନର କାମ ଯୋଗୁ ଏମ୍‌ସିସିର ମୁଖ୍ୟ ଗେଟ୍‌ ଭାଙ୍ଗି ଝୁଲୁଛୁ। କେତେ‌ବେଳେ ଖୋଲୁଛି, କେତେବେଳେ ବନ୍ଦ ହେଉଛି ସ୍ଥାନୀୟ ଲୋକ ଜାଣିପାରୁନାହାନ୍ତି। ଏମ୍‌ସିସି ପଛପାର୍ଶ୍ବରେ ନିର୍ମାଣ ଡ୍ରେନ୍‌ଗୁଡ଼ିକ ଅଧା କାମ କରି ସେମିତି ଛାଡି ଦିଆଯାଇଛି। ତରକେରା ଗ୍ରୀଡ୍‌ ନିକଟରେ ସ୍ଥାପନ ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତ
ସେମିତି ବିଦ୍ୟୁତ୍‌କରଣ ବାବଦରେ ୫ ଲକ୍ଷରୁ ଆରମ୍ଭ କରି ୮ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି। ଏମ୍‌ସିସିରେ ବିଦ୍ୟୁତକରଣ କାମ ଚିତ୍ର କିନ୍ତୁ ଓଲଟା। ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ମଧ୍ୟରେ ଭିତିରି ସଲାସୁତୁରାରେ ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ଦିଆଯାଇଥିବା ଅଭିଯୋଗ ହୋଇଛି। ‌ସମସ୍ତ ଏମ୍‌ସିସି ଓ ଏମ୍‌ଆର୍‌ଏଫ୍‌ କାମର ସଠିକ୍‌ ତଦନ୍ତ ହେ‌ଲେ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଅସଲି ମୁଖା ଖୋଲିପାରନ୍ତା ।

ଉଲ୍ଲେଖଯୋଗ୍ୟ, ଆର୍‌ଏମ୍‌ସି ପକ୍ଷରୁ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ ନିକଟରେ ୩୨ ଲକ୍ଷ ୩୭ ହଜାର ୩୬୫ ଟଙ୍କାରେ ୫ ଟିପିଡିର ଏମ୍‌ସିସି ସ୍ଥାପନ ହୋଇଛି। ସାରନଗରୀ ସୁପରମାର୍କେଟରେ ୨୩ ଲକ୍ଷ ୯୫ ହଜାର, ମ୍ୟୁନିସିପାଲ କଲେଜ ନିକଟରେ ୧୬ ଲକ୍ଷ ୪୮ ହଜାର ୯୩୫ ଟଙ୍କା, ବିପିୟୁଟିରେ ପାର୍ଶ୍ବରେ ୨୮ ଲକ୍ଷ ୪୭ ହଜାର୮୨୪ ଟଙ୍କାର ଏମ୍‌ଆର୍‌ଏଫ୍‌, ବାଲୁଘାଟରେ ୯ ଲକ୍ଷ ୯୩ ହଜାର ୩୯୫ ଟଙ୍କାର ଏମ୍‌ସିସି ଓ ଏମ୍‌ଆର୍‌ଏଫ୍‌ ନିର୍ମାଣ କରାଯାଇଛି। ଏମ୍‌ଆର୍‌ଏଫ୍‌, ଏମ୍‌ସିସି, ବିଦ୍ୟୁତ୍‌କରଣ, ପାଚେରୀ ଆଦି କାମରେ ୪ କୋଟି ୬୫ ଲକ୍ଷ ୪୭ ହଜାର ୮୪୩ ଟଙ୍କା ଖର୍ଚ୍ଚ ହୋଇଛି। ସେପଟେ ଅଧିକାଂଶ ସ୍ଥାନରେ କୁଢ଼କୁଢ଼ ଅଳିଆ ଆବର୍ଜନା ଜମା ରହୁଥିଲେ ହେଁ ନିୟମିତ ବ୍ୟବଧାନରେ ଉଠାଯାଉଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ଦୁର୍ଗନ୍ଧରେ ଫାଟି ପଡୁଛି। ସ୍ମାର୍ଟସିଟିରେ ଏଭଳି ଅବସ୍ଥା ସଂକ୍ରାନ୍ତରେ ରାଜନୈତିକ ଦଳଗୁଡ଼ିକ ସ୍ବର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।