ଖେଳ ଦେଶ ବିଦେଶ

ଆରୋନ ଫିଞ୍ଚ୍ ଓ ଷ୍ଟିଭ୍ ସ୍ମିଥଙ୍କ ଦମଦାର ଶତକ, ଭାରତକୁ ୩୭୫ ରନ୍‌ର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

ସିଡନୀ,୨୭/୧୧: ସିଡନୀରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଭାରତ ସାମ୍ନାରେ ୩୭୫ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅଷ୍ଟ୍ରେଲିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ୱିକେଟ୍ ହରାଇ ୩୭୪ ରନ୍ କରିଛି । ଭାରତକୁ ବିଜୟ ପାଇଁ ୩୭୫ ରନ୍ ଆବଶ୍ୟକ ।


ଟସ୍ ଜିତି ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା । ୨ ଓପନର ଡେଭିଡ୍ ଓ୍ୱାର୍ଣ୍ଣର ଓ ଆରୋନ ଫିଞ୍ଚ୍ ଆକର୍ଷଣୀୟ. ବ୍ୟାଟିଂ କରିଥିଲେ । ଫିଞ୍ଚ୍ ଶତକ ଲଗାଇଥିଲେ । ସେ ୧୨୪ ବଲରୁ ୧୧୪ ରନ୍ କରିଥିଲେ । ଓ୍ୱାର୍ଣ୍ଣର ୬୯ ରନ୍ କରିଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ଦ୍ରୁତ ରନ୍ କରିଥିଲେ । ସେ ମଧ୍ୟ ଶତକ ଅର୍ଜନ କରିଥିଲେ । ସେ ୬୬ ବଲରୁ ୧୦୫ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍ ମାକ୍ସଓ୍ୱେଲ ୧୯ ବଲରୁ ୪୫ ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ୱିକେଟ୍ ହରାଇ ୩୭୪ ରନ୍ କରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ