କଳା ଓ ସଂସ୍କୃତି ଧର୍ମ

ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ: ତୁଳସୀ ପୂଜା ସମୟରେ କରନ୍ତୁନି ଏହିସବୁ ଭୁଲ୍

ଭୁବନେଶ୍ୱର ୦୨/୧୧ : ଶରତ ପୂର୍ଣ୍ଣିମା ପରେ କାର୍ତ୍ତିକ ମାସ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ନଭେମ୍ବର ୧ ତାରିଖ ରବିବାର ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇଛି। କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମରେ ଧାର୍ମିକ ମାସ ବୋଲି କୁହାଯାଏ। କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁ ଜଳରେ ବାସ କରନ୍ତି। ସେଥିପାଇଁ ମାସ ସାରା ସକାଳୁ ସ୍ନାନ କରି ଭଗବାନଙ୍କ ପୂଜା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷ ଗୁରୁତ୍ତ୍ଵ ରହିଛି। ମାସ ସାରା ତୁଳସୀ ଗଛ ମୂଳରେ ଦୀପ ଜାଳି ପୂଜାର୍ଚ୍ଚନା କରାଯାଏ।

ତୁଳସୀ ପୂଜା କଲେ ଶୁଭ ଫଳ ମିଳେ ବୋଲି ବିଶ୍ୱାସ ରହିଛି। ପୁଣ୍ୟ ପ୍ରାପ୍ତି ପାଇଁ ସୂର୍ଯ୍ୟଦୟ ପୂର୍ବରୁ ସ୍ନାନ କରିବା ଆବଶ୍ୟକ। କାର୍ତ୍ତିକ ମାସରେ ତୁଳସୀ ବିବାହ ଆୟୋଜନ ମଧ୍ୟ କରାଯାଏ। ତୁଳସୀ ବିବାହ କଲେ ପୁଣ୍ୟଫଳ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ତୁଳସୀ ବିବାହ କଲେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଏହି ମାସରେ ନାନା ଫୁଲରେ ତୁଳସୀ ଚଉଁରାକୁ ସୁସଜ୍ଜିତ କରାଯାଇଥାଏ। ତୁଳସୀ ଚଉଁରା ମୂଳରେ ଝୋଟି ମଧ୍ୟ କରାଯାଏ। ତେବେ ତୁଳସୀ ପୂଜା ପୂର୍ବରୁ କିଛି ନିୟମ ଜାଣିରଖିବା ଆବଶ୍ୟକ।

ଅଗାଧୁଆ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ। ସନ୍ଧ୍ୟା ସମୟରେ ଭୁଲରେ ବି ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ। ପୂର୍ଣ୍ଣିମା, ଅମାବାସ୍ୟା, ଦ୍ୱାଦଶୀ, ରବିବାର ଓ ସଂକ୍ରାନ୍ତି ଦିନ ଅପରାହ୍ନରେ ଓ ସନ୍ଧ୍ୟା ସମୟ ମଧ୍ୟରେ ଓ ରାତିରେ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ।

କାହାର ଜନ୍ମ ସମୟରେ ଏବଂ ମୃତ୍ୟୁ ସମୟରେ ଘରେ ସୂତକ ଲାଗିଥାଏ। ଏହି ସମୟରେ ତୁଳସୀ ଗଛକୁ ଛୁଇଁବା ବାରଣ ଏବଂ ଏହି ସମୟରେ ତୁଳସୀ ଗ୍ରହଣ ମଧ୍ୟ କରାଯାଇନାହିଁ। କାରଣ ତୁଳସୀ ଶ୍ରୀହରିଙ୍କ ସ୍ୱରୂପ ବୋଲି ବିଶ୍ୱାସ ରହିଛି। ତୁଳସୀ ପତ୍ର ଦାନ୍ତରେ ଚୋବେଇ ଖାଇବା ଉଚିତ ନୁହେଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ