ରାଜ୍ୟ ସ୍ପେଶାଲ ରିପୋର୍ଟ

ଆରମ୍ଭରୁ ଧୋକା ଦେଲା ମୌସୁମୀ, କେରଳ କେବେ ଛୁଇଁବ କହିପାରୁନାହାନ୍ତି

ଭୁବନେଶ୍ବର : ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବିଳମ୍ବରେ କେରଳ ଛୁଇଁବ। ଏଥିସହ ଜୁନ୍‌ରେ ମୌସୁମୀର ଦୁର୍ବଳ ପ୍ରଦର୍ଶନ ଜାରି ରହିବ। ଜୁନ୍‌ରେ ସାରା ଦେଶ ତଥା ଓଡ଼ିଶାରେ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହେବ।

ଆପାତତଃ ୩ ଦିନ ବିଳମ୍ବରେ ୪ ଜୁନ୍‌ରେ ଛୁଇଁବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମୌସୁମୀକୁ ନେଇ ଏମିତି ପୂର୍ବାନୁମାନ କରିଥିଲା। କିନ୍ତୁ ଏଯାଏ ମୌସୁମୀ ଆଗମନର କୌଣସି ସୂଚନା ନାହିଁ। କେରଳକୁ ମୌସୁମୀ ଛୁଇଁବାକୁ ଆହୁରି ବିଳମ୍ବ ହେବ ବୋଲି ଆଇଏମ୍‌ଡି ପକ୍ଷରୁ ଏବେ କୁହାଗଲାଣି। କେରଳରେ ମୌସୁମୀ ବିଳମ୍ବରେ ପହଞ୍ଚିବ ଅର୍ଥାତ ଓଡ଼ିଶାରେ ମୌସୁମୀ ପହଞ୍ଚିବାରେ ବିଳମ୍ବ ହେବ ଓ ରାଜ୍ୟବାସୀ ଆହୁରି ୧୫ ଦିନ ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବେ ବୋଲି ଏବେଠାରୁ ସ୍ପଷ୍ଟ ହୋଇଗଲାଣି।

The Indian Express

ଆଇଏମ୍‌ଡିର ସୂଚନା ମୁତାବକ, ଆଜି ଦକ୍ଷିଣ ଆରବ ସାଗରରେ ପଶ୍ଚିମା ବାୟୁ ବାୟୁମଣ୍ଡଳର ୨.୧ କିମି ଉଚ୍ଚତା ଯାଏ ସକ୍ରିୟ ରହିଛି। କିନ୍ତୁ ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ମେଘ ସମୂହ ଏହି ଅଞ୍ଚଳରେ ବର୍ତ୍ତମାନ ଅଧିକ ସଂଗଠିତ ହେବା ସହ ସମାନ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ କେରଳ ଉପକୂଳରେ ବାଦଲର ଆଚ୍ଛାଦନ କମିଛି। ବାଦଲ ଆଚ୍ଛାଦାନ କମିବା ଅର୍ଥ ବର୍ଷା ସମ୍ଭାବନା କମ୍‌। ଏଣୁ କେରଳରେ ଏବେ ମୌସୁମୀ ବର୍ଷା ହେବାର ସମ୍ଭାବନା ପ୍ରାୟ ନାହିଁ ଓ ‌ମୌସୁମୀ କେବେ କେରଳ ଛୁଇଁବ ତାହାର ଉତ୍ତର କାହା ପାଖରେ ନାହିଁ।

ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଦିଗକୁ ଗତି କରିବା ସହ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ ଆରବ ସାଗର ଉପରେ ଅଧିକ ଘନୀଭୂତ ହୋଇ ଏକ ଅବପାତ‌ରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରର ସୃଷ୍ଟି ଓ ପରବର୍ତ୍ତୀ ତୀବ୍ରତା ସହ ଏହାର ସମ୍ଭାବ୍ୟ ଉତ୍ତର ଆଡ଼କୁ ଗତି ମୌସୁମୀର ଗତି ଉପରେ ପ୍ରଭାବ ପକାଇବ। ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀର କେରଳ ଉପକୂଳ ଆଡ଼କୁ ଅଗ୍ରସରରେ ଏହା ବାଧା ସୃଷ୍ଟି କରିପାରେ। ଆଇଏମ୍‌ଡି ଏହିସବୁ ଦିଗ ଉପରେ ନଜର ରଖିଛି। ଉଭୟ ଦକ୍ଷିଣ-ପଶ୍ଚିମ ମୌସୁମୀ ଓ ନୂତନ ସିଷ୍ଟମର ନିରନ୍ତର ତଦାରଖ କରାଯାଉଛି।

ଅନ୍ୟପଟେ ରାଜ୍ୟର ପଶ୍ଚିମ ଜିଲ୍ଲାଗୁଡ଼ିକରେ ପ୍ରବଳ ଖରା ଜାରି ରହିଥିବା ବେଳେ ଉପକୂଳରେ ଗୁଳୁଗୁଳି ଜାରି ରହିଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁରଠ‌ାରେ ଆଜି ୪୨.୬ ଡିଗ୍ରି ରେକର୍ଡ ହୋଇଥିବା ‌ବେଳେ ୧୩ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ ବୋଲି ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।