ରାଜ୍ୟ ସ୍ପେଶାଲ ରିପୋର୍ଟ

ଆରମ୍ଭରୁ ଜନଶୁଣାଣି ସରଗରମ: ଓଏଚ୍‌ପିସି, ଓପିଜିସି ଛିଦ୍ର କାଢ଼ିଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ୨୦୨୨-୨୩ ତୁଳନାରେ ୨୦୨୩-୨୪ ବର୍ଷରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ୧୩% ଅଧିକ ମୂଲ୍ୟ ଦାବି କରିଛି। ଏହି ଦାବି ଅପ୍ରାସଙ୍ଗିକ ହୁଅନ୍ତା ନାହିଁ, ଯଦି ସଂପୃକ୍ତ ନିଗମ ଅଧିକ ଜଳବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ସକ୍ରିୟତା ଦେଖାନ୍ତା। ଅଧିକ ଦୂରେଥାଉ, ଯେତିକି ଆକଳନ କରାଯାଉଛି, ଉତ୍ପାଦନ କ୍ଷେତ୍ରରେ ସେ ଲକ୍ଷ୍ୟ ବି ହାସଲ ହେଉନାହିଁ। କେବଳ ସେତିକି ନୁହେଁ, ନା ବହୁ ବର୍ଷୀୟ ଟାରିଫ୍ ବ୍ୟବସ୍ଥା ସଂପର୍କରେ ଆଭିମୁଖ୍ୟ ସ୍ପଷ୍ଟ ଅଛି ନା ଟ୍ରୁଇଙ୍ଗ୍ ଅପ୍ କରାଯାଉଛି। ଏମିତି ଯେଉଁ ଯୋଜନା ହେଉଛି, ତାହା ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। କେବଳ କ’ଣ କିଛି ଅଫିସରଙ୍କ ପୋଷିବା ପାଇଁ ଏତେସବୁ ସରକାରୀ ସଂସ୍ଥା ରହିବ?

୨୦୨୩-୨୪ ବର୍ଷ ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଶୁକ୍ଳ ନିର୍ଧାରଣ ଜନଶୁଣାଣିରେ ଭାଗ ନେଇ ଆଜି ଏମିତି ସବୁ ଅଭିଯୋଗର ପାହାଡ଼ ଲଦିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଉପଭୋକ୍ତା ମହାସଂଘ ନେତା ରମେଶ ଶତପଥୀ ପ୍ରମୁଖ। ଉଭୟ ଓଏଚ୍‌ପିସି ଓ ଓପିଜିସିରେ ଥିବା ସବୁ ଛିଦ୍ରକୁ ଆପତ୍ତିକର୍ତ୍ତା (ଅବଜେକ୍ଟର)ମାନେ ଆେୟାଗଙ୍କ ସାମ୍ନାରେ ରଖିବା ସହିତ ଏ ସଂକ୍ରାନ୍ତରେ ଠୋସ୍ ନିର୍ଦେଶନାମା ଜାରି ପାଇଁ ଦାବି ରଖିଥିଲେ। ଏଥିସହିତ ଉଭୟ ଜନଶୁଣାଣି ଆଜି ବେଶ ସରଗରମ ଥିଲା।

ଜଳବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ନେଇ ତତ୍ପରତା ଦେଖାଉନି ଓଏଚ୍‌ପିସି: ସୌମ୍ୟ
ଓଏଚ୍‌ପିସି, ଓପିଜିସି ଓ ଗ୍ରିଡ୍‌କୋକୁ କେତେଜଣ ଅଫିସର ନିଜର ଭାବୁଛନ୍ତି: ରମେଶ
ଓସିପିଏଲ୍‌ରେ କେଳେଙ୍କାରୀ କଥା ଉଠାଇଲେ ଶକ୍ତି ସମୀକ୍ଷକ

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ଭାରପ୍ରାପ୍ତ ଅଧ୍ୟକ୍ଷ ଗଜେନ୍ଦ୍ର ମହାପାତ୍ର ଏବଂ ସଦସ୍ୟ ସୁଶାନ୍ତ କୁମାର ରାୟ ମହାପାତ୍ର ଆଜି ପୂର୍ବାହ୍ନରେ ଓଏଚପିସି ଏବଂ ଅପରାହ୍ନରେ ଓପିଜିସି ସଂକ୍ରାନ୍ତରେ ଜନଶୁଣାଣି କରିଥିଲେ। କମିସନଙ୍କ ଦ୍ବାରା ନିଯୁକ୍ତ ଵାର୍‌ଲ୍ଡ ଇନଷ୍ଟିଚ୍ୟୁଟ ଅଫ୍ ସଷ୍ଟେନବଲ୍ ଏନର୍ଜି (ଵାଇଜ୍) ପୁନେ ଏହାର ତର୍ଜମା କରିଥିଲେ।

shutterstock.com

ଓଏଚ୍‌ପିସି କର୍ତ୍ତୃପକ୍ଷ ପ୍ରାରମ୍ଭିକ ତଥ୍ୟ ଉପସ୍ଥାପନ ବେଳେ ବିଶଦ ପରିସଂଖ୍ୟାନ ସହିତ ଦର୍ଶାଇଥିଲେ ଯେ ୨୦୨୨-୨୩ରେ ସେମାନଙ୍କ ପାଇଁ ଧାର୍ଯ୍ୟ ଦର ୟୁନିଟ୍‌ ପିଛା ୮୯.୪୮ ପଇସା ଥିଲା। ୨୦୨୩-୨୪ରେ ଏଥିରେ ୧୩.୨% ବୃଦ୍ଧି କରାଯାଇ ୧୦୧.୪୦ ପଇସା (୧୧.୯୨ ପଇସା ଅଧିକ) କରାଯାଉ।
ଶୁଣାଣିରେ ଭାଗ ନେଇ ଖଣ୍ଡପଡ଼ା ବିଧାୟକ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏବେ ଆମକୁ ଗ୍ରିନ୍ ଏନର୍ଜି(ସବୁଜ ଶକ୍ତି)ର ଆବଶ୍ୟକତା ରହିଛି। ଏକ୍ଷେତ୍ରରେ ଓଏଚ୍‌ପିସି ଭୂମିକା ଗୁରୁତ୍ବପୂର୍ଣ୍ଣ। ନିକଟରେ ସୁପ୍ରିମକୋର୍ଟ ଗୋଟିଏ ମାମଲାର ଶୁଣାଣି କରି କହିଛନ୍ତି ଯେ କମିସନଗୁଡ଼ିକ ଆଇନ ଅନୁସାରେ ଯେଭଳି କାର୍ଯ୍ୟ କରିବା କଥା ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଆମର ବ୍ୟବସ୍ଥା ଅନୁଯାୟୀ ମଲ୍‌ଟି ଇୟର ଟାରିଫ୍ ବା ବହୁ ବର୍ଷୀୟ ଟାରିଫ୍ ବ୍ୟବସ୍ଥା ଲାଗୁ କରାଯିବା କଥା। ଗତବର୍ଷ ମଧ୍ୟ ଏସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ମାତ୍ର ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଫଳରେ ଏଭଳି ବ୍ୟବସ୍ଥା ଦ୍ବାରା ଆମକୁ ଯେଉଁ ଲାଭ ବା ସୁବିଧା ମିଳନ୍ତା, ତାହା ହାତଛଡ଼ା ହେଉଛି। ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ନେଇ ଯେଉଁ ସମସ୍ୟା ହେଲାଣି ସେଥିପାଇଁ ଓଏଚ୍‌ପିସି ଆହୁରି ଅଧିକ ସକ୍ରିୟ ହେଉ ବୋଲି ପରାମର୍ଶ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ପର୍ଯ୍ୟନ୍ତ ଓଏଚ୍‌ପିସି ଉତ୍ପାଦନ କ୍ଷେତ୍ରରେ ଅଧିକ ସକ୍ରିୟ ହୋଇପାରୁ ନାହିଁ। ହୀରାକୁଦରେ ବିଦ୍ୟୁତ୍ ଉତ୍ପାଦନରେ ପ୍ରାୟ ୩୦% ବିଭ୍ରାଟ ଦେଖାଦେଇଛି। ଅଧିକାରୀମାନେ କହିପାରନ୍ତି, ଜଳପତ୍ତନ ଉପରେ ଏହା ନିର୍ଭର କରୁଥିବାରୁ ସମସ୍ୟା ହୋଇଛି। ମାତ୍ର ଏ ଅସୁବିଧା ଦୂର ଲାଗି ବହୁ ବର୍ଷ ହେଲା ପମ୍ପ ଷ୍ଟୋରେଜ୍‌ ସିଷ୍ଟମ୍‌ ନେଇ ଯେଉଁ ଯୋଜନା ହୋଇଥିଲା, ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଯୋଜନା ଠିକ୍ ସମୟରେ କାର୍ଯ୍ୟକାରୀ ନ ହେଲେ ଗ୍ରାହକଙ୍କ ଉପରେ ଅଧିକ ଚାପ ପଡ଼ୁଛି। ଆମେ ଯେତେ ଅଧିକ ଶସ୍ତା ବିଜୁଳି ପାଇବା, ଗ୍ରାହକ ସେତିକି ସୁବିଧା ପାଇବେ। ତାହା ମଧ୍ୟ ହୋଇପାରୁନାହିଁ।

lmd.lk

ଉପଭୋକ୍ତା ମହାସଂଘ ସଭାପତି ଶ୍ରୀ ଶତପଥୀ କହିଥିଲେ ଓଏଚ୍‌ପିସି ଯେଉଁ ତଥ୍ୟ ରଖୁଛି, ସେଥିରେ ସତ୍ୟତା କମ୍। ୧୯୭୭ରୁ ୧୯୯୯ ମଧ୍ୟରେ ଇନ୍ଦ୍ରାବତୀ ପ୍ରକଳ୍ପ ହୋଇଥିଲା। ସେଥିରେ ଓଏଚ୍‌ପିସି କିଛି କରି ନାହିଁ। ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି। ସେମାନେ ୬ ମେଗାୱାଟ୍ ପ୍ରକଳ୍ପ ଆଜି ପର୍ଯ୍ୟନ୍ତ କରିପାରି ନାହାନ୍ତି। ବୁର୍ଲା ପ୍ରକଳ୍ପରୁ ୨୯ଟି ଶିଳ୍ପ ସଂସ୍ଥାକୁ ପାଣି ଯୋଗାଣ ହେଉଛି। ଯେଉଁମାନେ ପାଣି ନେଉଛନ୍ତି ସେମାନଙ୍କଠାରୁ ସେସ୍ ଆଦାୟ ଲାଗି ୨୦୧୧ରେ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ପାୱାର ସେକ୍ଟର ଏବେ କେବଳ ଆଉଟ୍‌ସୋର୍ସିଂରେ ଚାଲୁଛି। କେତେ ପାୱାର ହାଉସ୍ ବନ୍ଦ ହୋଇଛି ଏବଂ କେତେ ଚାଲିଛି ସେ ତଥ୍ୟ ମାଗିଲେ ବି ଦେଉନାହାନ୍ତି। ଗ୍ରିଡ୍‌କୋ ମୁଖିଆ ଓଏଚ୍‌ପିସିରେ ସଭ୍ୟ, ଓଏଚ୍‌ପିସି ମୁଖିଆ ଗ୍ରିଡ଼୍‌କୋରେ ସଭ୍ୟ। ଉଭୟ ଭାଇ ଭାଇ ଭଳି ଚଳୁଛନ୍ତି। ତା’ ପରେ ବି ଗ୍ରିଡ୍‌କୋ ୮୦୦ କୋଟି ଟଙ୍କା ନ ଦେବା ସଂପର୍କରେ ନିଗମ ଆୟୋଗଙ୍କ ଦୃଷ୍ଟିକୁ କାହିଁକି ଆଣିଛନ୍ତି? ଓଏଚ୍‌ପିସି, ଓପିଜିସି ଓ ଗ୍ରିଡ୍‌କୋ ଭଳି ସଂସ୍ଥାକୁ କେତେଜଣ ଅଫିସର ନିଜର ବୋଲି ଭାବି ନେଇଛନ୍ତି ବୋଲି ଶ୍ରୀ ଶତପଥୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ରାଜ୍ୟ ସରକାରଙ୍କ ଅକ୍ଷୟ ଶକ୍ତି ନୀତି-୨୦୨୨କୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନଥିବା ନେଇ ଅଭିଯୋଗ ବାଢ଼ିଥିଲେ।

ଅପରାହ୍ଣରେ ଓପିଜିସିର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ଶକ୍ତି ବିଶେଷଜ୍ଞ ଶ୍ରୀ ମହାପାତ୍ର ଭାଗନେଇ ଓଡ଼ିଶା କୋଲ୍‌ ପାୱାର ଲିମିଟେଡ୍‌(ଓସିପିଏଲ୍‌) କେଳେଙ୍କାରୀ ସମ୍ପର୍କରେ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ, କୋଇଲା ମୂଲ୍ୟକୁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ଆଧାରରେ କ୍ରୟ କରି ବିଦ୍ୟୁତ୍‌ ଦର ଧାର୍ଯ୍ୟ କରାଯାଉ। କୋଇଲାର ଉତ୍ପାଦନ ଖର୍ଚ୍ଚ ୪୫୦ ଟଙ୍କା ହେଉଥିବା ବେଳେ ୭୫୮ ଟଙ୍କାରେ ଓସିପିଏଲ୍‌ ଓଏପିଜିସିକୁ ବିକ୍ରି କରିବା ବେଆଇନ ଅଟେ। ୧୩୨୦ ମେଗାୱାଟ୍‌ ଦ୍ବିତୀୟ ପର୍ଯ୍ୟାୟ ବିଦ୍ୟୁତ୍‌ ଦର, ଯାହା ଓଇଆରସି ନିର୍ଦ୍ଧାରଣ କରିଛନ୍ତି ତାହାକୁ ସମୀକ୍ଷା କରାଯାଉ। କାରଣ ତାହା ବିଦ୍ୟୁତ୍‌ ଆଇନ ୬୪(୨) ଅନୁସାରେ କରାଯାଇ ନାହିଁ କି କୋଇଲା ମନ୍ତ୍ରଣାଳୟ ଗାଇଡ୍‌ଲାଇନ୍‌ ପାଳନ ହୋଇନି। ଅନ୍ୟପକ୍ଷରେ ଶ୍ରୀ ଶତପଥୀ ଓପିଜିସି ବିକ୍ରି ପ୍ରସଙ୍ଗ ଉଠାଇବା ସହିତ ଏହାକୁ ବିରୋଧ କରିଥିଲେ। କାହିଁକି ଅଧିକାରୀମାନେ ବିକ୍ରି କରିବାକୁ ଚାହୁଁଛନ୍ତି, ସେ ନେଇ ଷଡ଼୍‌ଯନ୍ତ୍ରର ଗନ୍ଧ ବାରିଥିଲେ। ପ୍ରାରମ୍ଭରେ ଓପିଜିସି ନିଜର ବିସ୍ତୃତ ରିପୋର୍ଟ ଦେଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।