କଳା ଓ ସଂସ୍କୃତି ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆରପାରିରେ ‘ଗୁରୁମା’, ପ୍ରଥମ ଓଡିଶୀ ନୃତ୍ୟାଙ୍ଗନା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର ୨୧।୦୩ : ମଞ୍ଚରେ ପ୍ରଥମ ଓଡ଼ିଶୀ ନାଚିଥିବା ନୃତ୍ୟାଙ୍ଗନା ତଥା ମହାନ ଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି । ୮୬ ବର୍ଷ ବୟସ ହୋଇଥିଲା ପରଲୋକ ହୋଇଛି । ଶନିବାର ରାତି ୧୧ଟା ୧୦ରେ ଭୀମଟାଙ୍ଗିସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ତଥା ଗୁରୁ ରତିକାନ୍ତ ମହାପାତ୍ର ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।ଲକ୍ଷ୍ମୀପ୍ରିୟା ମହାପାତ୍ର ଏକାଧାରରେ ଜଣେ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଥିଲେ । ପିଲାଟି ଦିନରୁ ତାଙ୍କର ଏଥିପ୍ରତି ରୁଚି ରହିଥିଲା ।

ଖୋର୍ଦ୍ଧାରେ ଜନ୍ମଲାଭ କରିଥିବା ଲକ୍ଷ୍ମୀପ୍ରିୟା ପରବର୍ତ୍ତୀ ସମୟରେ ଅନ୍ନପୂର୍ଣ୍ଣା-ଏ ଥିଏଟରରେ ନିଜ ନୃତ୍ୟର ଆବିଷ୍କାର କରିଥିଲେ । ବାଉରୀବନ୍ଧୁ ମହାନ୍ତି ତାଙ୍କର ନୃତ୍ୟ ପ୍ରତିଭାକୁ ଲୋକଲୋଚନକୁ ଆଣିଥିଲେ । ପରବର୍ତ୍ତୀ ସମୟରେ ସେ ବହୁ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ । ୧୯୪୬ରେ ଅନ୍ନପୂର୍ଣ୍ଣା-ବି ଥିଏଟର ସହ ଯୋଡ଼ି ହେବା ପରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସହ ମିଶି ତାଙ୍କ ମୃଦଙ୍ଗର ତାଳେ ତାଳେ ଲକ୍ଷ୍ମୀପ୍ରିୟା ଅନେକ ନୃତ୍ୟ ପରିବେଷଣ କରିଥିଲେ । ସେବେଠାରୁ ଉଭୟ ଏକାଠି ଯାତ୍ରା ଆରମ୍ଭ କରିଥିଲେ ।

୧୯୪୭ରେ ପ୍ରଥମେ ସେ ମଞ୍ଚରେ ଗୋଟିପୁଅ ନୃତ୍ୟ କରିଥିଲେ । ଏଭଳି ଭାବେ ଲକ୍ଷ୍ମୀପ୍ରିୟା ଅନେକ ନୃତ୍ୟାଭିନୟରେ ନୃତ୍ୟ ପରିବେଷଣ କରିଛନ୍ତି । ବହୁ ଲୋକପ୍ରିୟ ନାଟକରେ ମଧ୍ୟ ସେ ଅଭିନୟ କରିଛନ୍ତି । ସେଥିମଧ୍ୟରୁ ମ୍ୟାନେଜର, ଆଲୋକ, ଭରସା, ତଅପୋଇ, ମୂଲିଆ, କଳାପାହାଡ଼, ଜହର, ଦଶାବତାର, ସାଧବ ଝିଅ ଆଦି ଅନ୍ୟତମ । ଏହାବାଦ୍‌ ସେ ଅନେକ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି, ଯାହାକି ଇତିହାସ ରଚନା କରିଛି । ସେଥିରେ ରହିଛି ସୂର୍ଯ୍ୟମୁଖୀ, ମାଣିକ ଯୋଡ଼ି, ଅମଡ଼ା ବାଟ, ମଲାଜହ୍ନ ଆଦି ।

ଗୁରୁ କେଳୁଚରଣ ଦେଶ ବିଦେଶର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଆସୁଥିଲେ, ତେଣୁ ସେହି ଛାତ୍ରଛାତ୍ରୀମାନେ ଲକ୍ଷ୍ମୀପ୍ରିୟାଙ୍କୁ ଗୁରୁମା ଭାବେ ଗ୍ରହଣ କରିନେଇଥିଲେ । ଓଡ଼ିଶୀ ନୃତ୍ୟର ଗୁରୁମା କହିଲେ ତାଙ୍କୁ ବୁଝାଏ । ଗୁରୁ କେଳୁଚରଣଙ୍କ ପାଖରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ନିଜ ପିଲାଠାରୁ ଅଧିକ ଭଲପାଇବା ସହ ସେମାନଙ୍କ ଖାଇବା ପିଇବା କଥା ବୁଝୁଥିଲେ ଲକ୍ଷ୍ମୀପ୍ରିୟା । ତାଙ୍କ ଅବର୍ତ୍ତମାନରେ ‘ସୃଜନ’ ପରିବାର ଓ ଓଡ଼ିଶୀ ନୃତ୍ୟ ସହ ଯୋଡ଼ି ହୋଇ ରହିଥିବା କଳାକାର ଓ ଶିଳ୍ପୀମାନେ ଆଜି ମା’ଙ୍କୁ ମନେପକାଇ ଝୁରି ହେଉଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ