ଅପରାଧ ରାଜ୍ୟ

ଆମ୍ବତୋଟା ଭାଗ ମାଗିବାରୁ ୨ ବର୍ଷ ହେଲା ସାମାଜିକ ବାସନ୍ଦ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲାରେ ବାସନ୍ଦ ଏକ ସାମାଜିକ ବ୍ୟାଧିର ରୂପ ନେଇଛି। ପ୍ରଶାସନ ଏବଂ ପୁଲିସର ଶତଚେଷ୍ଟା ସତ୍ତ୍ବେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଜନସାଧାରଣ ଆଜି ବି ଏହି କୁତ୍ସିତ ପ୍ରଥାକୁ ଜାବୁଡ଼ି ଧରିଛନ୍ତି। ଫଳ‌ରେ ବାସନ୍ଦ ହେଉଥିବା ନିର୍ଦ୍ଦିଷ୍ଟ ପରିବାର କିମ୍ବା ଗୋଷ୍ଠୀଙ୍କ ଜୀବନ ଦୁର୍ବିସହ ପାଲଟିଯାଉଛି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖଲ୍ଲିକୋଟ ଥାନା ଅଧୀନ ମଥୁରା ପଞ୍ଚାୟତ ସିଧାପଲ୍ଲୀ ଗ୍ରାମରେ। ଦୁଇବର୍ଷ ଧରି ଲୋକନାଥ ବେହେରାଙ୍କୁ ସାମାଜିକ ବାସନ୍ଦ କରାଯିବା ପରେ ତାଙ୍କ ପରିବାର ଅତି ଶୋଚନୀୟ ଅବସ୍ଥାରେ ଦିନ କାଟୁଛନ୍ତି।

ସୂଚନାନୁସାରେ, ଲୋକନାଥ ବେହେରା ଓ ତାଙ୍କ ତିନି ଭାଇଙ୍କ ମଧ୍ୟରେ ଏକ ଆମ୍ବତୋଟାର ଭାଗବଣ୍ଟାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। କିନ୍ତୁ ସମାଧାନର ବାଟ ନବାହାରିବାରୁ ୪ ଭାଇ ଗ୍ରାମ୍ୟ କମିଟିର ଦ୍ବାରସ୍ଥ ହୋଇଥିଲେ। ୨୦ ଜଣିଆ କମିଟି ପକ୍ଷରୁ ଗ୍ରାମର ମନ୍ଦିର ପରିସରରେ ବୈଠକ ଡକାଯାଇଥିଲା। ଆମ୍ବତୋଟାର ମୂଲ୍ୟାୟନ କରାଯାଇ ଲୋକନାଥଙ୍କ ଭାଗରେ ପଡ଼ିଥିବା ୨୦ ହଜାର ଟଙ୍କା ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଲୋକନାଥ ରାଜି ମଧ୍ୟ ହୋଇଥିଲେ।

ତେବେ ଗ୍ରାମ୍ୟ କମିଟିର ଏହି ନିଷ୍ପତ୍ତି ମାସ ମାସ ଧରି କାର୍ଯ୍ୟକାରୀ ହୋଇ ନଥିଲା। ଭାଇମାନଙ୍କ ଦ୍ବାରା ଭାଗ ବାବଦରେ ଟଙ୍କା ନମିଳିବାରୁ ଲୋକନାଥ ପୁଣି କମିଟିର ଦ୍ବାରସ୍ଥ ହୋଇଥିଲେ। ୨୦ ହଜାର ଟଙ୍କା ଦେବାକୁ ସଦସ୍ୟମାନଙ୍କୁ କହିଥିଲେ। ଯାହାକୁ ନେଇ କମିଟି ସଦସ୍ୟ ଏବଂ ଲୋକନାଥଙ୍କ ମଧ୍ୟରେ ବିବାଦ ଜୋର୍ ଧରିଥିଲା। ସଦସ୍ୟମାନେ ମିଶି ଲୋକନାଥଙ୍କୁ ସାମାଜିକ ବାସନ୍ଦ କରିଥିଲେ।

ଏହାମଧ୍ୟରେ ଦୁଇବର୍ଷରୁ ଅଧିକ ସମୟ ବିତିସାରିଛି। କିନ୍ତୁ ନ୍ୟାୟ ନମିଳିବାରୁ ଲୋକନାଥ ଦୁର୍ବିସହ ଜୀବନ କାଟୁଛନ୍ତି। ଗାଁରେ କୌଣସି ଲୋକଙ୍କ ସହ କଥା ହେବା, ବିବାହ ଏବଂ ଶୁଦ୍ଧି କାର୍ଯ୍ୟକ୍ରମରେ ଯୋଗ ଦେବା ଓ ନଳକୂପ, କୂପ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିବାରୁ ତାଙ୍କ ପରିବାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ତେଜରାତି ଦୋକାନରୁ ଜିନିଷ କିଣିବା ଏବଂ ରଜକ ଓ ବାରିକ ସେବାରୁ ବଞ୍ଚିତ କରାଯାଇଛି। ଫଳରେ ସେମାନେ ମାନସିକ ଯନ୍ତ୍ରଣା ଭୋଗୁଥିବା ଲୋକନାଥ ଓ ତାଙ୍କ ପତ୍ନୀ ସୁଷମା କହିଛନ୍ତି। ପୁଲିସ ଏବଂ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସମାଧାନର ବାଟ ବାହାର କରିବାକୁ ସେମାନେ କୋହଭରା କଣ୍ଠରେ ନିବେଦନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।