ଖେଳ ଦେଶ ବିଦେଶ

ଆମେ ସୁପରଷ୍ଟାର୍ସଙ୍କ ଉପରେ ନିର୍ଭରଶୀଳ ନୁହେଁ, ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ଆକ୍ଷେପ କଲେ ବାଭୁମା

ନୂଆଦିଲ୍ଲୀ ୨୨।୦୧: ଟେଷ୍ଟ ସିରିଜ୍ ଜିତିବା ପରେ ଭାରତକୁ ହରାଇ ଦିନିକିଆ ସିରିଜ୍ ମଧ୍ୟ କବଜା କରିଛି ଦକ୍ଷିଣ ଆଫ୍ରିକା। ପାର୍ଲରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଘରୋଇ ଦଳ ଭାରତକୁ ୭ ଓ୍ଵିକେଟ୍‌ରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୨-୦ରେ ଅଗ୍ରଣୀ ହାସଲ କରିଛି। ସିରିଜ୍ ଜିତିବା ପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାଭୁମା ଭାରତୀୟ ଦଳକୁ ତାତ୍ସଲ୍ୟ କରିଛନ୍ତି। ସେ କହିଛନ୍ତି, ‘ଆମେ ସୁପରଷ୍ଟାର୍ସଙ୍କ’ ଉପରେ ନିର୍ଭରଶୀଳ ନୁହେଁ। ଆମେ ଦୁଇଟି ମ୍ୟାଚ୍ ଜିତି ସନ୍ତୁଷ୍ଟ ହେବାର ନାହିଁ, ଆମର ନଜର ଭାରତ ବିରୋଧରେ କ୍ଲିନ୍ ସୁଇପ୍। ଯଦି ଆମେ ଏମିତି କରିବାରେ ସଫଳ ହେଉ ତେବେ ଏହା ବାସ୍ତବରେ ଆମ ପାଇଁ ଆନନ୍ଦ ଦାୟକ ରହିବ। ଦୁଇ ଦେଶ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ରବିବାର କେପଟାଉନରେ ଖେଳାଯିବ।

ଅଧିନାୟକ ବାଭୁମା ନିଜ ଦଳର ବେଶ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ମୋ ମତରେ ଖେଳାଳି ନିଜ ନିଜ ଭିତରେ ଉତ୍ତମ ସମନ୍ଵୟ ରଖିବା କାରଣରୁ ଆମକୁ ଏହି ସଫଳତା ମିଳିଛି। ସିରିଜ୍ ଜିତିଥିବାରୁ ଆମେ ବହୁତ ଖୁସି। ଆମର ଆରମ୍ଭରୁ ଏହି ଉଦ୍ଦେଶ୍ୟ ଥିଲା ଯେ, ଦଳ କେମିତି ଭଲ ପ୍ରଦର୍ଶନ କରିବ। ଆମେ ଏକ ଦଳଗତ ହିସାବରେ ଜିତିବା ପାଇଁ ପୂରା ଜୋର ଲଗାଇଥିଲୁ। ଆମେ ସୁପରଷ୍ଟାର୍ସ କିମ୍ବା ଜଣେ-ଦୁଇ ଖେଳାଳିଙ୍କ ଭଲ ପ୍ରଦର୍ଶନ ଉପରେ ନିର୍ଭରଶୀଳ ନୁହେଁ ବୋଲି ବାଭୁମା କହିଛନ୍ତି।

ବାଭୁମା ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ କ୍ଵିଣ୍ଟନ ଡିକକ୍‌ଙ୍କ ଫର୍ମ ଫେରିବା ଉପରେ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଡିକକ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚିତ ଭାବେ ବହୁତ ଭଲ। ସେ ଆମ ପାଇଁ ବହୁତ ମୂଲ୍ୟବାନ ଖେଳାଳି ବୋଲି ବାଭୁମା କହିଛନ୍ତି। ମୋ ଅନୁଯାୟୀ, ଏକ ଦଳ ଭାବେ ଆମେ ନିଜର କ୍ଷମତା ଉପରେ ବହୁତ ଅଧିକ ବିଶ୍ଵାସ ଏବଂ ଆତ୍ମ ବିଶ୍ଵାସର ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ