ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ସୁନ୍ଦରୀ ଗାୟିକା ଯାହାକୁ ଚାହିଁବେ ଜିତାଇବେ !

ୱାସିଂଟନ: ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ଏବେ ସରଗରମ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତି ଜନସମର୍ଥନ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଚାଲିବା ଘଟଣା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଡେମୋକ୍ରାଟିକ ଦଳରୁ ରାଷ୍ଟ୍ରପତି ଜୋ ବାଇଡେନ୍ ପୁଣି ଥରେ ପ୍ରାର୍ଥୀ ହେବାକୁ ଥିବାବେଳେ ରିପବ୍ଲିକାନ ନେତା ଡୋନାଲ୍‌ଡ ଟ୍ରମ୍ପଙ୍କ ସହ ତାଙ୍କର ଅତ୍ୟନ୍ତ କଡ଼ା ମୁକାବିଲା ସମ୍ଭାବନା ରହିଛି। ଆମେରିକୀୟ ନିର୍ବାଚନ ଭାରତଠାରୁ ଭିନ୍ନ ଏବଂ ଏହା ବିଭିନ୍ନ ପର୍ଯ୍ୟାୟ ଦେଇ ଅନୁଷ୍ଠିତ ହୋଇଥାଏ । ଆମେରିକାରେ ଭୋଟର୍‌ ସୋସିଆଲ ମିଡିଆ ଦ୍ବାରା ଅଧିକ ପ୍ରଭାବିତ ହୁଅନ୍ତି। ସେମାନେ ସୋସିଆଲ ମିଡିଆରେ ନିଜର ପ୍ରିୟ ସେଲିବ୍ରିଟିମାନଙ୍କ ମତକୁ ଅଧିକ ଭରସା କରିଥାନ୍ତି।

ଆମେରିକାର ସୋସିଆଲ ମିଡିଆ ସେନ୍ସେସନ୍ ତଥା ସୁପର୍‌ଷ୍ଟାର ଗାୟିକା ଟେଲର ସ୍ବିଫ୍‌ଟ ବହୁତ ଲୋକପ୍ରିୟ । ଯଦିଓ ସେ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି, ତଥାପି ଏହି ଆମେରିକୀୟ ସୁପର୍‌ଷ୍ଟାରଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କ ମତାମତ ଉପରେ ବହୁତ ଗୁରୁତ୍ବ ଦିଅନ୍ତି। ଟେଲରଙ୍କ ଦୃଷ୍ଟିରେ ପରବର୍ତ୍ତୀ ଆମେରିକୀୟ ରାଷ୍ଟ୍ରପତି କିଏ ହେବ ତାହା ଜାଣିବା ପାଇଁ ପ୍ରଶଂସକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଟେଲର ବାଇଡେନ୍‌ ଓ ଟ୍ରମ୍ପ୍‌ଙ୍କୁ କିପରି ପସନ୍ଦ କରନ୍ତି ତାହା ଜାଣିବା ପାଇଁ ଏବେ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ନିକଟରେ ଏକ ସର୍ଭେରେ ୫୫ ପ୍ରତିଶତ ମତଦାତା କହିଥିଲେ ଯେ ସେମାନେ ଟେଲରଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ସମର୍ଥନ କରିବେ। ସର୍ଭେରେ ୧୫୦୦ ଲୋକ ଭାଗ ନେଇଥିଲେ। ଏହି ରିପୋର୍ଟ ପ୍ରଚାରିତ ହେବାପରେ ଉଭୟ ରିପବ୍ଲିକାନ ଓ ଡେମୋକ୍ରାଟିକ ଦଳ ଟେଲରଙ୍କ ସମର୍ଥନ ହାସଲ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ସୂଚନାଯୋଗ୍ୟ, ଟେଲରଙ୍କର ଇନ୍‌ଷ୍ଟାଗ୍ରାମରେ ୨୮୦ ନିୟୁତ ଅନୁଗାମୀ ଥିବା ବେଳେ ୟୁଟ୍ୟୁବ୍‌ରେ ଅଛନ୍ତି ପ୍ରାୟ ୫୭ ନିୟୁତ ଅନୁଗାମୀ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ