୨୦୨୧ରେ ସାଉଥ୍ କାରୋଲିନା ଷ୍ଟେଟ୍ ୟୁନିଭର୍ସିଟିରେ ଭାଷଣ ଦେଉଥିବା ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭୁଲ୍ରେ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ‘ପ୍ରେସିଡେଣ୍ଟ୍ ହାରିସ୍’ କହିଥିଲେ।
୨୦୨୧ ନଭେମ୍ବର ୨୦ରେ ନିଜର ୭୯ତମ ଜନ୍ମଦିନକୁ ସେ ଭୁଲ୍ରେ ୫୮ତମ ଜନ୍ମଦିନ କହିଥିଲେ। ସାମ୍ବାଦିକଙ୍କ ସହ କଥା ହେବା ସମୟରେ ସେ କହିଥିଲେ, ଆଗକୁ ମୁଁ ୫୮ତମ ଜନ୍ମଦିନ ପାଳନ କରିବାକୁ ଯାଉଛି।
ହ୍ବାଇଟ୍ ହାଉସରେ ବାଇଡେନ୍ ୧୯୬୭ ମସିହାର ୬ ଦିନିଆ ଯୁଦ୍ଧ ଏବଂ ୧୯୭୩ ମସିହାର ୟମ କିପ୍ପୁର ଯୁଦ୍ଧକୁ ନେଇ ଦ୍ବନ୍ଦ୍ବରେ ପଡ଼ିବା ସହ ଆରବ-ଇସ୍ରାଏଲ ଇତିହାସ ଭୁଲି ଯାଇଥିଲେ।
ଗତବର୍ଷ ବାଇଡେନ ବ୍ରିଟେନରେ ଜି-୭ ସମ୍ମିଳନୀରେ ଲିବିୟା ଏବଂ ସିରିୟାକୁ ନେଇ ୩ ଥର ଦ୍ବନ୍ଦ୍ବରେ ପଡ଼ିଥିଲେ ।
ୱାସିଂଟନରେ ଏକ ସମାବେଶରେ ସେ ଜଣେ ମୃତ କଂଗ୍ରେସ ସଦସ୍ୟଙ୍କୁ ଜୀବିତ ଭାବି ଖୋଜିଥିଲେ। ୟୁକ୍ରେନରେ ରୁଷ୍ ଆକ୍ରମଣକୁ ସମାଲୋଚନା କରି ବାଇଡେନ ୟୁକ୍ରେନ ନାଗରିକଙ୍କୁ ଭୁଲ୍ରେ ଇରାନ ନାଗରିକ କହିଥିଲେ।