ଦେଶ ବିଦେଶ ମନୋରଞ୍ଜନ

ଆମେରିକା କ୍ରିକେଟ୍ ଲିଗରେ ଶାହରୁଖ ହେବେ ଫ୍ରାଞ୍ଚାଇଜ୍ ମାଲିକ, ନାଇଟ୍ ରାଇଡର୍ସ ଲଗାଇବ ଟଙ୍କା

ନୂଆଦିଲ୍ଲୀ, ୦୧/୧୨: ଆମେରିକାର ଏକ କ୍ରିକେଟ୍ ଲିଗ୍ ସିରିଜରେ ନିବେଶ କରିବ କୋଲକାତା ନାଇଟ ରାଇଡର୍ସ । ଏନେଇ ଘୋଷଣା କରିଛି ୟୁଏସ କ୍ରିକେଟ ଏଣ୍ଟରପ୍ରାଇସେସ୍ । ଏହି ନିବେଶ ପରେ କେକେଆର ବିଶ୍ୱର ସବୁଠାରୁ ବଡ ମିଡିଆ ମାର୍କେଟରେ ପାଦ ଥାପିବାକୁ ଯାଉଛି । ନାଇଟ୍ ରାଇଡର୍ସ ଫ୍ରାଞ୍ଚାଇଜର ଟିମ୍ ଆଇପିଏଲ, କାରବିଆନ ପ୍ରିମିୟର ଲିଗ ମଧ୍ୟ ଖେଳିଥାଏ । ଏହାର ମାଲିକ ହେଉଛନ୍ତି ବଲିଉଡ୍ ଷ୍ଟାର ଶାହରୁଖ ଖାନ୍ ।

ୟୁଏସ କ୍ରିକେଟ୍ ଏଣ୍ଟରପ୍ରାଇଜେସର କହିବାନୁସାରେ, ଏହି କ୍ରିକେଟ୍ ଲିଗ୍ ଦ୍ୱାରା ଆମେରିକାରେ ଖେଳକୁ ପ୍ରାଧାନ୍ୟ ମିଳିବ । ଏହାକୁ ନେଇ ସେମାନେ ବହୁତ ଉତ୍ସାହିତ ଅଛନ୍ତି । ନାଇଟ ରାଇଡର୍ସ ଏଥିରେ ଭାଗ ନେଉଥିବାରୁ ଖୁସିର କଥା । ଏଥିରେ ଆମେରିକା କ୍ରିକେଟକୁ ଅନେକ ଫାଇଦା ମିଳିବ । କେକେଆରର ନିବେଶ ଯୋଜନା ଭଲ ରହିଛି । ଏହା ଆମେରିକା କ୍ରିକେଟର ଭବିଷ୍ୟତକୁ ମଧ୍ୟ ଆଲୋକିତ କରିବ ।

ଗତ ବର୍ଷ କେକେଆରର ସିଇଓ ବ୍ୟାଙ୍କି ମୈସୁର ନିଜେ କହିଥିଲେ ଯେ, ବିଭିନ୍ନ ପ୍ରମୁଖ ସ୍ପୋର୍ଟିଂ ଲିଗରେ ନିବେଶ ପାଇଁ ପ୍ରସ୍ତାବ ରହିଛି । ଆମେରିକା ବିଶ୍ୱର ସବୁଠାରୁ ବଡ ମିଡିଆ ମାର୍କେଟ୍ ଅଟେ । ଯାହା ଏକ ଭିନ୍ନ ସୁଯୋଗ ଦେବ । ଆମେରିକାରେ କ୍ରିକେଟ ପାଇଁ ମାର୍କେଟ୍ ଭଲ ଅଛି । ଆମେରିକାରେ ଏପରି ଅନେକ ବ୍ରାଣ୍ଡ୍ ଅଛି ଯେଉଁମାନେ କ୍ରିକେଟକୁ ନିଜର ବିଜ୍ଞାପନ ପ୍ଲାଟଫର୍ମ ଭଳି ଦେଖନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ