ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆମେରିକାରେ ହୃଦୟବିଦାରକ ଘଟଣା, ଟ୍ରକ୍‌ରୁ ମିଳିଲା ୪୬ ମୃତଦେହ…

ନୂଆଦିଲ୍ଲୀ ୨୮/୦୬: ଟ୍ରକ୍‌ରୁ ମିଳିଲା ୪୬ ମୃତଦେହ । ଅଧିକାଂଶ ମୃତଦେହ ପ୍ରବାସୀଙ୍କ ହୋଇଥିବା ଅନୁମାନ । ଏପରି ଅଭାବନୀୟ ଘଟଣା ଘଟିଛି ଆମେରିକାର ଟେକ୍ସାସ୍ ଆଣ୍ଟୋନିଓରେ । ସୋମବାର ଏକ ଟ୍ରେଲର୍(ଏକ ପ୍ରକାର ଟ୍ରକ୍) ମଧ୍ୟରୁ ୪୬ଟି ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ପୋଲିସ ଏନେଇ ସୂଚନା ଦେଇଛି ।

ସେନ୍ ଆଣ୍ଟୋନିଓର କେସାଟ୍ ଚ୍ୟାନେଲ୍ ଅନୁସାରେ, ଟ୍ରକଟି ସହରର ଦକ୍ଷିଣ ପ୍ରାନ୍ତରେ ଥିବା ଏକ ରେଳ ଧାରଣା ପାଖରେ ଥିଲା । ଏହାକୁ ଖୋଲିବା ପରେ ଏତେ ସଂଖ୍ୟାରେ ମୃତଦେହ ମିଳିଥିଲା । ତେବେ ସେନ୍ ଆଣ୍ଟୋନିଓ ପୋଲିସ ଘଟଣା ବାବଦରେ ଅଧିକ ତଥ୍ୟ ଦେଉନାହିଁ ।

କେସାଟର ଟ୍ୱିଟ୍ ଫଟୋ ଅନୁସାରେ, ପୋଲିସ ଗାଡି ଓ ଆମ୍ବୁଲାନ୍ସ ଏକ ବଡ ଟ୍ରକ୍ ଆଗରେ ରହିଛନ୍ତି । ଏଥିରେ ମୃତଦେହ ଲଦାଯାଉଛି । ତେବେ ସମସ୍ତ ମୃତକ ବେଆଇନ ଭାବେ ଆମେରିକାରେ ପ୍ରବେଶ କରୁଥିଲେ ବୋଲି ଅନୁମାନ କରାଯାଉଛି । ଯେଉଁଠୁ ଏହି ମୃତଦେହ ମିଳିଛି ସେଠାରୁ ମେକ୍ସିକୋ ସୀମା ୨୫୦ କିମି ଅଟେ ।

ସେଣ୍ଟ୍ ଆଣ୍ଟୋନିଓ ଅଗ୍ନିଶମବାହିନୀ ଅନୁସାରେ, ସୋମବାର ବିଳମ୍ବିତ ରାତ୍ରରେ ୧୬ ଜଣଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କୁ ଅଂଶୁଘାତ ହୋଇଥିବା କୁହାଯାଉଛି । ଏମାନେ ସବୁ ବନ୍ଦ ଟ୍ରକରେ ଥିଲେ ବୋଲି ସନ୍ଦେହ କରାଯାଉଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି ।

ମୃତକଙ୍କ ନାଗରିକତ୍ୱ ଅସ୍ପଷ୍ଟ

ମେକ୍ସିକୋ ବୈଦେଶିକ ମନ୍ତ୍ରୀ ମାର୍ସଲୋ ଆବ୍ରାଡ୍ କହିଛନ୍ତି ଯେ, ସ୍ଥାନୀୟ ବାଣିଜ୍ୟିକ ଦୂତାବାସ ଘଟଣାସ୍ଥଳରେ ପହଁଚିଛନ୍ତି । ସମସ୍ତ ମୃତକ କେଉଁ ଦେଶର ତାହା ଜଣାପଡି ନାହିଁ । ଗତ କିଛିଦିନ ଧରି ଆମେରିକା-ମେକ୍ସିକୋ ସୀମାରେ ଅନୁପ୍ରବେଶ ସଂଖ୍ୟା ବଢିଛି । ଏହାକୁ ନଜରରେ ରଖି ବାଇଡେନ୍ ପ୍ରଶାସନ ନୂଆ ନିୟମ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ