ଦେଶ ବିଦେଶ ସ୍ୱାସ୍ଥ୍ୟ

ଆମେରିକାରେ ଲେଉଟିଲା କରୋନା, ଦିନକରେ ୮୪ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ ୨୫।୧୦: ସାରା ଦୁନିଆରେ କରୋନା ନିଜର କାୟା ବିସ୍ତାର କରିଛି । କେତେକ ଦେଶରେ କରୋନାର ପ୍ରଥମ ଲହରୀ କମିବାରେ ଲାଗିଥିବା ବେଳେ, ଅନ୍ୟ କେତେକ ଦେଶରେ ଏହାର ୨ୟ ଲହରୀ ଦେଖିବାକୁ ମିଳିଛି । କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶମାନଙ୍କ ମଧ୍ୟରେ ଆମେରିକା, ଭାରତ ଓ ବାଜ୍ରିଲ ରହିଛି । ଏହି ତିନୋଟି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ମୃତ୍ୟୁ ହୋଇଛି । ଆମେରିକାରେ ସବୁଠାରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ୩ ମାସ ପରେ ପୁଣି ଥରେ କରୋନା ସଂକ୍ରମଣର ରେକର୍ଡ କେସ୍‌ ସାମ୍ନାକୁ ଆସିଛି ।

ଶୁକ୍ରବାର ଦିନ ଦୈନିକ ରେକର୍ଡ ଭାଙ୍ଗିବା ୮୪,୨୧୮ନୂଆ କରୋନା କେସ୍‌ ସାମ୍ନାକୁ ଆସିଛି । ଯାହାକି ଚଳିତ ସପ୍ତାହରେ ସବୁଠାରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ବୋଲି କୁହାଯାଉଛି । ଏହାପୂର୍ବରୁ ଗୁରୁବାର ଦିନ ୭୬,୧୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଅନ୍ୟପଟେ ଅନେକ ଦେଶରେ ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ, ଭାଇରସର ପ୍ରକୋପ ଧୀରେ ଧୀରେ କମିବାକୁ ଲାଗିଲାଣି । ଏହା ଖୁବଶୀଘ୍ର ଶେଷ ହୋଇଯିବ ।

ଏସବୁ ଭିତରେ ଆମେରିକାକୁ ନେଇ ବୈଜ୍ଞାନିକମାନେ ଏକ ରିସର୍ଚ୍ଚ ମୁତାବିକ ,ଫେବୃଆରୀ ମାସ ପର୍ଯ୍ୟନ୍ତ ଆମେରିକାରେ ପାଞ୍ଚ ଲକ୍ଷ ଲୋକଙ୍କ କରୋନାରେ ମୃତ୍ୟୁ ହେବ । ରିସର୍ଚ୍ଚରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଆମେରିକାର ଲୋକମାନେ ମାସ୍କ ପିନ୍ଧୁନାହାନ୍ତି, ତେଣୁ ସଂକ୍ରମଣ ସଂଖ୍ୟା ବଢିବପାରେ । ଆସନ୍ତା ଫେବୃଆରୀ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୫ଲକ୍ଷ ପାର୍‌ ହୋଇଯିବ । ଆଗକୁ ଆମେରିକା ନିର୍ବାଚନ ଆସୁଛି । ଏହାପୂର୍ବରୁ ଏହି ରିପୋର୍ଟ ଅନେକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆମେରିକା ବ୍ୟତୀୟ ଅନ୍ୟ କେତେକ ଦେଶରେ ମଧ୍ୟ କରୋନାର ୨ୟ ଲହରୀ ଆସିସାରିଛି । ଫ୍ରାନ୍ସ, ବ୍ରାଜିଲ ପରି ଦେଶମାନଙ୍କରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗୁଥିବାର ଦେଖିବାକୁ ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ