ଦେଶ ବିଦେଶ ସ୍ୱାସ୍ଥ୍ୟ

ଆମେରିକାରେ ଓମିକ୍ରନ୍‌ର ପ୍ରଥମ ମୃତ୍ୟୁ, ସପ୍ତାହ ମଧ୍ୟରେ ସଂକ୍ରମଣ ୩ରୁ ୭୩ ପ୍ରତିଶତକୁ ବୃଦ୍ଧି

ଓ୍ବାଶିଂଟନ୍ ୨୧।୧୨: ଆମେରିକାରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତଙ୍କ ମୃତ୍ୟୁ । ଏହା ଆମେରିକାରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ । ସୋମବାର ଟେକ୍ସାସରେ ଏହି କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏ ନେଇ ସିଡିସି କୌଣସି ଔପଚାରିକ ଘୋଷଣା କରିନାହିଁ । କୁହାଯାଉଛି ଯେ, ମୃତକଙ୍କ ବୟସ ୫୦ରୁ ୬୦ ବର୍ଷ ହେବ । ସେ କରୋନା ଟିକା ନେଇନଥିଲେ । ଗତ ସପ୍ତାହ ହେବ କରୋନାର ଓମିକ୍ରନ୍ ଭାରିଆଣ୍ଟ ଦ୍ରୁତ ଗତିରେ ବଢି ଚାଲିଛି ।

ଓମିକ୍ରନ୍ ଭାରିଆଣ୍ଟ ଏବେ ଆମେରିକାରେ ହଇଚଇ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ଆମେରିକାରେ ଜେନମ ସିକ୍ବେନ୍ସିଂ ପାଇଁ ପଠାଯାଇଥିବା ସାମ୍ପଲ ମଧ୍ୟରୁ ୭୩ ପ୍ରତିଶତ ଓମିକ୍ରନ ଚିହ୍ନଟ ହୋଇଛନ୍ତି ।

ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପ୍ରତି ସପ୍ତାହରେ ମଡେଲ ଅପଡେଟ୍ କରିଥାଏ । ଏଥିରେ ଦର୍ଶାଯାଇଛି ଯେ, ଏବେ ସାରା ଆମେରିକାରେ ଓମିକ୍ରନ୍ ବ୍ୟାପି ସାରିଲାଣି । ଗତ ସପ୍ତାହରେ ଆମେରିକାରେ ଡେଲ୍ଟା ଭାରିଆଣ୍ଟ ମାମଲା ସବୁଠୁ ଅଧିକ ଥିଲା । ମାତ୍ର ଏବେ ଏହା ମାତ୍ର ୨୭ ପ୍ରତିଶତ ରହିଛି । ସିଡିସି କହିଛି ଯେ, ଓମିକ୍ରନ୍ ସଂକ୍ରମିତ ବୃଦ୍ଧି ପାଇବା ନେଇ ଆଶଙ୍କା ଥିଲା । ଆମେରିକାର କିଛି ଅଂଶରେ ପ୍ରାୟ ସବୁ ମାମଲା ଓମିକ୍ରନର ରହିଛି । ସିଡିସି ଅନୁସାରେ, ନ୍ୟୁୟର୍କ ଏବଂ ନ୍ୟୁଜର୍ସିରେ କରୋନାରେ ୯୨ ପ୍ରତିଶତ ମାମଲା ଓମିକ୍ରନ ରହିଛି । ସେହିଭଳି ଓ୍ବାଶିଂଟନରେ ୯୬ ପ୍ରତିଶତ ରହିଛି ।

ବର୍ତ୍ତମାନ ଆମେରିକାରେ ଟିକା ନେବା ପାଇଁ ଅପିଲ କରାଯାଉଛି । ଟିକା ନେବା ଦ୍ବାରା ଓମିକ୍ରନର ପ୍ରଭାବ କମ୍ ରହିବ । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ବାଇଡେନ୍ ଙ୍କ ନିକଟରେ ରହୁଥିବା ଜଣେ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ତାଙ୍କର କରୋନା ପରୀକ୍ଷଣ କରାଯାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ