ରାଜ୍ୟ

ଆବୁଝମାଡ ଜଂଗଲ ମଝିରେ ମାଓ ଟ୍ରେନିଂ କ୍ୟାମ୍ପ ଠାବ କଲା ପୁଲିସ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଯବାନ ନକ୍ସଲ ଦମନ ନେଇ ଲଗାତାର ସଫଲତା ପାଇବା ସହ ତାଂକର ସମସ୍ତ ଠିକଣା ଉପରେ ଏବେ ଚଢ଼ାଉ ଜାରି ରଖିଛି। ହଜାର ହଜାର ଯବାନ ଜଂଗଲରେ ପଶି ନକ୍ସଲଙ୍କୁ ବେକଫୁଟ ଯିବାକୁ ବାଧ୍ୟ କରିଛନ୍ତି। ବସ୍ତର ରେଞ୍ଜର ଆବୁଝମାଡ ଜଂଗଲ ସବୁଠାରୁ ବଡ ଜଂଗଲ। ଏହା ସୁକମା, ଦନ୍ତେୱାଡା, ବିଜାପୁର, ନାରାୟଣପୁର ଜିଲ୍ଲାକୁ ଲାଗି ରହିଛି। ଏହି ଜଂଗଲରେ ହିଁ କୋଟି କୋଟି ଟଂକାର ଘୋଷିତ ନକ୍ସଲ ଲୁଚି ରହିଛନ୍ତି। ତେଣୁ ଯବାନ ଏବେ ଆବୁଝମାଡ ଜଂଗଲକୁ ତନ୍ନ ତନ୍ନ କରି ସର୍ଚ୍ଚ କରୁଛନ୍ତି।

ଗତ ୨୩ ତାରିଖରେ ଆବୁଝମାଡର ରେକାବାୟା ଅଂଚଳରେ ଯବାନ ଚଢ଼ାଉ କରିଥିଲେ। ଏଠାରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ୭୨ ଘଣ୍ଟା ଧରି ଗୁଳିବିନିମୟ ଘଟିଥିଲା ଏବଂ ୮ ଜଣ ନକ୍ସଲ ନିହତ ହୋଇଥିଲେ ବୁଲି ପୁଲିସ କହିଥିଲା। ଏଥିସହ ପୁଲିସ ଏକ ଭିଡିଓ ଜାରି କରି କହିଥିଲା ଯେ ଜଂଗଲରେ ନକ୍ସଲଙ୍କ ଟ୍ରେନିଂ କ୍ୟାମ୍ପକୁ ଠାବ କରାଯାଇଛି। ତେବେ ଗ୍ରାଉଣ୍ଡ ଜିରୋରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ। ସେତେବେଳେ ଜଣାପଡିଥିଲା ଯେ ଏହା କୌଣସି ନକ୍ସଲଙ୍କର ଟ୍ରେନିଂ କ୍ୟାମ୍ପ ନୁହଁ, ବରଂ ଆଶ୍ରମ ବିଦ୍ୟାଳୟ। ସ୍ଥାନୀୟ ଜଣେ ଶିକ୍ଷକ ପ୍ରବୀଣ ଏହାର ଖୁଲାସା କରିଥିଲେ। ଜଂଗଲ ମଝିରେ ଦୁଇ ତିନୋଟି କୁଡିଆ ଘର ରହିଛି। ଏହାକୁ ଯିଏ ବି ଦେଖିଲେ ନକ୍ସଲଙ୍କ ଟ୍ରେନିଂ କ୍ୟାମ୍ପ ଭାବିବ। କିନ୍ତୁ ଶିକ୍ଷକ ଜଣକ କହିଥିଲେ ଯେ ଏହା ୧୧ଟି ପଞ୍ଚାୟତର ପିଲାମାନେ ଆସି ଅଧ୍ୟୟନ କରୁଛନ୍ତି। ସ୍ଥାନୀୟ ୫ ଜଣ ଯୁବକ ଏମାନଙ୍କୁ ପାଠ ପଢାଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ଣ ଛୁଟି ହୋଇଥିବାରୁ ଏହା ବନ୍ଦ ରହିଛି। ସମସ୍ତ ଶିକ୍ଷକ ୮ମରୁ ୧୦ମ ପର୍ଯ୍ୟନ୍ତ ପଢିଛନ୍ତି। ସମସ୍ତଙ୍କୁ ଗ୍ରାମବାସୀ ୪ ହଜାର ଟଂକା ଲେଖାଏଁ ଦରମା ଦିଅନ୍ତି ବୋଲି ଶିକ୍ଷକ ପ୍ରବୀଣ ପ୍ରକାଶ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।