ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ୱର : ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମଧ୍ୟରେ କିଛି ଦିନ ହେଲା ଟଣାଓଟରା ଚାଲିଥିଲା ବେଳେ ଏହି ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ଗସ୍ତ ଅବସରରେ ଆଜି ଗଣମାଧ୍ୟମକୁ ସେ କହିଛନ୍ତି ଯେ ମୋଦୀ ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ଘର ଦେଇଛନ୍ତି। ଆବାସ ତାଲିକାରେ ସାଧୁତା ଅବଲମ୍ବନ କରି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାର ଦାୟିତ୍ବ ରାଜ୍ୟ ସରକାର ନିଅନ୍ତୁ।
ଯୋଗ୍ୟ ଲୋକଙ୍କୁ ଘର ଦେବାର ଦାୟିତ୍ୱ ରାଜ୍ୟ ସରକାର ନିଅନ୍ତୁ: ଧର୍ମେନ୍ଦ୍ର
କେନ୍ଦ୍ର ସରକାରଙ୍କ ଯୋଗ୍ୟତା ମାପକାଠି ବଦଳିବାରୁ ଅସୁବିଧା ହେଉଛି: ସୌମ୍ୟ
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାଁ ଭର୍ତ୍ତି କରିବା ନିମନ୍ତେ ଓଡ଼ିଶା ପାଇଁ ନିୟମକୁ କୋହଳ କରିଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା ଉଚିତ। ୨୦୧୮ ରୁ ୨୦୧୯ର ଅଧା ସମୟ ପର୍ଯ୍ୟନ୍ତ ଆବାସ ପ୍ଲସ ପୋର୍ଟାଲ ଖୋଲା ହୋଇ ରହିଲା। ସେହି ସମୟରେ ଓଡ଼ିଶା ସରକାର ଯୋଗ୍ୟ ହିତାଧିକାରୀମାନଙ୍କ ନାମ ସାମିଲ କଲେ ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ବାରମ୍ବାର ଆବାସ ପ୍ଲସ ପୋର୍ଟାଲ ଖୋଲିବା ପାଇଁ ବିଭାଗୀୟ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଅନୁରୋଧ କରାଗଲା। ପିଏମ୍ ଆବାସ ପ୍ଲସ ପୋର୍ଟାଲ ଖୋଲିବା ପରେ ଅତିରିକ୍ତ ୮ ଲକ୍ଷ ଘର ଓ ଫନି କ୍ଷତିଗ୍ରସ୍ତଙ୍କୁ ୧.୫ ଲକ୍ଷ ଘର ଅର୍ଥାତ୍ ମୋଟ ସାଢେ ୯ ଲକ୍ଷ ଘର ଓଡ଼ିଶାକୁ ଦିଆଯିବ ବୋଲି ନିଷ୍ପତ୍ତି ହେଲା। ଏହି ଅତିରିକ୍ତ ସାଢ଼େ ୯ ଲକ୍ଷ ଘର ଓଡ଼ିଶାକୁ ମିଳିବା ପରେ ଯୋଗ୍ୟ ଲୋକଙ୍କୁ ଘର ମିଳୁ ବୋଲି କେନ୍ଦ୍ର ସରକାର ଆଶା ରଖିବା ସ୍ୱାଭାବିକ। ଏତେ ଟଙ୍କା ଆସିବା ପରେ ମଧ୍ୟ ଯଦି ଯୋଗ୍ୟ ଲୋକ ଘର ପାଇବେ ନାହିଁ ତେବେ ତାହା ଗମ୍ଭୀର ବିଷୟ। ରାଜ୍ୟରେ ପିଏମ୍ ଆବାସ ଯୋଜନା ନେଇ ବିଭିନ୍ନ ଟିପ୍ପଣୀ ହେବା
କାରଣରୁ ସାଢେ ୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଦେବା ପାଇଁ କେନ୍ଦ୍ର ସରକାର ରଖିଥିବା ସର୍ତ୍ତରେ ରାଜ୍ୟ ସରକାର ସମ୍ମତି ଜଣାଇଥିଲେ। ଆବାସ ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଭୁଲବଶତଃ ରହିଥିଲେ ଲୋକମାନେ ଅଭିଯୋଗ କରିପାରିବେ ବୋଲି ରାଜ୍ୟ ସରକାର କହିଛନ୍ତି। ମାତ୍ର ବାସ୍ତବରେ ଦେଖିଲେ ଯଦି ଗାଁର ପ୍ରତିପତ୍ତିଶାଳୀ ଲୋକ ଆବାସ ପାଇବା ପାଇଁ ଅଯୋଗ୍ୟ ଥିବା ସତ୍ତ୍ୱେ ତାଲିକାରେ ଅସାଧୁ ଉପାୟରେ ନାଁ ଭରିଲେ ତେବେ ସେ ଅଞ୍ଚଳର ଗରିବ ଲୋକ ସେହି ବ୍ୟକ୍ତି ବିରୋଧରେ ପ୍ରତିବାଦ ନ କରିପାରେ। ଏଭଳି ଆଶଙ୍କା ଦେଖାଯାଇଥିବାରୁ ବ୍ଲକ୍ଗୁଡ଼ିକରେ ରାଜ୍ୟ ସରକାର ଗରିବ ଲୋକଙ୍କ ଉପରେ ଚାପ ସୃଷ୍ଟି ନ କରି ଠିକ୍ ତର୍ଜମା କରି ଘର ପାଇବାକୁ ଯୋଗ୍ୟ ଲୋକଙ୍କ ନାଁ ସାମିଲ କରନ୍ତୁ।
କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମତ ଲୋଡ଼ିଥିଲେ। ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଯୋଗ୍ୟତା ମାପକାଠି ବଦଳିବା ଫଳରେ ଆବାସ ଯୋଜନାରେ ଅସୁବିଧା ହେଉଛି। ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଘର ପାଆନ୍ତୁ ଏହା ସରକାର ଚାହେଁ। ଯେଉଁମାନେ ଘର ପାଇଛନ୍ତି, ସେମାନେ କ’ଣ ଅଯୋଗ୍ୟ କି? ଆବାସ ଯୋଜନାର ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି, ଅଭିଯୋଗ ଆସିଲେ ତଦନ୍ତ କରାଯିବ। କାଁ ଭାଁ କେଉଁଠି ଭୁଲ୍ ଭଟକା ରହିଛି, ତାହାର ପ୍ରତିକାର କରାଯିବ। ପ୍ରଥମେ ଆବଣ୍ଟନ ସରୁ। ନଈ ନ ଦେଖୁଣୁ ଲଙ୍ଗଳା କାହିଁକି?
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l