ଅପରାଧ ରାଜ୍ୟ

ଆବାସ ତାଲିକାରେ ନାଁ ନଥିବାରୁ ବୃଦ୍ଧଙ୍କ କ୍ଷୋଭ: ଗୁହାରି ନ ଶୁଣିଲେ ବିଷ ପିଇ ମରିବି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜଳେଶ୍ୱର : ସଦ୍ୟ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନିଜ ନାମ ନ ଦେଖି ନିରାଶ ହୋଇଛନ୍ତି ବାଲେଶ୍ବର ଜିଲ୍ଲାଜଳେଶ୍ୱର ବ୍ଲକ ସମ୍ପତ୍ତିଆ ପଞ୍ଚାୟତ ଜଳକାପଡ଼ିଆ ଗାଁର ୭୯ ବର୍ଷୀୟ ବୃଦ୍ଧ ସୁଧୀର କୁମାର ଭୂୟାଁ। ଆସନ୍ତା ୨୪ ତାରିଖ ସୁଦ୍ଧା ତାଙ୍କ କଥା​ ବିଚାର କରାନଗଲେ ବିଡିଓଙ୍କ ଅଫିସ ସମ୍ମୁଖରେ ସେ ବିଷପିଇ ଜୀବନ ହାରିବେ ବୋଲି କହିଛନ୍ତି।

ଜଳକାପଡ଼ିଆ ଗ୍ରାମର ସୁଧୀର କୁମାର ଭୂୟାଁଙ୍କ ସମ୍ପତ୍ତି କହିଲେ ଘରଡ଼ିହ ସହ ମାତ୍ର ୧୫ ଗୁଣ୍ଠ ଚାଷଜମି। ସୁଧୀରଙ୍କ ଏକମାତ୍ର ପୁଅ ଗୋଆରେ ଦାଦନ ଖଟୁଛି। ଘରେ ତାଙ୍କର ରୋଗୀଣା ପତ୍ନୀ, ୩୨ ବର୍ଷୀୟା ଅବିବାହିତ ଦିବ୍ୟାଙ୍ଗ ଝିଅ ଓ ନାତିକୁ ମିଶାଇ ୪ ଜଣିଆ ପରିବାର। ପରିଣତ ବୟସରେ ସୁଧୀର ଟ୍ୟୁସନ୍‌ କରିବାକୁ ବାଧ୍ୟ ହୋଇଛନ୍ତି। ସେଥିରୁ ଯାହା ରୋଜଗାର ହୁଏ, ସେଥିରେ ଦିବ୍ୟାଙ୍ଗ ଝିଅର ବୋଝ ସାଙ୍ଗକୁ ରୋଗୀଣା ପତ୍ନୀ ଓ ତାଙ୍କ ଔଷଧପତ୍ର ବାବଦ ଖର୍ଚ୍ଚ ତୁଲାଇବା କଷ୍ଟକର। ବହୁକଷ୍ଟରେ ଚଳୁଥିବା ସୁଧୀରଙ୍କ ପାଇଁ ସମସ୍ୟା ହେଉଛି ତାଙ୍କର ଝାଟିମାଟି ଆଜବେଷ୍ଟସ୍‌ ଘର। ୧୦ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ଘର ‘ଫନି’ ଓ ‘ୟାସ୍‌’ ବାତ୍ୟାରେ ଭାଙ୍ଗି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ନୂଆ ଘର ତିଆରି ଦୂରେ ଥାଉ, ପୁରୁଣା ଘର ମରାମତି ପାଇଁ ମଧ୍ୟ ସୁଧୀର ସମର୍ଥ ହୋଇ ପାରୁନାହାନ୍ତି। ଏହି କାରଣରୁ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ଚାତକ ପରି ଚାହିଁ ରହିଥିଲେ। କିନ୍ତୁ, ପଞ୍ଚାୟତକୁ ଯିବା ପରେ ଜାଣିବାକୁ ପାଇଲେ ସରକାରଙ୍କ ଦ୍ବାରା ପ୍ରକାଶିତ ତାଲିକାରେ ତାଙ୍କ ନାମ ନାହିଁ। ଘର ନ ମିଳିଲେ ଆତ୍ମାହୁତି ଦେବାଛଡ଼ା ଆଉ କିଛି ଉପାୟ ନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ସୁଧୀର।

ଏ ସଂକ୍ରାନ୍ତରେ ସେ ପଞ୍ଚାୟତିରାଜ ମନ୍ତ୍ରୀ, ଜଳେଶ୍ବର ବିଡିଓ, ବାଲେଶ୍ୱର ଜିଲ୍ଲାପାଳ ଓ ୫-ଟି ସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।