ଅପରାଧ ରାଜ୍ୟ

ଆବାସ କଳିରୁ ଗାଁ ଅଶାନ୍ତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଯାଜପୁର,(ପ୍ରଦୀପ କୁମାର ମହାପାତ୍ର): ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ ହିତାଧିକାରୀ ତାଲିକା। ତାଲିକାରେ ଥିବା ଅଯୋଗ୍ୟଙ୍କୁ ବାଦ୍ ଦେବାପାଇଁ ଅଭିଯୋଗ ପତ୍ର ଆହ୍ବାନ କରାଯାଇଛି। ଯୋଜନାର ଶ୍ରେୟ ନେବାକୁ କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ଦଳ ମଧ୍ୟରେ କାଦୁଅ ଫିଙ୍ଗା ପର୍ବ ଚାଲିଛି। ଏହାରି ଭିତରେ ଯୋଗ୍ୟ ଏବଂ ଅଯୋଗ୍ୟଙ୍କୁ ନେଇ ଗାଁ ଗାଁରେ ଚର୍ଚ୍ଚା, ଅସନ୍ତୋଷ ଏବଂ ଆକ୍ରୋଶ। ରାମକୁ ମିଳିଛି ଆବାସ, ଦାମକୁ କାହିଁକି ମିଳିଲାନି ? ଅମୁକର ବାଇକ୍ ଅଛି, ସମୁକର ଫ୍ରିଜ୍ ଅଛି ସେ ପାଇଲା କିପରି ? ତାହାର କିଛି ନାହିଁ, ପଲିଥିନ୍ ଟଙ୍ଗା କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛି କାହିଁକି ତାଲିକାଭୁକ୍ତ କଲେନି ? ଏଭଳି ପ୍ରଶ୍ନକୁ ନେଇ ଏବେ ଗାଁ ପରିବେଶ ଅଶାନ୍ତ। କିଏ ସ୍ଥାନୀୟ ନେତାଙ୍କୁ ଦୋଷ ଦେଇ ଅସନ୍ତୋଷ ଝାଡୁଛି ତ ଆଉ କିଏ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ କ୍ରୋଧାନ୍ବିତ ହେଉଛି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆବାସ କଳି ଗାଁ ରାଜନୀତିର ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଛି। ଏହାସହ ପଞ୍ଚାୟତସ୍ତରରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ବି ଅଡୁଆ ବଢ଼ିଛି।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ତେନ୍ତଳାପଶି ପଞ୍ଚାୟତର ସରପଞ୍ଚଙ୍କୁ ଆବାସ ପାଇଁ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ବଡ଼କମଣ୍ଡରା ଗ୍ରାମର ଆବାସ ଆଶାୟୀମାନଙ୍କ ନାମ ତାଲିକାରେ ନଥିବାରୁ ସରପଞ୍ଚ ସାବିତ୍ରୀ ମୁଣ୍ଡାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ହଲାପଟା କରିଛନ୍ତି। ଏଥିସହ ଗ୍ରାମବାସୀ ବ୍ଲକ୍ ଘେରାଉ କରିବା ସହ ଜିଲ୍ଲାପାଳଙ୍କୁ ଫେରାଦ ହୋଇ ନାମ କିଏ କାଟିଲା ବୋଲି ପ୍ରଶ୍ନ କରିଛନ୍ତି। ଅଯୋଗ୍ୟ କଟିବା ପରେ ଯୋଗ୍ୟଙ୍କୁ ସାମିଲ କରାଯିବ କହି ବିଡିଓ ବୁଝାଇବାରୁ ଲୋକେ ଚାଲିଗଲେ। ହାଟଡିହି ବ୍ଲକ୍‌ର ଗେଡ଼ମା, ଆଇତିପୁର, ଡଅଁର ପଞ୍ଚାୟତରେ ମଧ୍ୟ ପ୍ରଥମ ଦିନରୁ ଅନିୟମିତତା ଅଭିଯୋଗ ଆଣି ଲୋକେ ବ୍ଲକ୍ କାର୍ଯ୍ୟାଳୟ ଘେରିଥିଲେ। ଆଇତିପୁର ପଞ୍ଚାୟତରେ ପରିସ୍ଥିତି ଏଭଳି ହୋଇଥିଲା ଯେ, ଭୟରେ ପିଇଓ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ନିଜେ ତାଲା ପକାଇ ଲୁଚିଲେ। ପରେ ପୁଲିସ ଯାଇ ପିଇଓଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ଏଠି ଲୋକଙ୍କ ପ୍ରଶ୍ନ ଥିଲା କଂଗ୍ରେସିଆ ଆବାସ ପାଇଲେ ବିଜେଡି ସମର୍ଥକ କାହିଁକି ପାଇଲେନି ?

ଯାଜପୁର ଜିଲ୍ଲାରେ ମଧ୍ୟ ଆବାସ ତାତି ଦେଖିବାକୁ ମିଳିଛି। ଧର୍ମଶାଳା ବ୍ଲକ୍ ମିର୍ଜାପୁର ପଞ୍ଚାୟତରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ନାମ ଆବାସ ହିତାଧିକାରୀ ତାଲିକାରେ ଥିବା ବେଳେ ବହୁ ଯୋଗ୍ୟ ବ୍ୟକ୍ତି ବାଦ୍ ପଡ଼ିବା ପ୍ରସଙ୍ଗକୁ ନେଇ ପିଇଓଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି। ଧର୍ମଶାଳା ବ୍ଲକ୍‌ର ୩୦୯୯ ଜଣଙ୍କ ନାମ ଆବାସ ତାଲିକାରେ ରହିଛି। ତଥାପି ଅନେକ ଆବାସରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆସିଛି। ଚୋରମୁହାଁ ପଞ୍ଚାୟତରେ ଏହାକୁ ନେଇ ଲୋକେ ସରପଞ୍ଚଙ୍କ ପାଖରେ ଅସନ୍ତୋଷ ଜାହିର କରିଛନ୍ତି। ଅପରପକ୍ଷରେ ଦଶରଥପୁର ବ୍ଲକ୍‌ରେ ୨ ମହଲା କୋଠା, ସରକାରୀ ଚାକିରିଆ, ଟ୍ରକ୍ ମାଲିକଙ୍କୁ ଆବାସ ତାଲିକାରେ ସ୍ଥାନ ମିଳିଥିବା ବେଳେ ଝୁମ୍ପୁଡ଼ି ଘରେ ରହୁଥିବା ଲୋକେ ବାଦ୍ ପଡ଼ିଥିବା ଅଭିଯୋଗ ଆସିଛି। ଏଥିପାଇଁ ଗୋପାଳପୁର ପଞ୍ଚାୟତର ଲୋକେ ଅଯୋଗ୍ୟଙ୍କ ତାଲିକା ଧରି ଦଶରଥପୁର ବ୍ଲକ୍ କାର୍ଯ୍ୟାଳୟରେ ହୋ’ହଲ୍ଲା କରିଛନ୍ତି। ସେହିପରି କୋରେଇ ବ୍ଲକ୍‌ର ମକୁନ୍ଦପୁର, ବଡ଼ବିରୁହାଁ, ତୁଳତି, ତାହାରପୁର ଅଞ୍ଚଳରୁ ଆବାସକୁ ନେଇ ଅନେକ ଅଭିଯୋଗ ଆସିଛି। ଏହି ବ୍ଲକ୍‌ରେ ୩୧୨୪ଜଣଙ୍କୁ ତାଲିକାରେ ସ୍ଥାନ ମିଳିଥିବା ଭଙ୍ଗାଦରରା ଘରେ କାଳକାଟୁଥିବା ଲୋକେ ଆମେ କି ଦୋଷ କରିଛୁ ବୋଲି ପ୍ରଶ୍ନ କରୁଛନ୍ତି। ଏଠାରେ ମଧ୍ୟ ଆବାସକୁ ନେଇ ଗାଁରେ ଅଶାନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।