ମନୋରଞ୍ଜନ

ଆପ୍‌କେ ଆ’ଯାନେ ସେ

‘ମେ ତେରା ତୋତା ତୁ ମେରି ମୈନା ମାନେ ନା କ୍ୟା କେହନା’ ଏଇ ଗୀତଦୃଶ୍ୟର ନାୟିକା ନୀଲମ। ନୀଲମ୍ କୋଠାରୀ। ବହୁ ଦିନର ବ୍ୟବଧାନ ପରେ ନୀଲମଙ୍କୁ ଘରେ ଘରେ ଦର୍ଶକ ଏକାଠି ବସି ଦେଖିବାର ସୁଯୋଗ ପାଇଲେ। ନିକଟରେ ଟେଲିଭିଜନ୍‌ରେ ପ୍ରଦର୍ଶିତ ‘ସୁପର୍ ଡ୍ୟାନ୍ସର ଚାପ୍ଟର-୪ରେ ସେ ସମୟର ଫେମସ୍ ଯୋଡ଼ି ଗୋବିନ୍ଦା ଓ ନୀଲମଙ୍କୁ ଦେଖିବାକୁ ମିଳିଥିଲା। ସୋ’ରେ ଖୁଦଗର୍ଜ ଚଳଚ୍ଚିତ୍ରରେ ଥିବା ‘ଆପକେ ଆ’ଯାନେ ସେ’ ଗୀତରେ ନୃତ୍ୟ ଦେଖି ଦର୍ଶକ ଓ ବିଚାରକ ସମସ୍ତେ ଫିଦା ହେଇଯାଇଥିଲେ।

ବେଶ୍ କିଛି ବର୍ଷ ହେବ ନୀଲମଙ୍କ ସମ୍ପର୍କରେ କିଛି ଚର୍ଚ୍ଚା ନ ଥିଲା। ଗତବର୍ଷ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ‘ବଲିଉଡ୍ ୱାଇଫ୍‌ସ’ରେ ତାଙ୍କ ସମ୍ପର୍କରେ ଦର୍ଶକ ଊଣାଅଧିକ ଜାଣିଲେ। ଜୱାନୀ, ଲଭ୍ ୮୬, ସିନ୍ଦୂର, ଖୁଦଗର୍ଜ, ହତ୍ୟା, ଖତ୍ରୋଁ କା ଖିଲାଡ଼ି, ଦୋ କଏଦୀ, ଘର କା ଚିରାଗ, ମିଟି ଔର୍‌ ସୋନା, ବଦନାମ, ଅଗ୍ନିପଥ, ଜଖମ, ବିଲୋ ବାଦଶାହ, ରଣଭୂମି, ଲାଟ ସାହାବ, କସମ ଭଳି ପଚାଶରୁ ଅଧିକ ସଫଳ ସିନେମାର ନାୟିକା ନୀଲମ। ଡଜନେରୁ ଅଧିକ ସିନେମାରେ ନୀଲମଙ୍କ ବିପକ୍ଷର ନାୟକ ସାଜିଥିଲେ ହ୍ୟାଣ୍ଡସମ୍ ଗୋବିନ୍ଦା। ୨୦୦୦ ମସିହାରେ ନୀଲମ୍ ଆମେରିକାରେ ଅବସ୍ଥାପିତ ଋଷି ସେଥିଆଙ୍କୁ ବିବାହ କରିଥିଲେ। ମନୋମାଳିନ୍ୟ ଯୋଗୁଁ ତାଙ୍କୁ ସେ ୨୦୧୦ରେ ଛାଡ଼ପତ୍ର ଦେଇଥିଲେ। ୨୦୧୧ରେ ଅଭିନେତା ସମୀର ସୋନିଙ୍କୁ ପୁନର୍ବିବାହ କରିଥିଲେ ନୀଲମ।

ଅଶି ଦଶକର ଶେଷ ଆଡ଼କୁ ଏବଂ ନବେ ଦଶକରେ ଯିଏ ଦର୍ଶକଙ୍କ ଆଖିରେ ଯାଦୁ ବୁଣିଥିଲେ ସେ ହେଉଛନ୍ତି ଅଭିନେତ୍ରୀ ନୀଲମ କୋଠାରୀ। ନୀଲମ କହିଛନ୍ତି, ‘ସେ ଯେତେବେଳେ ଅଭିନୟ କରୁଥିଲେ, ସେତେବେଳେ ସୋସିଆଲ ମିଡିଆ ନ ଥିଲା, କେବଳ ସିନେମା ଦେଖିଥିବା ଲୋକେ ମୋତେ ଜାଣିଥିଲେ, ଏବେ କିନ୍ତୁ ଡିଜିଟାଲ ପ୍ଲାଟ୍‌ଫର୍ମ ମୋତେ ଅଧିକ ପ୍ରସିଦ୍ଧି ଦେଇଛି। ଟେଲି ରିୟାଲିଟି ସୋ’ ମାଧ୍ୟମରେ ମୁଁ ଆହୁରି ଅଧିକ ଲୋକଙ୍କ ନିକଟତର ହେଲି।’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ