ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ଆପଣଙ୍କ ପରିବାରକୁ କିଭଳି ନଷ୍ଟ କରିବେ’ ଉପନ୍ୟାସ ପାଖରେ ପ୍ରଦର୍ଶୀତ ହେଉଛି ରାଜକୁମାର ହ୍ୟାରିଙ୍କ ଜୀବନୀ ପୁସ୍ତକ ‘ସ୍ପେୟାର୍‌’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ: ଲେଖିକା ବେଲା ମେକିଙ୍କ ରଚିତ ଉପନ୍ୟାସ ‘ହାଓ ଟୁ କିଲ୍‌ ଇୟୋର୍‌ ଫ୍ୟାମିଲି’ (ଆପଣଙ୍କ ପରିବାରକୁ କିଭଳି ନଷ୍ଟ କରିବେ) ନିକଟରେ ‘ଇଂଲଣ୍ଡ୍‌ର ରାଜକୁମାର ହ୍ୟାରିଙ୍କ ଜୀବନୀ ପୁସ୍ତକ ‘ସ୍ପେୟାର୍‌’କୁ ପ୍ରଦର୍ଶୀତ କରି ଇଂଲଣ୍ଡ ଅନ୍ୟତମ ନଗରୀ ସ୍ବିନ୍‌ଡନ୍‌ରେ ଥିବା ସ୍ବାଧୀନ ବହି ଦୋକାନ ‘ବର୍ଟସ୍‌ ବୁକ୍‌’ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି।

ଦୁହିଁଙ୍କ ମଧ୍ୟ‌ରୁ କେଉଁ ଲେଖକ ଉକ୍ତ ବହି‌ ଦୋକାନ ନାଁରେ ମାମଲା ରୁଜୁ କରିବା ସେ ସଂକ୍ରାନ୍ତରେ କେତେକ ସାମାଜିକ ଗଣମାଧ୍ୟମ ବ୍ୟବହାକାରୀ କଳ୍ପନାଜଳ୍ପନା ଆରମ୍ଭ କରି ଦେଇଛନ୍ତି।

ଦୋକାନ ମାଲିକ ୩୫ ବର୍ଷିୟ ଆଲେକ୍ସ୍‌ କଲ୍‌ କହିଛନ୍ତି, ମୋର କର୍ମଚାରୀମାନେ ଭାବିଲେ ଯେ, ବହି ଦୁଇଟିକୁ ଏମିତି ପ୍ରଦର୍ଶନ କଲେ ବଡ଼ ରହସ୍ୟ ହେବ ଓ କିଛି ଲୋକେ ହସିବେ।

ଟୁଇଟ୍‌ କରି ‘ବର୍ଟସ୍‌ ବୁକ୍ସ୍’ ଲେଖିଛି: ଆପଣମାନଙ୍କର ଯଦି ଆବଶ୍ୟକ, ଆମ ପାଖରେ ‘ସ୍ପେୟାର୍‌’ର କିଛି ବଳକା କପି ଅଛି। ଲେଖା ସହିତ ବହି ଦୋକାନର ୱିଣ୍ଡୋ ଡିସ୍‌ପ୍ଲେର ଏକ ଫଟୋ ବି ଦିଆଯାଇଛି। ସେଥିରେ ଦେଖାଯାଉଛି, ବେଲା ମେକିଙ୍କ ପୁସ୍ତକ ‘ହାଓ ଟୁ କିଲ୍‌ ୟୋର୍‌ ଫ୍ୟାମିଲି’ ପାଖରେ ‘ସ୍ପେୟାର୍‌’ ପୁସ୍ତକଗୁଡ଼ିକୁ ରଖାଯାଇଛି।

ସତକୁ ସତ ଏହି ପୋଷ୍ଟ୍‌ ଭାଇରାଲ୍‌ ହେବା ପରେ ୧୮ ହଜାର ଲାଇକ୍‌ ସଂଗ୍ରହ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ହାସ୍ୟରୋଳ ସୃଷ୍ଟି କରିଛି। କିଛି ଲୋକେ ଏହାକୁ ବିଚକ୍ଷଣ ବିକ୍ରି ବ୍ୟବସ୍ଥା ବୋଲି ମଧ୍ୟ ଟିପ୍ପଣୀ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୨୨ରେ ‘ବର୍ଟସ୍‌ ବୁକ୍ସ୍‌’ ସର୍ବାଧିକ ବିକ୍ରୟ ହୋଇଥିବା ପୁସ୍ତକ ହେଉଛି ‘ହାଓ ଟୁ କିଲ୍‌ ୟୋର୍‌ ଫ୍ୟାମିଲି’।

ରାଜକୁମାର ହ୍ୟାରିଙ୍କ ଜୀବନ-ସ୍ମୃତି ପୁସ୍ତକ ‘ସ୍ପେୟାର୍‌’ ଜାନୁଆରି ୧୦ ତାରିଖରେ ପ୍ରକାଶ ପାଇଛି। ପ୍ରକାଶ ପାଇବା ପୂର୍ବରୁ ଚହଳ ପକାଇ ଥିବା ଏହି ପୁସ୍ତକ ଇଂଲଣ୍ଡ୍‌ରେ ସବୁଠୁ ଅଧିକ ବିକ୍ରି ହୋଇଥିବା ‘ନନ୍‌-ଫିକ୍ସନ୍‌’ ହୋଇପାରିଛି। ‘ଦି ଗାର୍ଡିଆନ୍‌’ ରିପୋର୍ଟ ଅନୁସାରେ, ପ୍ରକାଶ ପାଇବା ଦିନ ହିଁ ଏହି ପୁସ୍ତକର ୪,୦୦,୦୦୦ କପି ବିକ୍ରୟ ହୋଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ