ସ୍ୱାସ୍ଥ୍ୟ

ଆପଣଙ୍କ ନଖର ରଙ୍ଗ କହିବ ଆପଣଙ୍କୁ କେଉଁ ରୋଗ : ପଢ଼ନ୍ତୁ ପୂରା ଖବର


ନଖ କେବଳ ହାତ-ଗୋଡ଼ର ସୌନ୍ଦର୍ଯ୍ୟ ବଢ଼ାଇନଥାଏ ବରଂ ସ୍ବାସ୍ଥ୍ୟ ସହ ଜଡ଼ିତ ଅନେକ ରାଜ ମଧ୍ୟ ଖୋଲିଥାନ୍ତି। ଏଗୁଡ଼ିକର ପରିବର୍ତ୍ତିତ ଆକାର ଏବଂ ରଙ୍ଗ ଆପଣଙ୍କ ଶରୀରର ଅବସ୍ଥା ବିଷୟରେ କହିଥାନ୍ତି।
ଏପରି କ୍ଷେତ୍ରରେ ଯଦି ଆପଣଙ୍କ ନଖର ରଙ୍ଗ ମଧ୍ୟ ବଦଳୁଛି କିମ୍ବା ନଖରେ ଡଟସ ଦେଖାଯାଉଛି ତେବେ ନଜରଅନ୍ଦାଜ କରନ୍ତୁ ନାହିଁ। ଅଧିକାଂଶ ସମୟରେ ଲୋକେ ଏହାକୁ କ୍ୟାଲସିୟମ୍ କିମ୍ବା ମିନେରାଲ୍ ଅଭାବ ଭାବି ଇଗ୍ନୋର କରିଥାନ୍ତି କିନ୍ତୁ ନଖର ରଙ୍ଗ ବଦଳିବା ହୃଦ ରୋଗ ଏବଂ ଚର୍ମ କ୍ୟାନସର ଭଳି ରୋଗର ସଙ୍କେତ ହୋଇପାରେ। ଆସନ୍ତୁ ଜାଣିବା ଏହା ବିଷୟରେ

ଯଦି ନଖରେ କଳା ଦାଗ କିମ୍ବା କଳା ଲାଇନ୍ ଦେଖାଯାଏ ତେବେ ଏହା ମେଲନାମା ସ୍କିନ୍ କ୍ୟାନସରର ଏକ ଲକ୍ଷଣ ହୋଇପାରେ। ଅନେକ କମ୍ ଲୋକ ଜାଣନ୍ତି ଯେ ନଖରେ ମଧ୍ୟ ଚର୍ମ କ୍ୟାନସରର ଲକ୍ଷଣ ଜନ୍ମ ନେଇପାରେ। ଏପରି କ୍ଷେତ୍ରରେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।
ନଖ ଚର୍ମ କ୍ୟାନସରର ଲକ୍ଷଣ :

– ନଖ ସହଜରେ ଭାଙ୍ଗିଯିବା
– ନଖ ଆଖପାଖରେ ରକ୍ତସ୍ରାବ
– ନଖରେ ହାଲୁକା ବ୍ରାଉନ୍ କିମ୍ବା କଳା ଦାଗ।
– ନଖ ଶୀଘ୍ର ବଢ଼ିବା

manicure on the white towel

ନଖରେ ଧଳା ଲାଇନ୍ କିମ୍ବା ଡଟସ୍ : ଯଦି ଆପଣଙ୍କ ନଖରେ ଧଳା ଲାଇନ୍ କିମ୍ବା ଡଟସ୍ ପଡ଼ିଛି ତେବେ ଏହା ଖରାପ ସ୍ବାସ୍ଥ୍ୟ,ଲିଭର ରୋଗ,ଅନ୍ତ୍ରରେ ସମସ୍ୟା,କ୍ୟାଲସିୟମ୍ ଅଭାବ ଏବଂ ହୃଦ ରୋଗର ସଙ୍କେତ ହୋଇପାରେ। ଅନେକ ଥର ଅଧିକ ମ୍ୟାନିକ୍ୟୋର-ପେଡିକ୍ୟୋର କରିବା ଦ୍ବାରା ମଧ୍ୟ ଏହି ସମସ୍ୟା ହୋଇପାରେ କିନ୍ତୁ ଏହାକୁ ହାଲୁକାଭାବେ ନେବାର ଭୁଲ୍ କରନ୍ତୁ ନାହିଁ।

ହଳଦିଆ ନଖ : ଯଦି ନଖର ରଙ୍ଗ ହାଲୁକା ହଳଦିଆ ତେବେ ଏହା ଆନିମିଆ,ହୃଦରୋଗ,କୁପୋଷଣ ଏବଂ ଲିଭର ସମ୍ବନ୍ଧୀୟ ରୋଗର ସଙ୍କେତ। ଏହା ବ୍ୟତୀତ ଫଙ୍ଗସ୍ ଇନଫେକ୍ସନ୍ ଯୋଗୁଁ ପୂରା ନଖ ହଳଦିଆ ହୋଇଯାଇଥାଏ।

ନାଲି ନଖ : ନଖର ରଙ୍ଗ ଗଭୀର ଲାଲ ହୋଇଥିଲେ ଏହା ଉଚ୍ଚ ରକ୍ତଚାପର ସଙ୍କେତ ଦେଇଥାଏ।
ଅଧା ଧଳା ଏବଂ ଅଧା ଗୋଲାପି ନଖ : ନଖର ରଙ୍ଗ ଅଧା ଗୋଲାପି ଏବଂ ଅଧା ଧଳା ଦେଖାଗଲେ ବୃକକ୍ ରୋଗ ଏବଂ ସୋରିଆସିସର ସଙ୍କେତ ଦେଇଥାଏ।

ନୀଳ ନଖ : ନଖର ରଙ୍ଗ ନୀଳ ପଡ଼ିବା ଫୁସଫୁସରେ ସଂକ୍ରମଣ, ନିମୋନିଆ କିମ୍ବା ହୃଦ ରୋଗକୁ ଇଶାରା କରିଥାଏ। ଶରୀରରେ ଅକ୍ସିଜେନର ସଞ୍ଚାର ଠିକ୍ ଢଙ୍ଗରେ ନ ହେବା ଦ୍ବାରା ମଧ୍ୟ ନଖର ରଙ୍ଗ ନୀଳ ପଡ଼ିବାକୁ ଲାଗିଥାଏ।

ଉପର ଆଡ଼କୁ ଉଠାଣିଆ ନଖ : ନଖ ଯଦି ଉପର ଆଡ଼କୁ ଉଠି ଥିବ ତେବେ ଫୁସଫୁସ୍ ଏବଂ ଅନ୍ତରେ ଫୁଲା ହୋଇପାରେ।

ଚାମୁଚ ଭଳି ଢ଼ଳି ରହିଥିବା ନଖ : ଏହି ସଙ୍କେତ ଆନୁବଂଶିକ ରୋଗ ଯୋଗୁଁ ଦେଖାଯାଇଥାଏ। ଆଇରନର ଅଭାବ କିମ୍ବା ଆନିମିଆ,ହୃଦରୋଗ,ଆଙ୍ଗୁଠିରେ ରକ୍ତ ଠିକଭାବେ ନ ପହଞ୍ଚିବା କିମ୍ବା ହାଇପର ଥାଇରଏଡର କାରଣ ମଧ୍ୟ ହୋଇପାରେ।

ମୁନିଆଁ ନଖ : କିଛି ଲୋକଙ୍କ ନଖର ଆକୃତି ଶୁଆଙ୍କ ଥଣ୍ଟ ଭଳି ମୁନିଆଁ ହୋଇଥାଏ। ସେହି ବ୍ୟକ୍ତିଙ୍କ ଫୁସଫୁସ୍ ସମସ୍ୟା କିମ୍ବା ହୃଦରୋଗର ସମ୍ଭାବନା ଅଧିକ ହୋଇଥାଏ। ଏଥିପାଇଁ ଚେକ୍ଅପ୍ ନିଶ୍ଚୟ କରନ୍ତୁ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।