ରାଜ୍ୟ ସ୍ପେଶାଲ ରିପୋର୍ଟ

ଆନ୍ଧ୍ର-ଓଡ଼ିଶା ସୀମାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା: ରାୟଗଡ଼ା ଜିଲ୍ଲା ପ୍ରଶାସନର ତତ୍ପରତା

ରାୟଗଡ଼ା: ବିଶାଖାପାଟଣା- ପଲାସା ପାସେଞ୍ଜର ସହିତ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କନକଟାପାଲିଠାରେ ଦୁର୍ଘଟଣା ବିଷୟରେ ବିଜୟନଗରମ୍ ଜିଲ୍ଲାପାଳଙ୍କଠାରୁ ଖବର ପାଇ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ କ୍ରମେ ତତ୍ପର ହୋଇଉଠିଛନ୍ତି।

ଦୁର୍ଘଟଣାସ୍ଥଳରେ ଅଟକି ରହିଥିବା ଲୋକମାନଙ୍କୁ ନେବା ଆଣିବା ନିମନ୍ତେ ବିଜୟନଗରମ୍ ଡିପୋରୁ ଦୁଇଗୋଟି ବସ ପଠାଯାଇଛି। ଆହୁରି ୪ଗୋଟି ବସ ରାୟଗଡ଼ା ଠାରୁ ପଠାଯାଇଛି। ଓଡିଆରଏଫ ଦଳକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂଯୋଜକ ଓ ଜଣେ ବରିଷ୍ଠ ରାଜସ୍ୱ ଅଧିକାରୀଙ୍କ ସହିତ ଡାକ୍ତର ଦଳଙ୍କୁ ବି ବିଜୟନଗରମକୁ ପଠାଯାଇଛି। ସେଠାରେ ଯାତ୍ରୀମାନଙ୍କ ପାଇଁ ଖାଦ୍ୟ, ପାଣି ଓ ଔଷଧ ସାମଗ୍ରୀ ନେଇକି ସେମାନେ ଯାଇଛନ୍ତି।

ଖ‌ାଲି ସେତିକି ନୁହେଁ, ରାୟଗଡ଼ା ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା ନିମନ୍ତେ ଶଯ୍ୟା ସହିତ ରକ୍ତ ଭଣ୍ଡାର ବ୍ୟବସ୍ଥା କରି ପ୍ରସ୍ତୁତ କରାଯାଇଛି। ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇବା ଆବଶ୍ୟକ ହେଲେ ଆମ୍ବୁଲାନ୍ସ ମଧ୍ୟ୍ୟ ବ୍ୟବସ୍ଥା କରାଯାଉଛି। ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ରେଳ ବିଭାଗ ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସହିତ ରାୟଗଡ଼ା ଜିଲ୍ଲା ପ୍ରଶାସନ ନିରନ୍ତର ଯୋଗାଯୋଗ ରଖିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।