ରାଜ୍ୟ

ଆନ୍ଧ୍ରକୁ ଚାଲିଯିବ ରାଇପାହାଡ଼ ଗାଁ; ଚାହିଁଛି ଓଡ଼ିଶା, ପାହାଡ଼ ଡେଇଁ ସେବା ଅଜାଡ଼ି ଦେଉଛି ଆନ୍ଧ୍ର

କୋରାପୁଟ/ନନ୍ଦପୁର, (ଶ୍ରୀକାନ୍ତ ସାହୁ / ସୁରଜିତ୍ ବିଶ୍ବାଳ): ଗାଁ ଓଡ଼ିଶାର। ସେବା କିନ୍ତୁ ଯୋଗାଉଛି ଆନ୍ଧ୍ର। ଦୁଇ ପାହାଡ଼ ଡେଇଁ ଆନ୍ଧ୍ର ଅଧିକାରୀ ଗାଁରେ ପହଞ୍ଚୁଛନ୍ତି। ଓଡ଼ିଶା ସ୍କୁଲ୍ ବଦଳରେ ଆନ୍ଧ୍ରରେ ପିଲା ପଢ଼ିବା ଏବଂ ସମସ୍ତ ଯୋଜନାରେ ହିତାଧିକାରୀ ସାମିଲ୍ ହେବା ରାଇପାହାଡ଼ ଗାଁ ଆନ୍ଧ୍ରକୁ ଚାଲିଯିବା ସମ୍ଭାବନା ସୃଷ୍ଟି କରିଛି।

ସରକାରୀ ଅବହେଳାର ଶିକାର ହୋଇ ଆନ୍ଧ୍ର ମୁହାଁ ହୋଇଥିବା ଏହି ଗ୍ରାମ ହେଉଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଲୁରୁ ପଞ୍ଚାୟତର ରାଇପାହାଡ଼। ଗ୍ରାମରେ ୧୭ ପରିବାର ରହୁଛନ୍ତି। ଆନ୍ଧ୍ର ଏହି ଗାଁ ଉପରେ ନଜର ପକାଇବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତରବରିଆ ଭା‌ବେ ରାସ୍ତା ନିର୍ମାଣ ସହ ଓ ଦୁଇଟି ପାଣି ଟାଙ୍କି ପ୍ରଦାନ କରାଯାଇଛି। ୨୦୧୯ ପୂର୍ବରୁ ଏହି ଗାଁକୁ ଆନ୍ଧ୍ର କାଁ ଭାଁ ଆସୁଥିବାବେଳେ ଗତ କିଛି ମାସ ହେଲା ନିୟମିତ ଭାବେ ଆସୁଛି।

ଗ୍ରାମବାସୀଙ୍କ ବହୁ ଦାବି ପରେ ମଧ୍ୟ ପାନୀୟଜଳ, ରାସ୍ତାଘାଟ, ଆବାସ ଯୋଜନାରେ ଘର ଓ ବୁଦ୍ଧବୃଦ୍ଧାଙ୍କୁ ଭତ୍ତା ମିଳିପାରୁନି। ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ମଧ୍ୟ ଖୋଲୁନି।

କୋରାପୁଟ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ପାଦ ଏହି ଗାଁରେ ପଡୁନଥିବା ବେଳେ ଗ୍ରାମବାସୀଙ୍କ ସାହା ଭରସା ପାଲଟିଛନ୍ତି ଆନ୍ଧ୍ରର ଆଶାକର୍ମୀ ରାଜଲକ୍ଷ୍ମୀ ଗେମେଲ୍। ଗର୍ଭବତୀଙ୍କୁ ମେଡ଼ିକାଲ୍ ଆଣିବାକୁ ପକ୍କା ରାସ୍ତା ନଥିବାରୁ ଭାର କରି ଚାଟୁଆ ପାହାଡ ଓ ଉମ୍ବୀ ନଦୀ ଡେଇଁ ଆନ୍ଧ୍ରର ବାଉଲୁଗୁଡାରେ ପ୍ରସବ କରାଯାଉଛି। ଗୋଲୁରରେ ଥିବା ସରକାରୀ ବିଦ୍ୟାଳୟ ବଦଳରେ ଆନ୍ଧ୍ରର ବାଇଲୁଗୁଡା ଓ ଆରକୁ ଭ୍ୟାଲି ସ୍କୁଲରେ ପଢୁଛନ୍ତି ପିଲା। ଆନ୍ଧ୍ର ପକ୍ଷରୁ ଆମ୍ମାବାଡି ଯୋଜନାରେ ୧୦ ହଜାର ଟଙ୍କା, ପୋଷାକପତ୍ର, ବହିବସ୍ତାନି ଓ ପ୍ରୋତ୍ସାହନ ବୃତ୍ତି ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି। ଗାଁରେ ରହୁଥିବା ୧୨ରୁ ଅଧିକ ବୃଦ୍ଧବୃଦ୍ଧାଙ୍କୁ ଆନ୍ଧ୍ର ପକ୍ଷରୁ ୨୭୫୦ ଟଙ୍କା ଲେଖାଏ ଭତ୍ତା ମିଳୁଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ କିଛି ମିଳୁନି।

ଗାଁର ସମସ୍ତ ପରିବାର ବିପିଏଲ୍‌ ଶ୍ରେଣୀ ହୋଇଥିଲେ ମଧ୍ୟ ଆବାସ ଯୋଜନା‌ରେ ସାମିଲ୍ ହୋଇନାହାନ୍ତି। ଏହାର ସୁଯୋଗ ନେଇ ଆନ୍ଧ୍ର ୬ଟି ଘର ଯୋଗାଇ ଦେଇଛି। ଆନ୍ଧ୍ର ପକ୍ଷରୁ ଏହି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ନିକଟ ଉମ୍ବୀ ଝରଣାରୁ ପାଇପ ସଂଯୋଗ କରି ଟାଙ୍କି ବସାଯାଇଛି। ଓଡ଼ିଶା ପକ୍ଷରୁ ଗାଁରେ ଦୁଇଟି ପାଣି ଟାଙ୍କି ବସିଥିଲେ ମଧ୍ୟ ପାଣି ଆସୁନାହିଁ। ସେହିପରି ଆନ୍ଧ୍ର ପକ୍ଷରୁ ସ୍ଥାୟୀ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ବେଳେ ଓଡ଼ିଶା ପକ୍ଷରୁ ୧୨ରୁ ଅଧିକ ସୋଲାର ଲାଇଟ ଲାଗିଛି। ଯାହା ଅଧିକାଂଶ ସମୟ ଅଚଳ ହୋଇ ରହୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।