ରାଜ୍ୟ

ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ: ଦାବି ପୂରଣ ଲାଗି ମିଳିଲା ପ୍ରତିଶ୍ରୁତି

ଭୁବନେଶ୍ବର: ହଟିଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ। ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ। ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀ। ତେବେ ଆନ୍ଦୋଳନ ହେବା ପରେ ମେୟରଙ୍କ ବାସଭବନରେ ବୈଠକ ବସିଥିଲା। ଏହି ବୈଠକରେ ଆଲୋଚନା ସଫଳ ହେଇଥିବା କହିଛନ୍ତି ସଫେଇ ସଂଘର ସମ୍ପାଦକ।

ତେବେ ୨ ଦିନ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଅଳିଆ ପୃଥକୀକରଣ ପାଇଁ ୧୫ ଦିନ ସମୟ ନେଇଛି ବିଏମସି। ତେବେ ଜାଣିରଖିବା ଉଚିତ୍ ଯେ, ଦରମା ବୃଦ୍ଧି ସହ ୨ ଦଫା ଦାବିରେ ଆନ୍ଦୋଳନ କରିଥିଲେ ସଫେଇ କର୍ମଚାରୀ। ୧୫ ହଜାର ଟଙ୍କା ଦରମା ଦାବି କରିଥିଲେ ସଫେଇ କର୍ମଚାରୀ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।