ଅପରାଧ ରାଜ୍ୟ

ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗର ୬ଗିରଫ, ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟ୍ କରିଥିଲେ

କରଞ୍ଜିଆ ୧୬/୦୬: ୬ ଆନ୍ତରାଜ୍ୟ ଡକାୟତଙ୍କୁ ଧରିଲା କରଞ୍ଜିଆ ପୋଲିସ, ଗତ ଏପ୍ରିଲ ୧୪ ତାରିଖରେ ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ପେଟ୍ରୋଲ ପମ୍ପ ନିକଟରୁ ଜଣେ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ୩୦ହଜାର ଟଙ୍କା ଲୁଟ ଘଟଣାରେ ୬ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଗିରଫ ଅଭିଯୁକ୍ତ ମାନେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗରେ ସାମିଲ ହୋଇ ବିଭିନ୍ନ ଜାଗାରେ ଲୁଟ କରିଥିବା ନେଇ ପୋଲିସ ସୂଚନା ଦେଇଛି । ସେହିପରି ଜଣେ ଅଭିଯୁକ୍ତ ଯଶିପୁରର ବିଜେପି ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆଙ୍କ ଡ୍ରାଇଭର ଭାବେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଗତ ଏପ୍ରିଲ ୧୪ ତାରିଖରେ ସେ ଲୁଟରେ ସାମିଲ ଥିବା ଜଣାପଡ଼ିଛି ।

ସେହିପରି ଗତ ୧୦ ତାରିଖ ଦିନ ୬ଜଣ ଡକାୟତ ସିଙ୍ଗଡା ଜଙ୍ଗଲ ନିକଟରେ ଲୁଟପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ସେଠାରୁ ମାତ୍ର ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଅନ୍ୟ ତିନି ଜଣ ସେଠାରୁ ଖସି ଯାଇଥିବା ବେଳେ କରଂଜିଆ ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ।

ତେବେ ଏଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯଶୀପୁର ବିଧାୟକଙ୍କ ଗାଡି ଡ୍ରାଇଭର ଉଗ୍ରସେନ ବାନସିଂ ଓ ଟିକାୟତ ଗିରି ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗମାନଙ୍କ ସହିତ ସମ୍ପୃକ୍ତ ରହିଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ଜଶିପୁର ବିଧାୟକଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।