ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆଦିବାସୀ ପିଲାଙ୍କୁ ପ୍ରତାରଣା: ଦେଢ଼ କୋଟିର ଛାତ୍ରାବାସ ଭୂତକୋଠି! ୪ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି

ସୋର (ଅଭୟ ପତ୍ରୀ): ଆଦିବାସୀ ପିଲାଙ୍କ ପାଇଁ ଛାତ୍ରାବାସ ନିର୍ମାଣ ହୋଇଥିଲା। ହେଲେ ତାହା କାମରେ ଲାଗିପାରିନି। ଫଳରେ ଗୋଟିଏ ପଟେ ପିଲାମାନେ ସୁବିଧାରୁ ବଞ୍ଚିତ ହୋଇଥିବା ବେଳେ ଅନ୍ୟପଟେ ଛାତ୍ରାବାସ କୋଠା ଭୂତକୋଠିରେ ପରିଣତ ହେଲାଣି। ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ଗୋପୀନାଥପୁର ପଞ୍ଚାୟତ ମଙ୍ଗଳପୁରସ୍ଥିତ ଶ୍ରୀନିବାସ ଜୁନିୟର କଲେଜରେ।

୨୬.୧୧.୨୦୧୫ରେ ଆଦିବାସୀ ସମନ୍ୱିତ ଉନ୍ନୟନ ସଂସ୍ଥା ପକ୍ଷରୁ ମଙ୍ଗଳପୁରସ୍ଥିତ ଶ୍ରୀନିବାସ ଜୁନିୟର କଲେଜର ପିଲାଙ୍କ ପାଇଁ ଦେଢ଼କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ଏକ ଦୁଇ ମହଲା‌ ବିଶିଷ୍ଟ ଛାତ୍ରାବାସ ନିର୍ମାଣ ହୋଇଥିଲା। ଯାହାର ଶିଳାନ୍ୟାସ ତତ୍କାଳୀନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା କରିଥିଲେ। ଜିତେନ୍ଦ୍ର କୁମାର ସେନାପତି ନାମକ ଜଣେ ଠିକାଦାର ୧ କୋଟି ୫୩ ଲକ୍ଷ ୩୪ ହଜାର ୪୩୭ ଟଙ୍କାରେ କୋଠା ନିର୍ମାଣ ନେଇ କାର୍ଯ୍ୟାଦେଶ ପାଇଥିଲେ। ୧୦୦ ଜଣ ପିଲାଙ୍କ ରହିବା ପାଇଁ ଉଦ୍ଦିଷ୍ଟ ଛାତ୍ରାବାସରେ ପାଣି ଓ ବିଦ୍ୟୁତ୍‌ ସହ ଅନ୍ୟ ସେବା ଉପଲବ୍‌ଧ କରାଯିବା ସହ କୋଠାଟିକୁ ୧୩.୩.୨୦୧୮ରେ ତତ୍କାଳୀନ କଲେଜ ଅଧ୍ୟକ୍ଷ ମନୋରଂଜନ ଦାଶଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ କୋଠା ହସ୍ତାନ୍ତର ହେବାର ଦୀର୍ଘ ୪ ବର୍ଷ ବିତିଗଲାଣି। ହେଲେ ପିଲାଙ୍କ ରହିବା ନେଇ ବାଟ ଫିଟିପାରୁନି।

ଏଠାରେ ଉଲ୍ଲେଖ ଥାଉକି କରୋନା ମହାମାରୀ ସମୟରେ କୋଠାକୁ କୋଭିଡ୍‌ କେୟାର ସେଣ୍ଟର ଭାବେ ବ୍ୟବହାର କରାଯାଇଥିଲା। ବିଭିନ୍ନ ସମୟରେ ଛାତ୍ରାବାସ ଚାଲୁ କରିବା ପାଇଁ ସ୍ଥାନୀୟ ଦେବଗିରି ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ଜିଲ୍ଲାପାଳ ତଥା ବିଭାଗୀୟ ଅଧିକାରୀଙ୍କଠାରେ ଦାବି କରାଯାଇଛି। ହେଲେ କିଛି ଫଳ ମିଳିନି। ରାଜ୍ୟରେ ଅନେକ କଲେଜ ଓ ସ୍କୁଲ୍‌ ରହିଛି; ଯେଉଁଠି ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବା ସହ ରହିବା ପାଇଁ ଘର ନାହିଁ। ଫଳରେ ସେମାନେ ଗଛମୂଳେ କିମ୍ବା କାହା ଘର ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ସେହିପରି ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ଘରୋଇ ମେସ୍‌ ଖର୍ଚ୍ଚ ତୁଲାଇ ନପାରି ପାଠପଢ଼ା ଛାଡ଼ିଦେଉଛନ୍ତି। ଏପରିସ୍ଥଳେ ଶ୍ରୀନିବାସ ଜୁନିୟର କଲେଜରେ ଛାତ୍ରାବାସ ନିର୍ମାଣ ହୋଇଥିଲେ ମଧ୍ୟ କାମରେ ନଲାଗିବା ପରିତାପର ବିଷୟ।

ରକ୍ଷଣାବେକ୍ଷଣର ଅଭାବରୁ ଛାତ୍ରାବାସଟି ଭାଙ୍ଗିବାକୁ ବସିଲାଣି। ରାତିରେ ଅସାମାଜିକ ବ୍ୟକ୍ତିଙ୍କ ଅଡ଼ା ଜମୁଛି। ଏପରି ସମୟରେ ତୁରନ୍ତ ଛାତ୍ରାବାସ ମରାମତି ସହ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ମହଲ‌ରେ ଦାବି ହେଉଛି। ଏ ନେଇ କଲେଜ ଅଧ୍ୟକ୍ଷ ଜଗତଜିତ ବିଶ୍ବାଳଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କଲେଜ ପାଣ୍ଠିରୁ ଖର୍ଚ୍ଚ କରି ଛାତ୍ରାବାସକୁ ପରିସ୍କାର କରାଯାଇଛନ୍ତି। ପାଚେରି କାମ ସରିଲେ ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି