ରାଜ୍ୟ

ଆଦିତ୍ୟ ପଟ୍ଟନାୟକ ହେଲେ ସର୍ବ ସେବା ସଂଘ ଅଧ୍ୟକ୍ଷ

ଭୁବନେଶ୍ୱର: ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ଆଦିତ୍ୟ ପଟ୍ଟନାୟକ ସର୍ବଭାରତୀୟ ଗାନ୍ଧୀବାଦୀ ସଂଗଠନ ‘ସର୍ବ ସେବା ସଂଘ’ର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଚଳିତ ସେପ୍ଟେମ୍ବର ୧୧ ଓ ୧୨ ତାରିଖରେ ପଞ୍ଚାବର ପଠାନକୋଟ ଠାରେ ଅନୁଷ୍ଠିତ ସର୍ବ ସେବା ସଂଘର ୯୦ତମ  ରାଷ୍ଟ୍ରୀୟ ଅଧିବେଶନରେ ଦ୍ୱିତୀୟ ଦିବସରେ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ନେଇ ଏକ ପ୍ରେସ୍‌ ଇସ୍ତାହାରରେ ସଂଘର ସେବାଗ୍ରାମ (ମହାରାଷ୍ଟ୍ର) କାର୍ଯ୍ୟାଳୟର ନିର୍ବାଚନ ଅଧିକାରୀ ଶିବ ବିଜୟ ସିଂହ ଜଣାଇଛନ୍ତି। ପୂର୍ବରୁ ସ୍ୱାଧୀନତାସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ, ମନମୋହନ ଚୌଧୁରୀ ଓଡ଼ିଶାରୁ ଏହି ପଦକୁ ନିର୍ବାଚିତ ହୋଇଥିବା ବେଳେ ଏବେ ଆଦିତ୍ୟ ପଟ୍ଟନାୟକ ନିର୍ବାଚିତ ହୋଇ ରାଜ୍ୟକୁ ଗର୍ବିତ କରିଛନ୍ତି।

ସୂଚନାଯୋଗ୍ୟ ଯେ ଶ୍ରୀ ପଟ୍ଟନାୟକ ‘ସର୍ବୋଦୟ ସମାଜ’ର ରାଷ୍ଟ୍ରୀୟ ସଂଯୋଜକ ଅଛନ୍ତି ଏବଂ ମୟୂରଭଂଜର ରାସଗୋବିନ୍ଦପୁରରେ ଥିବା ଅନ୍ତ୍ୟୋଦୟ ଚେତନା ମଣ୍ଡଳର ସେ ପ୍ରତିଷ୍ଠାତା ଅଟନ୍ତି। ତାଙ୍କ ନେତୃତ୍ୱରେ ରାସଗୋବିନ୍ଦପୁରରେ ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ମଧ୍ୟ ଦୃଷ୍ଟିହୀନତା ନିବାରଣ କ୍ଷେତ୍ରରେ ଦେଶରେ ବିଶେଷ ଲୋକପ୍ରିୟତା ହାସଲ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।