ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଦାନୀ ଗ୍ରୁପ୍‌କୁ ମିଳିଲା ବାଲଦା ବକ୍ସାଇଟ ଖଣି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ବାଲଦା ସ୍ଥିତ ବକ୍ସାଇଟ୍‌ ଖଣି ଆଦାନୀ ଗ୍ରୁପ୍‌କୁ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ ୧ ତାରିଖରେ ଖଣି ଖନନ ନିମନ୍ତେ ଲେଟର ଅଫ୍‌ ଇଣ୍ଟେଟ୍‌ କମ୍ପାନିକୁ ପ୍ରଦାନ କରାଯାଇଛି।

ଖଣିଜ ସମ୍ପଦ ବିଭାଗ ପକ୍ଷରୁ ସର୍ଭେ ପରେ କୋରାପୁଟ ଜିଲ୍ଲାର ବାଲଦା, କୁଟୁରୁମାଳି ଓ ସିଜିମାଲି ସମେତ ୬ଟି ଖଣି ନିଲାମ କରିବାକୁ ଗତବର୍ଷ ନଭେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବାଲଦା ବକ୍ସାଇଟ ଖଣି ନିମାଲ ପ୍ରକ୍ରିୟାରେ ଆଦାନି ଏଣ୍ଟରପ୍ରାଇଜେସ୍‌ ପକ୍ଷରୁ ମୁନ୍ଦ୍ରା ଆଲୁମିନିୟମ ଲିମିଟେଡ୍‌ (ମାଲ୍‌) ଏକମାତ୍ର ଆବେଦନକାରୀ ଅଂଶଗ୍ରହଣ କରିଥିଲା। ତେଣୁ, ରାଜ୍ୟ ସରକାର ଚଳିତମାସ ୧ତାରିଖରେ ଲେଟର ଅଫ୍‌ ଇଣ୍ଟେଟ୍‌ କମ୍ପାନିକୁ ପ୍ରଦାନ କରିଛନ୍ତି। ଏହାପରେ ୩ ତାରଖରେ କମ୍ପାନି ନିଲାମ ଜରିଆରେ ହାସଲ କରିଥିବା ଖଣିକୁ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ପଞ୍ଜିକୃତ ଆଦାନୀଇଏନ୍‌ଟିରେ ସାମିଲ କରିବାକୁ ଭାରତୀୟ ପ୍ରତିବୃତ୍ତି ବିନିୟମ ବୋର୍ଡ (ସେବି) ନିକଟରେ ଆବେଦନ କରିଛି। ଆବେଦନ ପତ୍ରରେ ବାଲଦା ବକ୍ସାଇଟ ଖଣିରେ ୨୨.୧୩ ନିୟୁତ ଟନ୍ ବକ୍ସାଇଟ ଗଚ୍ଛିତ ରହିଥିବା ମଧ୍ୟ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଆଦାନୀ ଗ୍ରୁପ୍‌ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମରେ ରାୟଗଡ଼ାରେ ମେଡିକାଲ କଲେଜ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରି ଆବଶ୍ୟକ ଜମି ପ୍ରଦାନ କରିବାକୁ ରାଜ୍ୟଙ୍କ ନିକଟରେ ଆବେଦନ କରିଛି। ଏହାପୂର୍ବରୁ ଆଦାନୀ ଗ୍ରୁପ୍‌ ପକ୍ଷରୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ବୃହତ୍‌ ପୁଞ୍ଜିନିବେଶ ନିମନ୍ତେ ଘୋଷଣା କରାଯାଇଥିଲା। ମୋଟ ୪୧ହଜାର ୬୫୩କୋଟି ନିବେଶ କରି ବାର୍ଷିକ ୩ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରି ସହ ୧୭୫ ମେଗାୱାଟ୍‌ ବିଶିଷ୍ଟ କ୍ୟାପଟିଭ୍‌ ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ କମ୍ପାନି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଶିଳ୍ପ ସ୍ଥାପନ କରି ୭୭୫୦ଜଣଙ୍କୁ ସିଧାସଳଖ ନିଯୁକ୍ତି ଦେବାକୁ କମ୍ପାନି ଲକ୍ଷ୍ୟ ରଖିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।