ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଦାନି-ହିଣ୍ଡେନ୍‌ବର୍ଗ ମାମଲାର ତଦନ୍ତ: ୬ ମାସ ସମୟ ଦେବାକୁ ସୁପ୍ରିମକୋର୍ଟ ଅରାଜି

ନୂଆଦିଲ୍ଲୀ : ଆଦାନି-ହିଣ୍ଡେନ୍‌ବର୍ଗ ମାମଲାର ତଦନ୍ତ ଶେଷ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଉ ୬ ମାସ ସମୟ ମାଗିଥିବା ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏତେ ଅଧିକ ସମୟ ଦେବା ଠିକ୍ ହେବ ନାହିଁ। ଆଉ ଟିକେ ଶୀଘ୍ର କାମ କରିବାକୁ ସେ ସେବିକୁ କହିଛନ୍ତି। ଅଗଷ୍ଟରେ ଏହି ମାମଲାର ଶୁଣାଣି କରିବା ଲାଗି ଖଣ୍ଡପୀଠ ଚାହୁଛନ୍ତି। ତିନି ମାସ ଭିତରେ ତଦନ୍ତ ଶେଷ କରି କୋର୍ଟଙ୍କୁ ଜଣାଇବା ଲାଗି ପ୍ରଧାନ ବିଚାରପତି କହିଥିଲେ। ତେବେ ମହଲତ କେତେ ବୃଦ୍ଧି କରାଯିବ ସେହି ନିଷ୍ପତ୍ତି ସୋମବାର ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୫ରେ ହେବ।
ଏହି ମାମଲାର ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟ ଏକ ଛଅ ଜଣିଆ କମିଟି ଗଠନ କରିଥିଲେ। ଚଳିତ ମାସ ୮ରେ କମିଟି ଏହାର ରିପୋର୍ଟକୁ ମୁଦା ଲଫାପାରେ ଦେଇଛି। ଚଳିତ ସପ୍ତାହର ଶେଷ ଦିବସଗୁଡ଼ିକରେ ସେହି ରିପୋର୍ଟକୁ ଆମେ ଦେଖିବୁ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ସୁପ୍ରିମକୋର୍ଟରେ ଚାରିଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ପ୍ରଧାନମନ୍ତ୍ରୀ ବିଚାରପତି, ଜଷ୍ଟିସ୍ ପି ଏମ୍ ନରସିଂହ ଓ ଜେ ବି ପାରଦୀବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗତ ଫେବ୍ରୁଆରି ୧୦ରୁ ଏହି ମାମଲାଗୁଡ଼ିକର ଶୁଣାଣି ଆରମ୍ଭ ହୋଇଥିଲା। ଏହି ମାମଲାର ତଦନ୍ତ କରିବା ଲାଗି ଗତ ମାର୍ଚ୍ଚ ୨ରେ ଅବସରପ୍ରାପ୍ତ ବିଚାରପତି ଏ ଏମ୍‌ ସାପ୍ରେ, ଜଷ୍ଟିସ ଜେ ପି ଦେଓଧର, ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଓ ପି ଭଟ୍ଟ, ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ କେ ଭି କାମାଥ, ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି ଓ ସୋମଶେଖର ସୁନ୍ଦରେସନଙ୍କୁ ନେଇ ସୁପ୍ରିମକୋର୍ଟ ୬ ଜଣିଆ ତଦନ୍ତ କମିଟି ଗଠନ କରିଥିଲେ। ଏହି କମିଟି ବ୍ୟତୀତ ସେବି ଅଲଗା ପ୍ରକାର ଯାଞ୍ଚ କରୁଛି। ଆଦାନି-ହିଣ୍ଡେନବର୍ଗ ଭଳି ମାମଲାରେ ସାଧାରଣ ନିବେଶକମାନଙ୍କ ସ୍ବାର୍ଥର କିଭଳି ସୁରକ୍ଷା ହୋଇପାରିବ ଏବଂ ଏଥିପାଇଁ ବର୍ତ୍ତମାନ ପ୍ରଚଳନରେ ଥିବା ଆଇନରେ କିଛି ପରିବର୍ତ୍ତନ ଦରକାର ନା ନାହିଁ ତାହା ସେବି ଜାଣିବାକୁ ଉଦ୍ୟମ କରିବ।

ଚଳିତ ବର୍ଷ ଜାନୁଆରି ୨୪ରେ ଆମେରିକାର ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲା। ଆଦାନି ଗ୍ରୁପ୍‌ ଆକାଉଣ୍ଟିଂ ହେରଫେର, ସେୟାର ମୂଲ୍ୟରେ ଜାଲିଆତି, ଜାଲ୍ କଂପାନି ଗଠନ କରିବା ଏବଂ ନିଜ ସଂସ୍ଥାର ପ୍ରମୁଖ ପଦରେ ପରିବାରର ଲୋକମାନଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ଆଣିଥିଲା ହିଣ୍ଡେନ୍‌ବର୍ଗ। ସମସ୍ତ ଅଭିଯୋଗକୁ କିନ୍ତୁ ଆଦାନି ଗ୍ରୁପ୍ ଖଣ୍ଡନ କରିଛି। ମାତ୍ର ଏହି ରିପୋର୍ଟର ପ୍ରଭାବ ଏତେ ଅଧିକ ଥିଲା ବିଶ୍ବର ତୃତୀୟ ବଡ଼ ଧନୀ ଥିବା ଆଦାନି ଶୀର୍ଷ ୨୦ ତାଲିକାରୁ ବିଦା ହୋଇଯାଇଥିଲେ। ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ଆଦାନି ଗ୍ରୁପ୍‌ର ବିଭିନ୍ନ ସଂସ୍ଥାର ସେୟାର ମୂଲ୍ୟରେ ଦ୍ରୁତ ହ୍ରାସ ଘଟିଥିଲା। ନିବେଶକମାନେ ବିପୁଳ କ୍ଷତି ସହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ