ଦେଶ ବିଦେଶ ମନୋରଞ୍ଜନ

ଆଥିୟାଙ୍କୁ ବୟଫ୍ରେଣ୍ଡ କେଏଲ୍ ରାହୁଲ ଗିଫ୍ଟ କଲେ ବେଷ୍ଟ ବାର୍ଥଡେ ଫଟୋ : କହିଲେ ମ୍ୟାଡ ଚାଇଲ୍ଡ


ମୁମ୍ବାଇ ୬/୧୧: ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ନଭେମ୍ବର ୫ତାରିଖରେ ନିଜର ୨୮ତମ ଜନ୍ମଦିନ ସେଲିବ୍ରେଟ୍ କରିଛନ୍ତି।ଏହାକୁ ଆହୁରି ଖାସ୍ ବନାଇଛନ୍ତି ତାଙ୍କ ବୟଫ୍ରେଣ୍ଡ କ୍ରିକେଟର କେଏଲ୍ ରାହୁଲ୍। ରାହୁଲ୍ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ଯାହାର କ୍ୟାପସନରେ ସେ ଲେଖିଛନ୍ତି ଯେ ହ୍ୟାପି ବାର୍ଥଡେ ମ୍ୟାଡ ଚାଇଲ୍ଡ। ଫଟୋରେ ଆଥିୟା ରାହୁଲଙ୍କ କାନ୍ଧରେ ମୁଣ୍ଡ ରଖିଥିବା ନଜର ଆସିଛନ୍ତି। ଉଭୟଙ୍କ ଚେହେରା ଖୁବ୍ ରାଡିଏଣ୍ଟ ଦେଖାଯାଉଛି।

ଆଥିୟା ଏବଂ ରାହୁଲ ନିଜ ରିଲେସନଶିପକୁ ୨୦୧୯ମସିହାରେ ଆଥିୟାଙ୍କ ଜନ୍ମଦିନରେ ହିଁ ଅଫିସିଆଲି ଘୋଷଣା କରିଥିଲେ। ସେ ଆଥିୟାଙ୍କ ସହ ନିଜର ଏକ ଫଟୋ ସେୟାର କରି ତାଙ୍କୁ ଓ୍ବିଶ୍ କରିଥିଲେ। ସେହିପରି ଏବର୍ଷ ଆଥିୟା ମଧ୍ୟ ରାହୁଲଙ୍କ ଜନ୍ମଦିନରେ ସ୍ପେଶାଲ୍ ଇନଷ୍ଟାଗ୍ରାମ୍ ପୋଷ୍ଟ ଲେଖିଥିଲେ। ଯାହାର କ୍ୟାପସନରେ ସେ ଲେଖିଥିଲେ ହ୍ୟାପି ବାର୍ଥଡେ ମାଇ ପର୍ସନ୍।

ସୂଚନା ଅନୁଯାୟୀ ଆଥିୟା ଏବଂ ରାହୁଲଙ୍କ ସାକ୍ଷାତ ଏକ କମୋନ୍ ଫ୍ରେଣ୍ଡ ଜରିଆରେ ହୋଇଥିଲା। ଦୁହେଁ ଗତ ବର୍ଷ ଥାଇଲାଣ୍ଡକୁ ଛୁଟି କଟାଇବାକୁ ଯାଇଥିଲେ। ରାହୁଲ୍ ନିଜ ଥାଇଲାଣ୍ଡ ଭ୍ୟାକେସନର ଫଟୋ ମଧ୍ୟ ସେୟାର କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ