ଅପରାଧ ରାଜ୍ୟ

ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ଶିକ୍ଷକ, ସୁଇସାଇଡ୍‌ ନୋଟ୍‌ରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ…

ସମ୍ବଲପୁର ୧୮।୧୦ : ଟ୍ରେନ୍‌ ଲାଇନ୍‌କୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ । ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ନିକଟସ୍ଥ ଭାଲୁଡୁଙ୍ଗୁରୀ ରେଳ ଲାଇନ୍ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତଦେହ ନିକଟରୁ ଏକ ସୁଇସାଇଡ଼୍‌ ନୋଟ୍‌ ମିଳିଥିବା ସୂଚନା ।

ସୂଚନା ଅନୂଯାୟୀ, ମୃତ ଅବସରପ୍ରାପ୍ତ ଶିକ୍ଷକଙ୍କ ନାମ କ୍ଷୀରୋଦ କୁମାର ନାଥ। ସେ ଟାମ୍ପରେକଲା ଗାଁର ବାସିନ୍ଦା। ଗତ ଜୁନ୍ ମାସରେ ସେ ଟାମ୍ପରକେଲା ହାଇସ୍କୁଲରୁ ଅବସର ନେଇଥିଲେ। ଆଉ ଏବେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । ଜିଆରପି ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ତେବେ ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ୍ ନୋଟ୍‌ରୁ କିଛି ରୋଚକ ତଥ୍ୟ ମିଳିଛି । ସେଥିରେ ଲେଖାଅଛି ଯେ, ଆତ୍ମହତ୍ୟା ପାଇଁ କିଛି ଲୋକଙ୍କୁ ଦାୟୀ କରିଛନ୍ତି। ଏପିରିକି କିଛି ଲୋକ ତାଙ୍କୁ ହଇରାଣ କରିବା ସହ ଫସାଉଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।