ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଆତଙ୍କବାଦୀ ଉପରେ ଶକ୍ତ ପ୍ରହାର, ଶୋପିଆନରେ ୨ ଆତଙ୍କୀ ନିହତ

ଶ୍ରୀନଗର ୨୫/୧୨: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଜାରି ରହିଛି । ଦୁଇ ଦିନ ମଧ୍ୟରେ ସୁରକ୍ଷା ବାହିନୀକୁ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ଶୋପିଆନ୍, ଅନନ୍ତନାଗ ଏବଂ ବଡଗାମର ସମସ୍ତ ତିନୋଟି ଜିଲ୍ଲାରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିଛନ୍ତି । ସୁରକ୍ଷା ବାହିନୀର କାର୍ଯ୍ୟକଳାପରେ ବହୁ ବିଜେପି ନେତାଙ୍କ ହତ୍ୟାକରିଥିବା ହତ୍ୟାକାରୀଙ୍କୁ ବି ମାରି ଗଡାଇଦିଆଯାଇଛି ।

ସୂଚନା ଥାଉକି, ଶନିବାର ଏଠାରେ ଏନକାଉଣ୍ଟରରେ ଦୁଇଜଣ ଅଜ୍ଞାତ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି । ଦକ୍ଷିଣ କାଶ୍ମୀରରେ କିଛି ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଇଥିଲା ଭାରତୀୟ ସେନା । ପରେ ସୁରକ୍ଷା ବାହିନୀ ଶୋପିଆନ୍‌ର ଚୌଗାମ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପୋଲିସ କହିଛି ଯେ ଖୁବ୍ ଶୀଘ୍ର ଏହି ସର୍ଚ୍ଚ ଅପରେସନ୍ ଏନକାଉଣ୍ଟରରେ ପରିଣତ ହୋଇଥିଲା ।

ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ, ଏହା ପରେ ସୁରକ୍ଷା ବାହିନୀ ଏହାର ଯବାବ ଦେଇ ୨ ଆତଙ୍କବାଦୀଙ୍କୁ ନିପାତ କରିବାରେ ସକ୍ଷମ ହୋଇଥିଲେ । ଏହାପୂର୍ବରୁ ଶୁକ୍ରବାର ଦିନ ଅନନ୍ତନାଗରେ ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ଶାହାଜାଦ ବୋଲି ଜଣାପଡିଛି ।

ନିଷିଦ୍ଧ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଶାହାଜାଦ ଥିଲେ ମୁଖ୍ୟ । ତେବେ ଶାହାଜାଦ ନାଁରେ ଭାରତୀୟ ଜନତା ପାର୍ଟି ୩ ନେତାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଦକ୍ଷିଣ କାଶ୍ମୀରର ମୁମାନହଲ (ଅରୱାନି) ଅଞ୍ଚଳରେ ଶାହାଜାଦଙ୍କୁ ହତ୍ୟା କରାଯାଇଛି । ତା ନିକଟରୁ ଏକ AK-47 ମଧ୍ୟ ଉଦ୍ଧାର କରାଯାଇଛି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ