ନୂଆଦିଲ୍ଲୀ ୦୨/୦୭: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏଜବେଷ୍ଟନ୍ ଟେଷ୍ଟରେ ଭାରତ ପ୍ରଥମେ ବହୁତ ଖରାପ ଆରମ୍ଭ କରିଥିଲା । ୧୦୦ ରନରେ ହିଁ ଦଳର ୫ ଓ୍ୱିକେଟ୍ ପତନ ଘଟିଥିଲା । ଚେତେଶ୍ୱର ପୂଜାରା, ବିରାଟ କୋହଲିଙ୍କ ଭଳି ବଡବଡ ପ୍ଲେୟାର ଫେଲ୍ ହୋଇଥିଲେ । ଯେତେବେଳେ ଦଳ ବ୍ୟାକଫୁଟରେ ଥିଲା ସେତେବେଳେ ଓ୍ୱିକେଟକିପର ବ୍ୟାଟର ଋଷଭ ପନ୍ତ ଦମଦାର୍ ବ୍ୟାଟିଂ କରିଥିଲେ ।
ପନ୍ତ ନିଜ ଷ୍ଟାଇଲକେ ଖେଳିଥିଲେ । ସେ ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନଙ୍କୁ ଟାର୍ଗେଟ୍ କରିଥିଲେ । କ୍ରିଜକୁ ଆସିବାର କିଛି ସମୟ ପରେ ସେ ଫ୍ରଣ୍ଟଫୁଟରେ ଆଣ୍ଡରସନଙ୍କ ଏକ ବଲରେ ଚଉକା ଲଗାଇଥିଲେ । ଯାହା ଦେଖି ଆଣ୍ଡରସନ୍ ଚକିତ ହୋଇଯାଇଥିଲେ । କିନ୍ତୁ ପରେ ପନ୍ତ ତାଙ୍କୁ କିଛି କହିଥିଲେ, ଯାହା ଶୁଣି ଆଣ୍ଡରସନ୍ ଖୁବ୍ ହସିଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ଟି୨୦ ଅନ୍ଦାଜରେ ପନ୍ତ
ପନ୍ତଙ୍କୁ ଟେଷ୍ଟରେ ଟି୨୦ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ସେ ବିସ୍ଫୋରକ ବ୍ୟାଟିଂ କରି ୯୦ ବଲ୍ ପୂର୍ବରୁ ଶତକ ଲଗାଇଥିଲେ । ପୂର୍ବବର୍ଷ ମଧ୍ୟ ସିରିଜର ପ୍ରଥମ ମ୍ୟାଚରେ ପନ୍ତ କେବଳ ଆଣ୍ଡରସନଙ୍କ ବିପକ୍ଷରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ।
ସୂଚନାଯୋଗ୍ୟ, ପନ୍ତ ଏହି ଟେଷ୍ଟ୍ ସିରିଜରେ ସେତେଟା ଖାସ୍ ପ୍ରଦର୍ଶନ କରିନାହାଁନ୍ତି । ଗତବର୍ଷ ଖେଳାଯାଇଥିବା ମୁକାବିଲାରେ ସେ ଫେଲ୍ ମାରିଥିଲେ । ଏବେ ଶେଷ ମୁକାବିଲାରେ ସେ ଶତକ ମାରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି ।