ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଣ୍ଟିଲିଆ ବୋମା ଆତଙ୍କ ମାମଲା: ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିବା ପାଇଁ ପ୍ରଦୀପ ଶର୍ମାଙ୍କୁ ଅନ୍ତରୀଣ ଜାମିନ

ମୁମ୍ବାଇ : ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିବା ପାଇଁ ଆଣ୍ଟିଲିଆ ବୋମା ଆତଙ୍କ ଓ ମନସୁଖ ହିରନ ହତ୍ୟା ମାମଲାରେ ଗିରଫ ହୋଇଥିବା ମୁମ୍ବାଇର ପୂର୍ବତନ ପୁଲିସ ଅଧିକାରୀ ତଥା ଏନ୍‌କାଉଣ୍ଟର ସ୍ପେସାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ସୁପ୍ରିମ୍‌କୋର୍ଟ ସୋମବାର ତିନି ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଆବେଦନରେ ଶର୍ମା ଦର୍ଶାଇଥିଲେ ଯେ, ତାଙ୍କ ସ୍ତ୍ରୀଙ୍କ ଦେହ ଅତ୍ୟନ୍ତ ଖରାପ ଏବଂ ତାଙ୍କର ତୁରନ୍ତ ସର୍ଜରିର ଆବଶ୍ୟକତା ରହିଛି।

ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଦକ୍ଷିଣ ମୁମ୍ବାଇ ବାସଭବନ ‘ଆଣ୍ଟିଲିଆ’ ବାହାରେ ଏକ ବିସ୍ଫୋରକ-ଭର୍ତ୍ତି ଏସ୍‌ୟୁଭି ରଖିବା ଏବଂ ଥାନେର କାର୍ ଯନ୍ତ୍ରାଂଶ ଦୋକାନ ମାଲିକ ମନସୁଖ ହିରନଙ୍କୁ ହତ୍ୟା କରିବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଇନ୍ସପେକ୍ଟର ଶର୍ମାଙ୍କୁ ଗିରଫ କରିଥିଲା। ଆତଙ୍କ ଓ ହତ୍ୟା ମାମଲାରେ ବିଭିନ୍ନ ପ୍ରମାଣକୁ ଆଧାର କରି ଜୁନ୍ ୨୦୨୧ରେ ତାଙ୍କୁ ଗିରଫ କରାଯାଇଥିଲା। ଅପରପକ୍ଷେ ଶର୍ମା ନିଜକୁ ନିର୍ଦ୍ଦୋଷ ଓ ସେ ପୁଲିସ ପ୍ରତିହିଂସାର ଶିକାର ହୋଇଥିବା ଅଭିଯୋଗ କରିଆସୁଛନ୍ତି। ତାଙ୍କର ଏକାଧିକ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ପୂର୍ବରୁ ଖାରଜ କରିଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ