ରାଜ୍ୟ

ଆଠଗଡ଼ରେ ପୁଣି ଏକ ଦନ୍ତାର ଜୀବନ ଗଲା: ହାତୀର ଶିକାର ଅନୁମାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ: ରାଜ୍ୟରେ ଅସୁରକ୍ଷିତ ଦନ୍ତା। ଆଠଗଡ଼ ଵନଖଣ୍ଡରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନି। ଆଠଗଡ଼ରେ ଆଜି ପୁଣି ଗୋଟିଏ ୨୦ ବର୍ଷର ଦନ୍ତା ହାତୀର ମୃତ୍ୟୁ ଘଟିଛି।
ଆଠଗଡ଼ ଵନଖଣ୍ଡ ରେଞ୍ଜ୍ ଵେତିଆ ଜଙ୍ଗଲ ନିକଟ ନୂଆବନ୍ଧ ନୂଆ ତଇଲା କାଜୁ ଜଙ୍ଗଲରେ ଏହି ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହାତୀ ଶୁଣ୍ଢରେ କ୍ଷତ ଚିହ୍ନ ଥିବାରୁ ହାତୀର ଶିକାର ହୋଇଥିବା ଅନୁମାନ କରାଯାଉଛି। ତେବେ ଏନେଇ ବନ ବିଭାଗ ମୁହଁ ଖୋଲୁନାହିଁ।

ସୂଚନାଯୋଗ୍ୟ, କିଛି ଦିନ ତଳେ ବଡ଼ମ୍ବା ଏବଂ ହିନ୍ଦୋଳ ସଂରକ୍ଷିତ ଜଙ୍ଗଲର ସୀମାବର୍ତ୍ତୀ ଅଞ୍ଚଳରୁ ଏକ ଗଳିତ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା।  ଜଙ୍ଗଲରୁ ଗଳିତ ମୃତଦେହ ପାଇବା ସହ ତରବରିଆଭାବେ ତାକୁ ବ୍ୟବଚ୍ଛେଦ ପରେ ବନବିଭଗ ପୋତି ଦେଇଥିଲା। ଉଭୟ ଆଠଗଡ଼ ଓ ହିନ୍ଦୋଳ ବନଖଣ୍ଡର ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।

ଏଣେ ଆଠଗଡ଼ ବନଖଣ୍ଡରେ ଗତ ଜାନୁଆରି ମାସରେ ଏକ ହାତୀର ମୃତ୍ୟୁ ଘଟିଥିଲା। ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ସଂଖପୋଇ ଜଙ୍ଗଲ ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ହାତୀଟିର ବୟସ ପାଖାପାଖି ୧୫ରୁ ୨୦ ବର୍ଷ ହେବ ବୋଲି କୁହାଗଲା। ଏନେଇ ସୂଚନା ଦେଇଥିଲେ ଖୁଣ୍ଟୁଣୀ ରେଞ୍ଜର ନୀଳମାଧବ ସାହୁ। ତେବେ କେଉଁ କାରଣରୁ ମୃତ୍ୟୁ ହୋଇଥିଲା, ତାହା ଜଣାପଡ଼ିନଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।