ଖେଳ ଦେଶ ବିଦେଶ

ଆଜି ହିଁ ହିଟମ୍ୟାନ୍ ଖେଳିଥିଲେ ୨୬୪ ରନର ଇନିଂସ : ଏମିତି ଭାବେ ମନେ ପକାଇଲା ବିସିସିଆଇ

ନୂଆଦିଲ୍ଲୀ ୧୩/୧୧ : ଭାରତୀୟ ଟିମର ମହାନ କ୍ରିକେଟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୨୦୧୪ ନଭେମ୍ବର ୧୩ରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ହାସଲ କରିଥିଲେ । କୋଲକାତାର ଇଡେନ୍ ଗାର୍ଡେନରେ ଶ୍ରୀଳଙ୍କା ବିପକ୍ଷରେ ୨୬୪ ରନର ବିଶାଳ ଇନିଂସ ଖେଳିଥିଲେ ରୋହିତ ଶର୍ମା । ତେବେ କ୍ରିକେଟ ପ୍ରେମୀଙ୍କ ମନରେ ଏହି ସ୍ମୃତି ପୁଣି ଥରେ ତାଜା ହୋଇଛି । ବିସିସିଆଇ ମଧ୍ୟ ଏଥିରୁ ବାଦ ପଡିନାହିଁ । ଟ୍ବିଟ୍ କରି ଏହି ସ୍ମରଣୀୟ ମୂହୁର୍ତ୍ତକୁ ମନେ ପକାଇଛି ବିସିସିଆଇ ।


ରୋହିତଙ୍କ ଏହି ଐତିହାସିକ ବିସ୍ଫୋରକ ଇନିଂସର ଭିଡିଓ ସେୟାର କରିଛି ବିସିସିଆଇ ଲେଖିଛି ୨୦୧୪ ଆଜିର ଦିନରେ ରୋହିତ ଶର୍ମା ୨୬୪ ରନ କରି ଇତିହାସ ରଚିଥିଲେ । ଏହି ବିସ୍ଫୋରକ ଇନିଂସରେ ସେ ମୋଟ ୩୩ ଚୌକା ଏବଂ ୯ ଛକା ମାରିଥିଲେ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ମାତ୍ର ୧୭୩ ବଲ ଖେଳି ୨୬୪ ରନର ବିଶାଳ ଇନିଂସ ଖେଳିଥିଲେ ଯେଉଁଥିରେ ୩୩ଟି ଚୌକା ଏବଂ ୯ ଛକା ଅର୍ନ୍ତଭୁକ୍ତ ଥିଲା । ରୋହିତ ପ୍ରଥମ ୫୦ରନ ୭୨ ବଲରେ ହାସଲ କରିଥିଲେ । ଏହା ପ​‌ରେ ଗିୟର ବଦଳାଇଥିଲେ ରୋହିତ । ପରବର୍ତ୍ତୀ ୫୦ ରନ ମାତ୍ର ୨୮ ବଲରେ ସଂଗ୍ରହ କରି ଶତକ ହାସଲ କରିଥିଲେ । ୧୦୦ ରୁ ୧୫୦ ପହଞ୍ଚିବାକୁ ରୋହିତ ମାତ୍ର ୨୫ଟି ବଲ ଖେଳିଥିଲେ । ୧୫୧ ବଲ ଖେଳି ୨୦୦ ରନରେ ପହଞ୍ଚି ଯାଇଥିଲେ ରୋହିତ ଶର୍ମା ।


ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ମଧ୍ୟ ରୋହିତଙ୍କର ଏହି ବିସ୍ଫୋରଣ ଇନିଂସକୁ ମନେ ପକାଇଛି । ଟ୍ବିଟ୍ କରି ଏହି ସ୍ମରଣୀୟ ମୂହୁର୍ତ୍ତକୁ ମନେପକାଇଛି ଆଇସିସି । ତେବେ ରୋହିତଙ୍କର ଏହି ଦମଦାର ଇନିଂସ ବଳରେ ଭାରତ ୪୦୪ ରନ ସଂଗ୍ରହ କରିନେଇଥିଲା । ଜବାବରେ ଶ୍ରାଳଙ୍କା ମାତ୍ର ୨୫୧ ରନ କରିବାକୁ ସକ୍ଷମ ହୋଇଥିଲା । ରୋହିତ ଶର୍ମା ଏଯାଏଁ ମୋଟ ୨୨୪ଟି ଦିନିକିଆରେ ୩ଟି ଦ୍ବିଶତକ ହାସଲ କରିଛନ୍ତି । ଏହା ବାଦ୍ ୧୯ ଶତକ ଏବଂ ୪୩ ଅର୍ଦ୍ଧଶତକ ମଧ୍ୟ ରୋହିତଙ୍କ କ୍ୟାରିୟରର ଶ୍ରେଷ୍ଠ ଉପଲବ୍ଧି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ