ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଜି ଶେଷ ହେଉଛି କେଜ୍ରିୱାଲଙ୍କ ହେପାଜତ ଅବଧି, ମିଳିବ କି ଜାମିନ?

ନୂଆଦିଲ୍ଲୀ : ଆଜି ଶେଷ ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହେପାଜତ ଅବଧି | ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହେପାଜତରେ ଥିବା ବେଳେ ଆଜି ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯିବ |

ସୂଚନାନୁସାରେ, ଆଜି ହାଜର କରିବା ସମୟରେ ଇଡି ଅଧିକ ରିମାଣ୍ଡ ମାଗିବ ନାହିଁ। ଏଭଳି ପରିସ୍ଥିତିରେ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲକୁ ପଠାଯିବ ବୋଲି ଚର୍ଚ୍ଚା ହେଉଛି। ଗତ ଶୁଣାଣିରେ ଇଡି କେଜ୍ରିୱାଲଙ୍କୁ ସାତ ଦିନ ପାଇଁ ହେପାଜତକୁ ନେବାକୁ ଅନୁରୋଧ କରିଥିଲେ ମଧ୍ୟ କୋର୍ଟ ୫ଦିନ ଅର୍ଥାତ ଏପ୍ରିଲ ୧ ତାରିଖ ଯାଏ ହେପାଜତକୁ ନେବାକୁ ଅନୁମତି ଦେଇଥିଲେ | ଆଜି ସକାଳ ୧୧ଟା ସମୟରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି।

ଗତ ଶୁଣାଣି ସମୟରେ କେଜ୍ରିୱାଲ କହିଥିଲେ ଯେ, “ମୁଁ ଇଡିର ରିମାଣ୍ଡ ପିଟିସନକୁ ବିରୋଧ କରୁନାହିଁ। ଇଡି ଯେତେ ଦିନ ଚାହିଁବ ଜେଲରେ ରଖିପାରିବ। କିନ୍ତୁ ଅନୁସନ୍ଧାନକାରୀ ସଂସ୍ଥା ଜାଣିଶୁଣି ମୋତେ ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛି। ଇଡିର ଦୁଇଟି ଉଦ୍ଦେଶ୍ୟ ଥିଲା | ଗୋଟିଏ ହେଉଛି ଆପକୁ ଭାଙ୍ଗିବା ଏବଂ ଦ୍ୱିତୀୟଟି ହେଉଛି ଏକ ‘ସ୍ମୋକସ୍କ୍ରିନ’ ତିଆରି କରି ଏହା ପଛରେ ଏକ ଚୋରାଚାଲାଣ ରାକେଟ୍ ଚଲାଇବା, ଯାହା ମାଧ୍ୟମରେ ସେମାନେ ଟଙ୍କା ସଂଗ୍ରହ କରୁଛନ୍ତି।”

ଏହା ସହ ଇଡି ପକ୍ଷରୁ କୁହାଯାଇଥିଲା ‌ଯେ, “କେଜ୍ରିୱାଲ ଏପର୍ଯ୍ୟନ୍ତ ତାଙ୍କଠାରୁ ଜବତ ହୋଇଥିବା ମୋବାଇଲ୍ ଫୋନର ପାସୱାର୍ଡ ଦେଇନାହାଁନ୍ତି। ସହଯୋଗ ନକରିବା ସହ ସେ ସିଧାସଳଖ ପ୍ରଶ୍ନର ଉତ୍ତର ଦେଉନାହାଁନ୍ତି। ଯଦି ସେ ସହଯୋଗ ନକରନ୍ତି, ତେବେ ଆମେ ତାଙ୍କ ଫୋନକୁ ଟେକ୍ନିକାଲ୍ ଟିମକୁ ଦେଇ ଖୋଲିବୁ। ତେଣୁ ଆମକୁ ଅଧିକ ଦିନ ରିମାଣ୍ଡର ଆବଶ୍ୟକତା ରହିଛି।”

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ